|
logo
Live

Argus News - ଟେରରିଷ୍ଟ ମଡ୍ୟୁଲର ପର୍ଦ୍ଦାଫାସ, ଇମ୍ରାନ ସମେତ ୪ ଗିରଫ,ସୋସିଆଲ୍ ମିଡିଆ ଜରିଆରେ ଚଳାଇଥିଲେ ଆତଙ୍କୀ କାର୍ଯ୍ୟକଳାପ

National

Terror Crackdown / ଟେରରିଷ୍ଟ ମଡ୍ୟୁଲର ପର୍ଦ୍ଦାଫାସ, ଇମ୍ରାନ ସମେତ ୪ ଗିରଫ,ସୋସିଆଲ୍ ମିଡିଆ ଜରିଆରେ ଚଳାଇଥିଲେ ଆତଙ୍କୀ କାର୍ଯ୍ୟକଳାପ

Bikash Mohanty
Browse all articles by Bikash Mohanty
·1 hour ago·3 min read
ଟେରରିଷ୍ଟ ମଡ୍ୟୁଲର ପର୍ଦ୍ଦାଫାସ, ଇମ୍ରାନ ସମେତ ୪ ଗିରଫ,ସୋସିଆଲ୍ ମିଡିଆ ଜରିଆରେ ଚଳାଇଥିଲେ ଆତଙ୍କୀ କାର୍ଯ୍ୟକଳାପ
Imran

Key Points

ଆତଙ୍କୀ ଲିଙ୍କ୍‌ରେ ଇମ୍ରାନ ଗିରଫ
ଭୁବନେଶ୍ବରର ଶେଖ୍ ଇମ୍ରାନ ଗିରଫ
ଶେଖ୍ ଇମ୍ରାନକୁ  ଗିରଫ କଲା ଦିଲ୍ଲୀ ପୋଲିସ୍
ସୋସିଆଲ୍ ମିଡିଆ ଗ୍ରୁପ୍ ଜରିଆରେ ଆତଙ୍କୀ କାର୍ଯ୍ୟକଳାପ କରୁଥିଲେ

ନୁଆଦିଲ୍ଲୀ,୧୯/୪: ଆତଙ୍କୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଶେଖ୍ ଇମ୍ରାନ ଦିଲ୍ଲୀରେ ଗିରଫ ହୋଇଛି। ଭୁବନେଶ୍ବରର ଶେଖ୍ ଇମ୍ରାନଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ। ଦିଲ୍ଲୀ ପୋଲିସ ଦର୍ଶାଇଥିବା ୪ ସଂଦିଗ୍ଧଙ୍କ ମଧ୍ୟରୁ ଶେଖ୍ ଇମ୍ରାନ ହେଉଛି ଅନ୍ୟତମ । ମହାରାଷ୍ଟ୍ରରୁ ଦୁଇ ଜଣ ଓ ବିହାରରୁ ଜଣଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ । ସୋସିଆଲ୍ ମିଡିଆ ଗ୍ରୁପ୍ ଜରିଆରେ ଅନ୍ୟ ଯୁବକଙ୍କୁ ଆତଙ୍କୀ କାର୍ଯ୍ୟକଳାପ ପାଇଁ ଏମାନେ ସକ୍ରିୟ କରାଉଥିଲେ । ଆତଙ୍କୀ ଆକ୍ରମଣ ପାଇଁ IED ପ୍ରସ୍ତୁତ କରୁଥିଲେ । ଜିହାଦୀ କାର୍ଯ୍ୟ ପାଇଁ QR କୋଡ୍‌/ବ୍ୟାଙ୍କ ଜରିଆରେ ଅର୍ଥ ସଂଗ୍ରହ କରୁଥିଲେ । ଜିହାଦୀ କାର୍ଯ୍ୟ ପାଇଁ ଯୁବକମାନଙ୍କୁ ତାଲିମ୍ ଦେବାକୁ ପ୍ରତିଶ୍ରୁତି ଦେଉଥିଲେ ବୋଲି ସୂଚନା ମିଳିଛି ।

