Videos
|
National

ଫ୍ୟାନ୍ସମାନଙ୍କୁ ଖୁସି ଖବର ଦେଲେ ତେନ୍ଦୁଲକରଙ୍କ ପରିବାର

Rashmita Mishra
Browse all articles by Rashmita Mishra
·11 months ago·2 min read
ଫ୍ୟାନ୍ସମାନଙ୍କୁ ଖୁସି ଖବର ଦେଲେ ତେନ୍ଦୁଲକରଙ୍କ ପରିବାର

Key Points

ଅର୍ଜୁନ ତେନ୍ଦୁଲକର ଓ ତାଙ୍କ ବାନ୍ଧବୀ ସାନିୟା ଚାନ୍ଦକଙ୍କ ନିର୍ବନ୍ଧ ସମ୍ପନ୍ନ

ନାମୀ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀଙ୍କୁ ନିର୍ବନ୍ଧ କଲେ ଅର୍ଜୁନ

କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକର ଓ ତାଙ୍କ ବାନ୍ଧବୀ ସାନିୟା ଚାନ୍ଦୋକଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଯାଇଛି। ବୁଧବାର ଏକାଧିକ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି। ୨୫ ବର୍ଷ ବୟସ୍କ ଅର୍ଜୁନ ତେନ୍ଦୁଲକର ପ୍ରଥମ ଶ୍ରେଣୀ ସହ କନିଷ୍ଠ ଭାରତୀୟ ଦଳ ଏବଂ ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ଖେଳୁଛନ୍ତି। ସାନିୟା ଚାନ୍ଦୋକ ହେଉଛନ୍ତି ମୁମ୍ବଇର ଅନ୍ୟତମ ଧନୀ ତଥା ନାମୀ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ।

ଇଣ୍ଟରକଣ୍ଟିନେଣ୍ଟାଲ ହୋଟେଲ, ବ୍ରୁକ୍‌ଲିନ୍ କ୍ରିମରି ଓ କ୍ବାଲିଟି ଆଇସ୍‌କ୍ରିମ୍‌ର ମାଲିକ ହେଉଛନ୍ତି ରବି ଘାଇ। ମୁମ୍ବଇରେ ଅର୍ଜୁନ-ସାନିୟାଙ୍କ ନିର୍ବନ୍ଧ ହୋଇଥିବା ବେଳେ ଏହା ଅତ୍ୟନ୍ତ ଗୋପନ ରଖାଯାଇଥିଲା। ତେବେ ନିର୍ବନ୍ଧ ଉତ୍ସବ ବେଶ୍‌ ବର୍ଣ୍ଣଢ୍ୟ ଓ ଭବ୍ୟ ହୋଇଥିଲା। କେବଳ ଉଭୟ ପରିବାରର ସଦସ୍ୟଙ୍କ ସହ କିଛି ନାମୀ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ। ଅର୍ଜୁନ-ସାନିୟାଙ୍କ ବିବାହ ​‌​‌କେବେ ହେବ; ତାହା ଜଣା ପଡ଼ିନାହିଁ। ଲଣ୍ଡନ ସ୍କୁଲ୍‌ ଅଫ୍ ଇକୋନୋମିକ୍‌ସରେ ପଢ଼ିଥିବା ସାନିୟା ଚାନ୍ଦୋକ ମୁମ୍ବଇରେ ବ୍ୟବସାୟ କରୁଛନ୍ତି। ବିଶେଷକରି ସଚିନଙ୍କ ପତ୍ନୀ ଅଞ୍ଜଳୀ ତେନ୍ଦୁଲକର ବେଶ ଖୁସି ନଜର ଆସିଥିଲେ। ଅର୍ଜୁନ ତେନ୍ଦୁଲକର ବର୍ତ୍ତମାନ ରଣଜୀ ଟ୍ରଫି ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଏବଂ ଏଥର ସେ ଗୋଆ ଟିମ ପାଇଁ ଖେଳୁଥିବାର ନଜର ଆସିବେ।


କିଏ ସାନିଆ ଚନ୍ଦୋକ?
ଅର୍ଜୁନଙ୍କ ଭାବିପତ୍ନୀ ସାନିଆ ଘାଇ ପରିବାର ସହ ଜଡ଼ିତ। ଏହି ପରିବାରର ବ୍ୟବସାୟିକ ସାମ୍ରାଜ୍ୟ ହୋଟେଲ, ରେଷ୍ଟୁରାଣ୍ଟ ଓ ଖାଦ୍ୟ ଉଦ୍ୟୋଗରେ ବ୍ୟାପ୍ତ। ସେମାନେ ଇଣ୍ଟରକଣ୍ଟିନେଣ୍ଟାଲ ମେରାଇନ ଡ୍ରାଇଭ ହୋଟେଲ ଏବଂ ବ୍ରୁକଲିନ କ୍ରିମେରୀ (ଲୋ-କ୍ୟାଲୋରୀ ଆଇସକ୍ରିମ ବ୍ରାଣ୍ଡ)ର ମାଲିକ। ସାନିଆ ଅର୍ଜୁନଙ୍କ ଭଉଣୀ ସାରା ତେନ୍ଦୁଲକରଙ୍କ ଅତ୍ୟନ୍ତ ନିକଟତମ ବନ୍ଧୁ ମଧ୍ୟ ଅଟନ୍ତି।

ଅପରପକ୍ଷେ ଅର୍ଜୁନ ତେନ୍ଦୁଲକର ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ସାମିଲ ଥିଲେ। ତାଙ୍କୁ ୩୦ ଲକ୍ଷ ଟଙ୍କାର ବେସ ପ୍ରାଇସରେ ରିଟେନ କରାଯାଇଥିଲା, କିନ୍ତୁ ସେ ଗୋଟିଏ ମଧ୍ୟ ମ୍ୟାଚ ଖେଳିବାର ସୁଯୋଗ ପାଇ ନ ଥିଲେ। ଏହା ବ୍ୟତୀତ, ସେ ଏଯାଏ ୧୭ଟି ଫାର୍ଷ୍ଟ କ୍ଲାସ ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ୩୩.୫୧ର ହାରାହାରିରେ ୩୭ଟି ୱିକେଟ ଏବଂ ୨୩.୧୩ର ହାରାହାରିରେ ୫୩୨ ରନ ସଂଗ୍ରହ କରିଛନ୍ତି। ଲିଷ୍ଟ-ଏ କ୍ରିକେଟରେ ଅର୍ଜୁନ ୧୮ ମ୍ୟାଚରେ ୨୫ଟି ୱିକେଟ ଓ ୧୦୨ ରନ ଏବଂ ୨୪ଟି ଟି-୨୦ ମ୍ୟାଚରେ ୨୭ ଉଇକଟ ଓ ୧୧୯ ରନ କରିଛନ୍ତି। ଏଥର ସେ ଗୋଆ ଟିମ ପାଇଁ ଘରୋଇ କ୍ରିକେଟରେ ଖେଳୁଥିବାର ନଜର ଆସିବେ ଏବଂ ଏଥିପାଇଁ ସେ ମଇଦାନରେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tendulkar Family Shares Happy News with Fans | Argus News | Argus News