Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar Election / ମମତା-କେଜ୍ରିଓ୍ୱାଲଙ୍କ ଭଳି ହାରିଯିବେ କି ତେଜସ୍ୱୀ ?

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ମମତା-କେଜ୍ରିଓ୍ୱାଲଙ୍କ ଭଳି ହାରିଯିବେ କି ତେଜସ୍ୱୀ ?

Key Points

ଲୋକଙ୍କର ଅଭିଯୋଗ ସଉତୁଣୀ ପରି ବ୍ୟବହାର କରୁଛି RJD ।
ଏହାକୁ ନେଇ ସୋସିଆଲ ମିଡିଆରେ ଭିଡିଓ ମଧ୍ୟ ଭାଇରାଲ ହୋଇଛି ।

ଦିନ ଥିଲା, ଜବ ତକ୍‌ ସମୋସେ ମେ ଆଲୁ ତବ ତକ୍ ବିହାର ମେ ଲାଲୁ କୁହାଯାଉଥିଲା । ଏହି ଡାଇଲଗ ଲୋକ କଥାରେ ବି ପରିଣତ ହୋଇଥିଲା । କିନ୍ତୁ ଏବେ ଏହା ଭୁଲ ପ୍ରମାଣିତ ହେବାକୁ ଯାଉଛି । କାରଣ ଯେଉଁ ବିହାର ପାଇଁ ଲାଲୁଙ୍କ ନାଁ ନେଇ ଏଭଳି କୁହାଯାଉଥିଲା, ଏବେ ସେଇ ବିହାରରେ ଲାଲୁଙ୍କ ଗଡ଼ରେ ତାଙ୍କ ପରିବାର ଲୋକଙ୍କୁ ପ୍ରତ୍ୟାକ୍ଷାନ କରାଯାଉଛି । ଦିନେ ଲାଲୁଙ୍କ ବିନା ଅନୁମତିରେ ବିହାରରେ ପତ୍ର ବି ହଲୁନଥିଲା, କିନ୍ତୁ ଏବେ ସେଇ ଲାଲୁଙ୍କ ପରିବାରକୁ ଲୋକେ ବିରୋଧ କରୁଛନ୍ତି । ଖାସ କରି ତାଙ୍କ ପତ୍ନୀଙ୍କୁ ବିଚ୍‌ ରାସ୍ତାରେ ଅଟକାଉଛନ୍ତି ।

ଏମିତି କିଛି ଘଟଣା ଆମକୁ ଦେଖିବାକୁ ମିଳିଛି ଲାଲୁଙ୍କ ଗଡ଼ ରାଘୋପୁରରେ । ସେଠାରେ ରାବଡ଼ି ଦେବିଙ୍କୁ ବିରୋଧ କରାଯାଇଛି । ବିହାରରେ ମୁଖ୍ୟମନ୍ତ୍ରୀ ସ୍ବପ୍ନ ଦେଖୁଥିବା ତେଜସ୍ୱୀ ଯାଦବ ରାଘୋପୁର ବିଧାନସଭା ସିଟରୁ ଲଢ଼ୁଛନ୍ତି । ତେଣୁ ଏହି ସିଟ୍ ପାଇଁ ବଡ଼ ଆହ୍ୱାନ ଦେଇଛନ୍ତି । ହେଲେ ସେଇ ଆସନ ପାଇଁ ପ୍ରଚାରକୁ ଯାଇଥିବା ବେଳେ ତାଙ୍କ ମାତା ରାବିଡ଼ି ଦେବୀଙ୍କୁ ଘେରିଛନ୍ତି ସାଧାରଣ ଲୋକ । ସେମାନଙ୍କର ଅଭିଯୋଗ ସଉତୁଣୀ ପରି ବ୍ୟବହାର କରୁଛି RJD । ଏହାକୁ ନେଇ ସୋସିଆଲ ମିଡିଆରେ ଭିଡିଓ ମଧ୍ୟ ଭାଇରାଲ ହୋଇଛି ।

