Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀ, ୟୁପି ସମେତ ବିଭିନ୍ନ ରାଜ୍ୟରେ ପାରଦ ଉପରମୁହାଁ

Ritu Das
Browse all articles by Ritu Das
·1 year ago·1 min read
ଦିଲ୍ଲୀ, ୟୁପି ସମେତ ବିଭିନ୍ନ ରାଜ୍ୟରେ ପାରଦ ଉପରମୁହାଁ

ମାର୍ଚ୍ଚ ସରିନି, ତାତିଲାଣି ପୃଥିବୀ । ଭାରତର ଅନେକ ସ୍ଥାନରେ ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଦିଲ୍ଲୀ-ଏନସିଆରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିବାର ସମ୍ଭାବନା ରହିଛି । ଉତ୍ତର ଭାରତର ସମତଳ ଅଞ୍ଚଳରେ ଗରମ ପ୍ରଭାବ ବୃଦ୍ଧି ପାଉଥିବାବେଳେ ପାହାଡିଆ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଏବଂ ପ୍ରବଳ ବର୍ଷାର ସତର୍କତା ଜାରି କରିଛି । ଆଗାମୀ ଦିନରେ ପାଗରେ ଆହୁରି ପରିବର୍ତ୍ତନ ଆସିବାର ଆଶା କରାଯାଉଛି । ଦିଲ୍ଲୀ-ଏନସିଆରରେ ହିଟ୍ ଓ୍ୱେଭ ଆଲର୍ଟ ଜାରି ହୋଇଛି । ଲୋକଙ୍କ ଜନ ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି ।


ଆଜିଠୁ ମେ ଓ ଜୁନ୍ ଭଳି ପରିସ୍ଥିତି ସୃଷ୍ଟି ହେବା ଆରମ୍ଭ ହୋଇସାରିଛି। ପାଣିପାଗ ବିଭାଗ ଅନୁଯାୟୀ, ଗରମ ଯୋଗୁଁ ଆଗକୁ ପରିସ୍ଥିତି ସାଂଘାତିକ ହେବାର ସମ୍ଭାବନା ରହିଛି । ବୁଧବାର ଦିନ, ଦିଲ୍ଲୀ-ଏନସିଆରରେ ସର୍ବାଧିକ ତାପମାତ୍ରା ୩୯ ରୁ ୪୦ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀରେ ଖରାର ପ୍ରକୋପ ବଢିବ । ଆକାଶ ମେଘମୁକ୍ତ ରହିବ । ସର୍ବନିମ୍ନ ତାପମାତ୍ରା ମଧ୍ୟ ୧୮ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇବ । ଏହା ପରେ, ଆଗାମୀ ତିନି ଦିନ ପାଇଁ ପାଗରେ ପରିବର୍ତ୍ତନ ହେବ । ସାଧାରଣତଃ ତାପମାତ୍ରାରେ ୩ ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ରେକର୍ଡ କରାଯାଇପାରିବ। ପାଣିପାଗ ବିଭାଗ କହିଛି ଯେ ବୁଧବାର ଜମ୍ମୁ-କାଶ୍ମୀର, ଲଦାଖର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ପବନ (ପ୍ରତି ଘଣ୍ଟା ୪୦-୫୦ କିଲୋମିଟର ବେଗ) ସହିତ ଝଡ଼ବର୍ଷା ଏବଂ ବିଜୁଳି ମାରିବାର ସମ୍ଭାବନା ମଧ୍ୟ ଅଛି । ଏହା ବ୍ୟତୀତ ହିମାଚଳ ପ୍ରଦେଶ, ପଞ୍ଜାବ, କର୍ଣ୍ଣାଟକ ଏବଂ କେରଳର ବିଭିନ୍ନ ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
temprature-high-in-various-states-including-delhi-up | Argus News