Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମଧ୍ୟପ୍ରାଚ୍ୟରେ ଉତ୍ତେଜନା: ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧସ୍ଥିତି

Rashmita Mishra
Browse all articles by Rashmita Mishra
·1 year ago·2 min read
ମଧ୍ୟପ୍ରାଚ୍ୟରେ ଉତ୍ତେଜନା: ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧସ୍ଥିତି

Key Points

ମଧ୍ୟପ୍ରାଚ୍ୟରେ ଉତ୍ତେଜନା: ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧସ୍ଥିତି
ଇରାନର ଆଣବିକ କାର୍ଯ୍ୟାଳୟ ଓ ତେଲ ଡିପୋକୁ ଇସ୍ରାଏଲର ଟାର୍ଗେଟ୍
ଇରାନରେ ଥିବା ବିଶ୍ବର ସର୍ବବୃହତ ଗ୍ୟାସ ଫିଲ୍ଡର ଉତ୍ପାଦନ ବନ୍ଦ
ଇସ୍ରାଏଲ ଆକ୍ରମଣରେ ଇରାନରେ ଗଲାଣି 300ରୁ ଅଧିକ ଜୀବନ
ନେତାନ୍ୟାହୁଙ୍କ ଧମକ, ଜବାବୀ ଆକ୍ରମଣ ବନ୍ଦ ନ ହେଲେ ଛାରଖାର ହୋଇଯିବ ଇରାନ
ଟ୍ରମ୍ପ କହିଲେ- ଇସ୍ରାଏଲ କରିଥିବା ଆକ୍ରମଣ ପଛରେ ଆମେରିକାର ହାତ ନାହିଁ
ରାଷ୍ଟ୍ରପତି ଟ୍ରମ୍ପଙ୍କ କଡ଼ା ଚେତାବନୀ, ଆକ୍ରମଣ କଲେ ଧ୍ବଂସ ହେବ ଇରାନ
=

ଇରାନକୁ ଆଣବିକ ଅସ୍ତ୍ର ବିହିନ କରିବାକୁ ଇସ୍ରାଏଲ ପକ୍ଷରୁ ଜାରି ରହିଛି ଆକ୍ରମଣ। ଇସ୍ରାଏଲର ଘନ ଘନ ମିଶାଇଲ ମାଡରେ ଇରାନର ଆଣବିକ କାର୍ଯ୍ୟାଳୟ ଓ ତେଲ ଡିପୋ ଛାରଖାର ହୋଇଯାଇଛି । ଏଥିପାଇଁ ଇରାନରେ ଥିବା ବିଶ୍ବର ସର୍ବବୃହତ୍ ଗ୍ୟାସ୍ ଫିଲ୍‌ଡରେ ଉତ୍ପାଦନ ବନ୍ଦ ରହିଛି। ଇରାନର ଏୟାର ଡିଫେନସ୍ ସିଷ୍ଟମ ଫେଲ୍ ମାରିବା ପରେ କୂଟନୈତିକ ପ୍ରୟାସ ତୀବ୍ର ହୋଇଛି। ଇରାନ ପକ୍ଷରୁ କୁହାଯାଇଛି ,ଇସ୍ରାଏଲ ଆକ୍ରମଣ ବନ୍ଦ କଲେ ଇରାନ ଜବାବୀ କାର୍ଯ୍ୟାନୁଷ୍ଠାନ କରିବ ନାହିଁ। ତେବେ ଇରାନ ଆଣବିକ ଅସ୍ତ୍ର ପ୍ରସ୍ତୁତ କରୁଥିବା ଜଣାପଡ଼ିବା ପରେ ଇସ୍ରାଏଲ , ଇରାନର ପରମାଣୁ ବୈଜ୍ଞାନିକ, ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଛି। ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରାୟ 300ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ଭିତରେ ବହୁ ଟପ୍ କମାଣ୍ଡର ଓ ବୈଜ୍ଞାନିକ ରହିଛନ୍ତି। ସେପଟେ ଇରାନ ବି ଦେଇଛି ପାଲଟା ଜବାବ। ଇସ୍ରାଏଲର ଜେରୁଜେଲମ୍ ଓ ତେଲ ଅଭିଭ୍ ଉପରେ ଇରାନ୍ ଆକ୍ରମଣ କରିଛି। ଏଥିରେ ୭ଜଣ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଶତାଧିକ ଆହାତ ହୋଇଛନ୍ତି।

ଇରାନ-ଇସ୍ରାଏଲ ଯୁଦ୍ଧରେ ଏଣ୍ଟ୍ରି ମାରିଛି ଆମେରିକା। ଆମେରିକା ଇଶାରାରେ ଇସ୍ରାଏଲ ନାଲି ଆଖି ଦେଖାଉଥିବା ଅଭିଯୋଗ ଆଣିଥିଲା ଇରାନ। ଇସ୍ରାଏଲକୁ ଯେଉଁ ଦେଶ ସହଯୋଗ କରିବ ତା’ ଉପରେ ଇରାନ ଆକ୍ରମଣ କରିବ। ଗତ ଶନିବାର ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ସମେତ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଇରାନ ଧମକ ଦେଇଥିଲା। ରବିବାର ଏହାର ଜବାବ ଦେଇଛି ଆମେରିକା। ଆମେରିକା ଉପରେ ଆକ୍ରମଣ କଲେ ଇରାନକୁ ଧ୍ବଂସ କରିଦେବୁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଡ଼ା ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପଛରେ ଆମେରିକାର କୌଣସି ଭୂମିକା ନାହିଁ। ଏହା ସତ୍ବେ ଯଦି ଆମେରିକା ଉପରେ କୌଣସି ବାଟରେ ଇରାନ ଆକ୍ରମଣ କରେ, ତେବେ ଆମେରିକା ଏହାର ସେନାକୁ ନିୟନ୍ତ୍ରଣମୁକ୍ତ କରିଦେବ। ଯାହାର ପରିଣାମ ଇରାନ କେବେ ଚିନ୍ତା କରି ନ ଥିବ। ତେବେ ଟ୍ରମ୍ପ, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଡିଲ୍‌ କରି ଏହି ଯୁଦ୍ଧ ରୋକିପାରିବେ ବୋଲି କହିଛନ୍ତି।

ଇରାନ ଓ ଇସ୍ରାଏଳ ଯୁଦ୍ଧ ତୃତୀୟ ଦିନରେ ପହଞ୍ଚିଛି। ଇସ୍ରାଏଲ ଆକ୍ରମଣର ଇରାନ ଜବାବ ଦେବା ପରେ ଇସ୍ରାଏଲ ଏହାର ଆକ୍ରମଣାତ୍ମକ ପଦକ୍ଷେପକୁ ଆହୁରି ତୀବ୍ରତର କରିଛି। ଇରାନର ଅର୍ଥବ୍ଯବସ୍ଥା କୁହାଯାଉଥିବା ତୈଳ ଡିପୋ ଓ ଗ୍ୟାସ ଉତ୍ପାଦନ କେନ୍ଦ୍ର ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରୁଛି ଇସ୍ରାଏଲ। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tensions-in-the-middle-east-state-of-war-between-israel-and-iran | Argus News