Videos
|
National

ଆତଙ୍କବାଦୀ ଆକ୍ରମଣ: ସାଉଦୀ ଗସ୍ତ ଅଧାରୁ ଫେରିଲେ ପ୍ରଧାନମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ଆତଙ୍କବାଦୀ ଆକ୍ରମଣ: ସାଉଦୀ ଗସ୍ତ ଅଧାରୁ ଫେରିଲେ ପ୍ରଧାନମନ୍ତ୍ରୀ

ଆତଙ୍କବାଦୀ ଆକ୍ରମଣ ଫଳରେ ଦୁଇ ଦିନିଆ ସାଉଦି ଆରବ ଗସ୍ତ ଅଧାରୁ ଛାଡ଼ି ରାତିରେ ସ୍ବଦେଶ ଫେରିଲେ ପ୍ରଧାନମନ୍ତ୍ରୀ। ଜେଦ୍ଦାରେ ରାଜକୀୟ ନୈଶ୍ୟ ଭୋଜିରେ ହେଲେନାହିଁ ସାମିଲ। ସେପଟେ ଘଟଣାକୁ ନିନ୍ଦା କଲେ ଆମେରିକା, ଋଷିଆ ସମେତ ବିଶ୍ବର ବହୁ ଦେଶର ରାଷ୍ଟ୍ରମୁଖ୍ୟ। ଟ୍ରମ୍ପ୍ କହିଲେ, ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତ ସହ ଦୃଢ଼ ଭାବେ ଅଛି ଆମେରିକା।

ସାଉଦି ଆରବ ଗସ୍ତ ଅଧାରୁ ଛାଡି ଫେରିବେ ପିଏମ୍ ମୋଦି । ସାଉଦି ଆରବରୁ ଗତକାଲି ରାତିରେ ହିଁ ଫେରିଛନ୍ତି ପ୍ରଧାନମନ୍ତ୍ରୀ । ଦୁଇ ଦିନିଆ ଗସ୍ତରେ ସାଉଦି ଆରବ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦୀ ଆକ୍ରମଣ ଫଳରେ ଗତକାଲି ରାତିରେ ହିଁ ଜେଦ୍ଦାରୁ ଫେରିଛନ୍ତି ପିଏମ୍ ମୋଦି । ଜେଦ୍ଦାରେ ରାତ୍ରି ଭୋଜନରେ ସାମିଲ ହେଲେ ନାହିଁ ପ୍ରଧାନମନ୍ତ୍ରୀ ।

ଜମ୍ମୁ – କାଶ୍ମୀରର ପହଲଗାମରେ ବଡ଼ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ 26 ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀରକୁ ବୁଲିବାକୁ ଯାଇଥିବା ପର୍ଯ୍ୟଟକଙ୍କୁ ସେମାନଙ୍କର ଧର୍ମ ପଚାରି ଟାର୍ଗେଟ୍ କଲେ। କାପୁରୁଷ ଆତଙ୍କବାଦୀମାନେ ଦିନ ଦ୍ବିପ୍ରହରରେ ପତ୍ନୀମାନଙ୍କ ସାମ୍ନାରେ ପଏଣ୍ଟ ବ୍ଲାଙ୍କ ରେଞ୍ଜରେ ସେମାନଙ୍କ ସ୍ବାମୀମାନଙ୍କୁ ଗୁଳି ମାରି ହତ୍ୟା କଲେ। ଜଣେ ମହିଳା କହିଛନ୍ତି ଯେ ଆତଙ୍କବାଦୀମାନେ ତାଙ୍କ ସ୍ବାମୀଙ୍କୁ ଏଥିପାଇଁ ମାରିଦେଲେ କାରଣ ସେ ହିନ୍ଦୁ ଥିଲେ। ଆଉ ଜଣେ ମହିଳା କହିଛନ୍ତି ଆତଙ୍କବାଦୀମାନେ ତାଙ୍କ ସ୍ବାମୀଙ୍କୁ ଗୁଳି ମାରିଦେଲେ, ଆଉ ଯେତେବେଳେ ସେ କହିଲେ ସେମାନେ ତାଙ୍କୁ ବି ମାରିଦିଅନ୍ତୁ, ସେମାନେ ମନା କରିଦେଲେ, କହିଲେ ଯାଇ ନିଜ ସରକାରକୁ କୁହ । ମୃତ ପର୍ଯ୍ୟଟକଙ୍କ ମଧ୍ୟରେ ଜଣେ ଓଡ଼ିଆ ବି ଅଛନ୍ତି। ତାଙ୍କ ନାଁ ପ୍ରଶାନ୍ତ ଶତପଥୀ, ଘର ବାଲେଶ୍ବର ସଦର ବ୍ଲକ୍ ସାରଗାଁ ପଞ୍ଚାୟତ ଇଶାଣି ଗାଁରେ ।

ନିଜ ପତ୍ନୀଙ୍କ ସହ ଜମ୍ମୁ-କାଶ୍ମୀର ବୁଲିବାକୁ ଯାଇଥିଲେ ପ୍ରଶାନ୍ତ । ପ୍ରଶାନ୍ତଙ୍କୁ ଆତଙ୍କବାଦୀ ଗୁଳି ମାରିବ ସମୟର ଭିଡିଓ ବି ସାମ୍ନାକୁ ଆସିଛି । ଗୁଳିକାଣ୍ଡ ପରେ ସ୍ବାମୀଙ୍କୁ ରକ୍ଷା କରିବାକୁ ଆକୁଳ ନିବେଦନ କରୁଛନ୍ତି ତାଙ୍କ ପତ୍ନୀ । 5ରୁ6 ଜଣ ଆତଙ୍କବାଦୀ ପର୍ଯ୍ୟଟକଙ୍କୁ ଗୁଳି ମାରିବା ପୂର୍ବରୁ ସେମାନଙ୍କ ନାମ, ସେମାନଙ୍କ ପରିଚୟ ଓ ଧର୍ମ ପଚାରିଲେ। ଆଉ ଯିଏ ବି ନିଜର ହିନ୍ଦୁ ନାମ କହିଲା, ତାକୁ ଗୁଳି ମାରିଦେଲେ । ପୀଡ଼ିତ ଲୋକଙ୍କ ଅନୁସାରେ, ଆତଙ୍କବାଦୀମାନେ ଲୋକଙ୍କୁ ଧମକ ଦେଇଥିଲେ ଯେ ଅଜାନ କରିପାରିବ ନାହିଁ ତାକୁ ଗୁଳି ମାରିଦିଆଯିବ । ଏହି ଭୟାନକ ଆତଙ୍କବାଦୀ ଆକ୍ରମଣ ସାରା ବିଶ୍ବକୁ ଦୋହଲାଇ ଦେଇଛି । ଆକ୍ରମଣ ସମୟରେ ଆତଙ୍କବାଦୀମାନେ ସେନାର ନକଲି ପୋଷାକ ପିନ୍ଧିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
terror-attack-pm-returns-from-saudi-visit-midway | Argus News