Shocking Murder / ଟଙ୍କା ପାଇଁ ପ୍ରିନ୍ସିପାଲଙ୍କୁ ୨୭ଥର ଛୁରି ଭୁସିଲେ… ଦଶମ ଶ୍ରେଣୀର ୨ ଛାତ୍ର ଗିରଫ
·2 weeks ago·3 min read

Key Points
ତେଲେଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ଜଣେ ସ୍କୁଲର ପ୍ରିନ୍ସିପାଲ ତଥା ନିର୍ଦ୍ଦେଶିକାଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି ପୋଲିସ।
ତେଲେଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ଜଣେ ସ୍କୁଲର ପ୍ରିନ୍ସିପାଲ ତଥା ନିର୍ଦ୍ଦେଶିକାଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି ପୋଲିସ। ନାଗାର୍ଜୁନ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ତଥା ନିର୍ଦ୍ଦେଶିକା ୪୯ ବର୍ଷୀୟା କାଲ୍ଲୁ ରୂପା ରେଡ୍ଡୀ ଅଗଷ୍ଟ ୧୨ରେ ନିଜ ଘରେ ମୃତ ଅବସ୍ଥାରେ ମିଳିଥିଲେ । ତାଙ୍କ ଶରୀରରେ ୨୭ଟି ଛୁରି ଆଘାତ ଚିହ୍ନ ରହିଥିଲା ।
ନଲଗୋଣ୍ଡା ପୋଲିସ ଅଧୀକ୍ଷକ ଶରତ ଚନ୍ଦ୍ର ପାଓ୍ବାରଙ୍କ ଅନୁଯାୟୀ, ଟଙ୍କା ପାଇଁ ଛାତ୍ରମାନେ ରୂପା ରେଡ୍ଡୀଙ୍କୁ ହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ତାଙ୍କ ପ୍ରତି ବ୍ୟକ୍ତିଗତ ଶତ୍ରୁତା ମଧ୍ୟ ଥିଲା । ରୂପା ରେଡ୍ଡୀ ତାଙ୍କ ସ୍ୱାମୀ ରାଜେନ୍ଦ୍ର ରେଡ୍ଡୀଙ୍କ ସହ ରହୁଥିଲେ । ହତ୍ୟାକାଣ୍ଡ ସମୟରେ ବ୍ୟକ୍ତିଗତ କାମ ପାଇଁ ହାଇଦ୍ରାବାଦରେ ଥିଲେ । ଦମ୍ପତିଙ୍କର ହାଇଦ୍ରାବାଦରେ ମଧ୍ୟ ଏକ ଘର ଅଛି । ସେଠାରେ ତାଙ୍କ ପୁଅ ଅଭିନବ ରେଡ୍ଡୀ ଇଞ୍ଜିନିୟରିଂ ପଢ଼ୁଛନ୍ତି । ଏହି ଦମ୍ପତି ତିନିଦିନିଆ ଛୁଟି ପାଇଁ ହାଇଦ୍ରାବାଦ ଯାଇଥିଲେ। ରାଜେନ୍ଦ୍ର ରେଡ୍ଡୀ କାମ ଯୋଗୁଁ ସେଠାରେ ରହିଯାଇଥିବା ବେଳେ ରୂପା ରେଡ୍ଡୀ ଅଗଷ୍ଟ ୧୦ରେ ଏକାକୀ କୋଣ୍ଡାମଲ୍ଲେପଲ୍ଲୀ ଫେରିଥିଲେ। ସେ ସେହିଦିନ ସ୍କୁଲ ଯାଇଥିଲେ ଏବଂ ସନ୍ଧ୍ୟା ପ୍ରାୟ ୬ଟା ୩୦ ପର୍ଯ୍ୟନ୍ତ ସେଠାରେ ଥିଲେ ।
ପରଦିନ ସେ ସ୍କୁଲ ଆସି ନ ଥିଲେ । ରାଜେନ୍ଦ୍ର ରେଡ୍ଡୀ ଫୋନ କରିବା ସମୟରେ ବି କୌଣସି ଯୋଗାଯୋଗ ହୋଇପାରି ନଥିଲା । ରାଜେନ୍ଦ୍ର ଚିନ୍ତିତ ହୋଇ ତାଙ୍କ ଘର ପାଖରେ ରହୁଥିବା ଜଣେ ପୋଲିସ ଅଫିସରଙ୍କୁ ସମ୍ପର୍କ କରି ତାଙ୍କ ବିଷୟରେ ବୁଝିବାକୁ କହିଥିଲେ । ସେହି ଅଫିସର ପଡ଼ୋଶୀମାନଙ୍କୁ ନେଇ ଘରକୁ ଯାଇଥିଲେ ଏବଂ ରୂପା ରେଡ୍ଡୀଙ୍କ ମୃତଦେହ ଉଦ୍ଧାର କରିଥିଲେ।