କିଏ ମେକାନିକ୍, କିଏ ପାଣି ପାଇପ ମିସ୍ତ୍ରୀ, ଆଉ କିଏ ଡେଲିଭରୀ ବୟ । ବୟସ ବି ବେଶୀ ନୁହେଁ। ୧୯ରୁ ୨୩ ବର୍ଷ ମଧ୍ୟରେ । କିନ୍ତୁ ଚିନ୍ତାଧାରା ମାରାତ୍ମକ। ଷଡ଼ଯନ୍ତ୍ର ଥିଲା ଆଇଇଡି ବିସ୍ଫୋରଣ। ଗର୍ଗେଟରେ ଥିଲା ରାମମନ୍ଦିର, ଲାଲକିଲ୍ଲା ଏବଂ ବିଭିନ୍ନ ସୈନ୍ୟ ପ୍ରତିଷ୍ଠାନ। ଏହି ଷଡ଼ଯନ୍ତ୍ରକୁ ପଣ୍ଡ କରିଛି ଦିଲ୍ଲୀ ପୁଲିସର ସେଶାଲ ସେଲ। ଭିନ୍ନ ଭିନ୍ନ ରାଜ୍ୟରୁ ଗିରଫ କରିଛି ୪ ଜଣଙ୍କୁ। ସେମାନେ ହେଲେ ଭୁବନେଶ୍ୱରର ଶେଖ୍ ଇମ୍ରାନ୍ (୨୨), ମୁମ୍ବାଇର ମହମ୍ମଦ ହମାଦ୍ (୧୯), ବିହାର କଟିହାରର ମହମ୍ମଦ ସୋହିଲ (୨୩) ଏବଂ ମହାରାଷ୍ଟ୍ର ଥାନେର ମୌସେବ ଅହମ୍ମଦ ଓରଫ ସାନୁ ଓରଫ କଲାମ୍ (୩୨)। ସେମାନଙ୍କଠାରୁ ଆଇଇଡି ତିଆରି ସାମଗ୍ରୀ, ମୋବାଇଲ୍ ଫୋନ୍ ଓ ଡିଜିଟାଲ୍ ଉପକରଣ ଜବତ କରାଯାଇଛି। ଶେଖ୍ ଇମ୍ରାନକୁ ଭୁବନେଶ୍ୱରରୁ ୟୁନିଟ୍-୬ ସରକାରୀ କ୍ୱାର୍ଟର୍ସରୁ ଗତ ୧୦ ତାରିଖରେ ଦିଲ୍ଲୀ ପୁଲିସ ଗିରଫ କରିଥିଲା। ସମସ୍ତଙ୍କୁ ଶନିବାର ଦିଲ୍ଲୀ ପୁଲିସ ଗିରଫ ଦର୍ଶାଇବା ସହ ଗଣମାଧ୍ୟମ ସମ୍ମୁଖରେ ସେମାନଙ୍କ ଆତଙ୍କୀ ଷଡ଼ଯନ୍ତ୍ରର ତଥ୍ୟ ରଖିଛି।

ସନ୍ଦିଗ୍ଧ ଆତଙ୍କୀଙ୍କୁ ସପ୍ତାହେ ବ୍ୟାପୀ ଜେରା କରିବା ପରେ ସ୍ପେଶାଲ୍ ସେଲ୍ ଏକ ବିସ୍ଫୋରକ ତଥ୍ୟ ପ୍ରକାଶ କରିଛି। ଆତଙ୍କବାଦର କଟ୍ଟରବାଦୀ ଚିନ୍ତାଧାରାକୁ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ପ୍ରସାର କରି ଏମାନେ ଏକ ଧର୍ମଯୁଦ୍ଧର ମଞ୍ଜି ବୁଣୁଥିଲେ। ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଏକ ବଡ଼ଧରଣର ବିସ୍ଫୋରଣ ପାଇଁ ଏମାନେ ଯୋଜନା ରଚିଥିଲେ ବୋଲି ସ୍ପେଶାଲ୍ ସେଲ୍‌ର ଡିସିପି ପ୍ରବୀଣ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

ପଢନ୍ତୁ ଏହି ଖବର: ଆତଙ୍କୀ ଲିଙ୍କ୍ ମାମଲାରେ ଦିଲ୍ଲୀ ପୁଲିସର ନୂଆ ତଥ୍ୟ,ହନିଟ୍ରାପ୍‌ର ଶିକାର ହୋଇଥିଲା ଇମ୍ରାନ

ସୋସିଆଲ୍ ମିଡିଆ ମାଧ୍ୟମରେ ଆତଙ୍କବାଦୀ କାର୍ଯ୍ୟ କଳାପ ସନ୍ଦେହରେ ସ୍ପେଶାଲ ସେଲ୍ ଗତ ୧୦ ତାରିଖରେ ଦେଶର ୪ଟି ସ୍ଥାନ ଭୁବନେଶ୍ଵର, ଥାନେ, ମୁମ୍ବାଇ ଓ ବିହାରରେ ଚଢ଼ଉ କରି ଏହି ଚାରି ଜଣଙ୍କ ସମେତ ଅନ୍ୟ କିଛି ଯୁବକଙ୍କୁ ଦିଲ୍ଲୀ ଉଠାଇ ନେଇଥିଲା। ସେମାନଙ୍କୁ ଦୀର୍ଘ ୮ ଦିନ ଧରି ଜେରା କରିଥିଲା। ଜେରା ସମୟରେ ଅନେକ ବିସ୍ଫୋରକ ତଥ୍ୟ ପଦାକୁ ଆସିଥିଲା। ସ୍ପେଶାଲ୍ ସେଲ୍‌ର ବରିଷ୍ଠ ପୁଲିସ୍ ଅଧିକାରୀ ଗଣମାଧ୍ୟମକୁ ଦେଇଥିବା ସୂଚନା ମୁତାବକ ଏହି ୪ ଜଣ ‘ଖୁରାସନ ଲସ୍କର ଆତଙ୍କବାଦୀ ସଂଗଠନ ତିଆରି କରୁଥିଲେ।