ଦିଲ୍ଲୀ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ ବୈଶାଳି ପୋଦ୍ଦାର ଏନେଇ ନିଜ ସୋସିଆଲ ମଡିଆରେ ଭିଡିଓ ପୋଷ୍ଟ କରିଛନ୍ତି । ତେଜସ୍ୱୀ ଯାଦବ ଏଥର ରାଘୋପୁରରୁ ଅତ୍ୟନ୍ତ ଶୋଚନୀୟ ଭାବେ ପରାସ୍ତ ହେବାକୁ ଯାଉଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି । ଲୋକେ କହିଛନ୍ତି, 'ଯେତେବେଳେ ବନ୍ୟା ଆସିଥିଲା, କେହି ଆସି ନଥିଲେ। ଆମ ଅଞ୍ଚଳରେ କୌଣସି ବିକାଶ ହୋଇନଥିଲା। ତୁମେ କେବଳ ଭୋଟ ବ୍ୟାଙ୍କ ରାଜନୀତି କରୁଛ ଏବଂ ଯାଦବମାନଙ୍କୁ ନିଜର ଦାସ ବୋଲି ଭାବୁଛ।'

ଜଣେ ବୟସ୍କ ବ୍ୟକ୍ତି ଖୋଲାଖୋଲି ଭାବରେ ରାବଡ଼ି ଦେବୀଙ୍କୁ କହିଥିଲେ, 'ଏବେ ମୁଖ୍ୟମନ୍ତ୍ରୀ ହେବା କଥା ଭୁଲିଯାଅ, ତେଜସ୍ୱୀ ଯାଦବ ବିଧାୟକ ମଧ୍ୟ ହୋଇପାରିବେ ନାହିଁ' । ରାଘୋପୁରରେ ଏମିତି ପରିସ୍ଥିତି ଦେଖି ଚିନ୍ତାରେ ପଡ଼ିଯାଇଛି RJD । ସେପଟେ ରାଜନୀତି ବିଶେଷଜ୍ଞ ବି ପ୍ରଶ୍ଚ କଲେଣି ଦିଲ୍ଲୀରେ କେଜ୍ରିୱାଲ ଏବଂ ବେଙ୍ଗଲରେ ମମତାଙ୍କ ପରି ପରାଜୟର ସାମ୍ନା କରିବେ କି ତେଜସ୍ୱୀ ?

ଅନ୍ୟପଟେ ତେଜସ୍ୱୀଙ୍କ ବିରୋଧୀରେ ପ୍ରାର୍ଥୀ ହୋଇଥିବା ବିଜେପିର ସତୀଶ କୁମାର ଯାଦବ ୨୦୧୦ରେ ରାବଡି ଦେବୀଙ୍କୁ ପରାସ୍ତ କରିଥିଲେ । ବୈଶାଳୀ ଜିଲ୍ଲାର ରାଘୋପୁର ଏକ ଗ୍ରାମୀଣ ବିଧାନସଭା କ୍ଷେତ୍ର । ଯାହା ଲାଲୁଙ୍କ ଗଡ଼ ବୋଲି କୁହାଯାଏ। ୩ ଲକ୍ଷ ୪୦ ହଜାର ଭୋଟରଙ୍କ ମଧ୍ୟରେ ୨୫ ରୁ ୩୦ ପ୍ରତିଶତ କେବେଳ ଯାଦବ ଭୋଟ ରହିଛି । ୧୯୯୫ ରେ ଲାଲୁ ଏଠାରୁ ବିଜୟୀ ହୋଇଥିଲେ । ଏହାପରେ ରାବଡି ଦେବୀ ୨୦୦୦ ମସିହାରେ ବିଜୟୀ ହୋଇଥିଲେ । ତେଜସ୍ୱୀ ୨୦୧୫ ରୁ ଏଠି ବିଧାୟକ ଅଛନ୍ତି । ହେଲେ ସ୍ଥାନୀୟ ଅଞ୍ଚଳରେ ବିକାଶକୁ ନେଇ ଲୋକେ ଅସନ୍ତୋଷ ଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ RJDର ବଡ଼ ଚେହେରା ତେଜସ୍ୱୀଙ୍କ ପାଇଁ ଅଡୁଆ ବଢ଼ୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bihar Election | Tejaswi may lose in the Bihar elections? like Mamata-Kejriwal | Argus News