ଏହି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଆଲୋଡ଼ନ ସୃଷ୍ଟି କରିଥିଲା। ପୋଲିସ ରୂପା ରେଡ୍ଡୀଙ୍କ ସ୍ୱାମୀଙ୍କ ସମେତ ୫୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରିଥିଲା । କିନ୍ତୁ କୌଣସି ସ୍ପଷ୍ଟ ସୁରାକ୍ ପାଇ ନ ଥିଲା। ତଦନ୍ତକାରୀ ଟିମ୍ ତାଙ୍କ ଘର ପାଖ ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଏକ ବଡ଼ ସୁରାକ୍ ପାଇଥିଲେ। ଫୁଟେଜ୍ରେ ଜଣେ ନାବାଳକ ଘର ପାଖରେ ବୁଲାବୁଲି କରୁଥିବାର ଦେଖାଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ ସନ୍ଦିଗ୍ଧଙ୍କୁ ଆଣି ପଚରାଉଚରା କରିଥିଲା । ପଚରାଉଚରା ସମୟରେ ସେ ନିଜର ଅପରାଧ ସ୍ୱୀକାର କରିବା ସହ ଟଙ୍କା ହିଁ ହତ୍ୟାକାଣ୍ଡର ଅନ୍ୟତମ କାରଣ ବୋଲି ତଦନ୍ତକାରୀଙ୍କୁ ଜଣାଇଥିଲା । ପୋଲିସର ସୂଚନା ଅନୁଯାୟୀ, ଅଗଷ୍ଟ ୧୧ ରାତିରେ ଦୁଇ ଛାତ୍ର ମାସ୍କ ଏବଂ ହୁଡି ପିନ୍ଧି ରୂପା ରେଡ୍ଡୀଙ୍କ ଘରକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଘର ଭିତରକୁ ପଶି ତାଙ୍କୁ ଟଙ୍କା ମାଗିଥିଲା । ରୂପା ରେଡ୍ଡୀ ବିରୋଧ କରିଥିଲେ । ଏହି ଟଣାଓଟରା ସମୟରେ ଛାତ୍ରଜଣକର ମାସ୍କ ଖସିପଡ଼ିଥିଲା । ସେ ତାଙ୍କ ସ୍କୁଲର ଛାତ୍ର ବୋଲି ରୂପା ରେଡ୍ଡୀ ଚିହ୍ନି ପାରିଥିଲେ । ସେ ପାଟି କରି ଚିତ୍କାର କରିବାରୁ ନବାଳକ ଛୁରିରେ ତାଙ୍କୁ ଆକ୍ରମଣ କରି ବାରମ୍ବାର ଭୁସି ଦେଇଥିଲା ।
ପୋଲିସ କହିଛି ଯେ ଛାତ୍ରଜଣକ ଘରୁ ୨.୨୦ ଲକ୍ଷ ଟଙ୍କା ନଗଦ ନେଇ ବାହାରେ ଅପେକ୍ଷା କରିଥିବା ଅନ୍ୟ ଜଣେ ଛାତ୍ରକୁ ୪୦,୦୦୦ ଟଙ୍କା ଦେଇଥିଲା । ଦୁହେଁ ସେହି ଟଙ୍କାରୁ ଭିନ୍ନ ଭିନ୍ନ ସ୍ଥାନରେ ଖର୍ଚ୍ଚ କରିଥିଲେ । ପୋଲିସ ଜଣେ ଛାତ୍ରଙ୍କ ପାଖରୁ ୧.୬୦ ଲକ୍ଷ ଟଙ୍କା ଜବତ କରିଛି । ଜବତ ହୋଇଥିବା କିଛି ନୋଟରେ ରକ୍ତ ଛିଟା ଲାଗିଥିବା କୁହାଯାଇଛି ।
ପୋଲିସ ସୂଚନା ଦେଇଛି ଯେ ସିସିଟିଭି ଫୁଟେଜ୍ ଏବଂ ରକ୍ତଭିଜା ନୋଟ୍ ଘଟଣା ବୁଝିବାରେ ଏବଂ ମାମଲାର ପର୍ଦ୍ଦାଫାଶ କରିବାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଛି । ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଘର ଭିତରକୁ ପଶିଥିବା ଛାତ୍ରଜଣକର ରୂପା ରେଡ୍ଡୀଙ୍କ ପ୍ରତି ବ୍ୟକ୍ତିଗତ ଆକ୍ରୋଶ ଥିଲା । ପୂର୍ବରୁ ସେ ଛାତ୍ରଜଣଙ୍କୁ ଟିସି ଦେଇ ସ୍କୁଲରୁ ବାହାର କରିଦେଇଥିଲେ।

Related Topics
Explore more stories