Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଭାରତ-ପାକ୍ ମଧ୍ୟରେ ଉତ୍ତେଜନା ଚିନ୍ତାର ବିଷୟ, ହେଲେ ଆମେ ହସ୍ତକ୍ଷେପ କରିବୁନି-UN

National

ଭାରତ-ପାକ୍ ମଧ୍ୟରେ ଉତ୍ତେଜନା ଚିନ୍ତାର ବିଷୟ, ହେଲେ ଆମେ ହସ୍ତକ୍ଷେପ କରିବୁନି-UN

Smruti Parija
Browse all articles by Smruti Parija
·1 year ago·2 min read
ଭାରତ-ପାକ୍ ମଧ୍ୟରେ ଉତ୍ତେଜନା ଚିନ୍ତାର ବିଷୟ, ହେଲେ ଆମେ ହସ୍ତକ୍ଷେପ କରିବୁନି-UN

ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିଲା ଜାତିସଂଘ । ଆମେ ସାଧାରଣ ନାଗରିକଙ୍କ ଉପରେ ଆତଙ୍କୀ ଆକ୍ରମଣର ବିରୋଧୀ ବୋଲି କହିଛି UN । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚିନ୍ତାର ବିଷୟ । ହେଲେ ଆମେ ଯୁଦ୍ଧରେ ହସ୍ତକ୍ଷେପ କରିବୁ ନାହିଁ । ଆଶା କରୁଛୁ ଏହା ପରମାଣୁ ଯୁଦ୍ଧରେ ପରିବର୍ତ୍ତିତ ହେବ ନାହିଁ ବୋଲି କହିଛି ମିଳିତ ଜାତିସଙ୍ଘ ।



ଭାରତ - ପାକ ଲଢେଇ ମଧ୍ୟରେ ଭାରତ କେବଳ ଆତଙ୍କବାଦୀ ଅଡ୍ଡାକୁ ଟାର୍ଗେଟ୍ କରୁଥିବାବେଳେ ପାକିସ୍ତାନ ଭାରତର ସାଧାରଣ ଜନତାଙ୍କୁ ଟାର୍ଗେଟ୍ କରୁଛି । ଅକାରଣରେ ନୀରିହ ଲୋକଙ୍କ ଜୀବନ ନେବାକୁ ଚେଷ୍ଟା କରୁଛି । ଯାହା କି ଯୁଦ୍ଧ ବିରୋଧୀ । ଯାହାକୁ ବିଭିନ୍ନ ଦେଶ ପକ୍ଷରୁ ଦୃଢ ନିନ୍ଦା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପାକିସ୍ତାନ ସେନା ଭାରତର ଉତ୍ତରରେ ଜମ୍ମୁ-କାଶ୍ମୀରରୁ ଆରମ୍ଭ କରି ପଶ୍ଚିମର ଜୈସାଲମେର ପର୍ଯ୍ୟନ୍ତ ୧୫ଟି ଠିକଣା ଉପରେ କ୍ଷେପଣାସ୍ତ୍ର, ଡ୍ରୋନ ଓ ବିମାନ ଆକ୍ରମଣ କରିଥିଲା । ତେବେ ପାକିସ୍ତାନର ସବୁ ଉଦ୍ଦେଶ୍ୟ ଅତ୍ୟାଧୁନିକ ଏୟାରଡିଫେନ୍ସ ସିଷ୍ଟମ ବିଫଳ କରିଦେଇଛି । ଭାରତର ଏସ-୪୦୦ ଟ୍ର୍ୟୁମ୍ପ ଏୟାରଡିଫେନ୍ସ ସିଷ୍ଟମ ପାକିସ୍ତାନ ପଟରୁ ହୋଇଥିବା ପ୍ରତ୍ୟେକ ଆକ୍ରମଣର ସଠିକ ଜବାବ ଦେଇଛି । ପାକିସ୍ତାନୀ କ୍ଷେପଣାସ୍ତ୍ର ଓ ଡ୍ରୋନଗୁଡିକୁ ଏସ-୪୦୦ ଗୋଟି ଗୋଟି କରି ନଷ୍ଟ କରି ଦେଉଛି । ପାକିସ୍ତାନୀ କ୍ଷେପଣାସ୍ତ୍ର ଜମ୍ମୁ ଏୟାରପୋର୍ଟ ଓ ସାମ୍ବା ସେକ୍ଟରେ ଖସାଇ ଦିଆଯାଇଛି ।


ଏହା ଛଡା ଜମ୍ମୁ ବିଶ୍ୱବିଦ୍ୟାଳୟ ନିକଟରେ ୨ଟି ପାକିସ୍ତାନୀ ଡ୍ରୋନକୁ ଖସାଇ ଦେଇଛି। ପାକିସ୍ତାନ ପଠାନକୋଟ୍ ବାୟୁସେନା ଘାଟିକୁ ମଧ୍ୟ ଟାର୍ଗେଟ୍ କରିଥିଲା, ହେଲେ ଏଥିରେ ସଫଳ ହୋଇ ନାହିଁ। ପାକିସ୍ତାନୀ ଡ୍ରୋନକୁ ଭାରତୀୟ ସୁରକ୍ଷା ବଳ ଆକାଶରେ ଇଣ୍ଟରସେପ୍ଟ କରି ନଷ୍ଟ କରିଦେଇଛନ୍ତି। ସେପଟେ ରାଜସ୍ଥାନର ଜୈସାଲମେରରେ ପାକିସ୍ତାନ ପକ୍ଷରୁ ଆକ୍ରମଣ ଲାଗି ଅସଫଳ ପ୍ରୟାସ କରାଯାଇଥିଲା। ଏଥି ପାଇଁ ରାଜସ୍ଥାନର ସବୁ ସୀମାବର୍ତ୍ତି ଅଞ୍ଚଳକୁ ବ୍ଲାକ୍ ଆଉଟ୍ କରାଯାଇଥିଲା। ଏହା ଛଡା ଜମ୍ମୁ-କାଶ୍ମୀର ଏଲଓସିରେ ଭୀଷଣ ଗୁଳିଗୋଳା ବିନିମୟ ହେଉଛି।

Painting
Sponsored
tensions-between-india-and-pakistan-are-a-matter-of-concern-but-we-will-not-intervene-un | Argus News