ସମାନ ଚିନ୍ତାଧାରା ଥିବ ଥିବା ଯୁବକଙ୍କୁ ସେମାନଙ୍କ ସହିତ ଯୋଡ଼ିବା ଲାଗି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ ବ୍ୟବହାର କରୁଥିଲେ । ଭାରତ ବି ବିରୋଧରେ ଧର୍ମଯୁଦ୍ଧ ‘ଗଜଓ୍ବା-ଇ-ହିନ୍ଦ୍’ ଲାଗି ସାମାଜିକ ଗଣମାଧ୍ୟମରେ ସମର୍ଥନ ଗୋଗ ଗୋଟାଉ ଥିଲେ।

ସେମାନେ ବିଭିନ୍ନ ଆତଙ୍କବାଦୀ ମଡ୍ୟୁଲ୍‌କୁ ଆପଣାଇ ସାମାଜିକ ଗଣମାଧ୍ୟମରେ ଏକାଧିକ ଗ୍ରୁପ ତିଆରି କରିଥିଲେ। ଏଥିରେ ସେମାନେ ଆଡ୍‌ମିନ୍ ଥିଲେ। ଆତଙ୍କବାଦୀ କାର୍ଯ୍ୟକଳାପ, ସଦସ୍ୟ ଚୟନ, ପାଣ୍ଠି ସଂଗ୍ରହ କରୁଥିଲେ। ବୃହତ ଆକାରର ପାଣ୍ଠି ସଂଗ୍ରହ ଲାଗି କ୍ୟୁଆର୍ କୋର୍ଡ ଜରିଆରେ ପାଣ୍ଠି ସଂଗ୍ରହ କରିବାକୁ ଯୋଜନା କରୁଥିବା ତଦନ୍ତ ବେଳେ ଜଣାପଡ଼ିଥିଲା।

ଆତଙ୍କ ଖେଳାଇବାକୁ ଆଇଇଡି ତିଆରି କରିବା ଲାଗି କେତେକ ସ୍ଥାନୀୟ ଅଞ୍ଚଳରୁ ବିସ୍ଫୋରକ ସାମଗ୍ରୀ ସଂଗ୍ରହ କରୁଥିଲେ। ସେହିପରି ଅନ୍ୟମାନେ ଆତଙ୍କୀ ସଙ୍ଗଠନ ପାଇଁ ଯୁବବର୍ଗକୁ ଚୟନ କରିବା, ପ୍ରଶିକ୍ଷଣ ଓସାମାଜିକ ଗଣମାଧ୍ୟମରେ ପ୍ରଚାର କରୁଥିଲେ। ଜଣେ ଆଇଇଡି ବିସ୍ଫୋରଣ କରିବା ଲାଗି ଦିଲ୍ଲୀର ବ୍ୟସ୍ତବହୁଳ ଲାଲ୍‌କିଲ୍ଲା, ଇଣ୍ଡିଆ ଗେଟ୍ ଆଦି ଅଞ୍ଚଳ ନିରୀକ୍ଷଣ କରୁଥିଲେ।

ଏମାନେ ମୌଳ ଚିନ୍ତାଧାରା ବ୍ୟକ୍ତି ଜାକିର ନାଏକ ସମେତ ଅନେକ ଧାର୍ମିକ ବକ୍ତାଙ୍କ ଭାଷଣ ସବୁ ବେଳେ ଅନଲାଇନରେ ଶୁଣୁଥିଲେ। କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଡାକ୍ତରଙ୍କ ମଡ୍ୟୁଲକୁ ଏମାନେ ଆପଣାଉଥିବା ଜଣାପଡ଼ିଛି। ଏମାନେ ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ଲାଗି ଯୋଜନା କରୁଥିବା ଜମ୍ମୁ-କଶ୍ମୀର ତଦନ୍ତକାରୀ ସଂସ୍ଥା କହିଛନ୍ତି। ଭାରତରେ କଟକଣା କରାଯାଇଥିବା ବିଭିନ୍ନ ସାମାଜିକ ଗଣମାଧ୍ଯମ ସହିତ ଏମାନେ ଜଡ଼ିତ ରହୁଥିଲେ ବୋଲି ସ୍ପେଶାଲ୍ ସେଲ୍ ସୂଚନା ଦେଇଛି। ତେବେ ଏମାନଙ୍କ ସହିତ କେଉଁ ସଂଗଠନ ଯେଡ଼ି ହୋଇ ରହିଛି ତାହାର ତଦନ୍ତ ଚାଲିଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Terror Crackdown: ଟେରରିଷ୍ଟ ମଡ୍ୟୁଲର ପର୍ଦ୍ଦାଫାସ, ଇମ୍ରାନ ସମେତ ୪ ଗିରଫ,ସୋସିଆଲ୍ ମିଡିଆ ଜରିଆରେ ଚଳାଇଥିଲେ ଆତଙ୍କୀ କାର୍ଯ୍ୟକଳାପ | Argus News