Narendra Modi / ଜୋର୍ଡାନରେ ବି ମୋଦିଙ୍କ ଫ୍ୟାନ୍, ଦେଖନ୍ତୁ ଫଟୋ ଭିଡିଓ

Key Points
ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦି । ଅପରାହ୍ନରେ ଜୋର୍ଡାନର ଅମ୍ମାନ ବିମାନ ବନ୍ଦରରେ ପହଞ୍ଚିବା ପରେ ପିଏମ ମୋଦିଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ଜୋର୍ଡାନ ପ୍ରଧାନମନ୍ତ୍ରୀ ଜାଫର ହାସନ । ରାଜା ଅବଦୁଲ୍ଲା ଦ୍ୱିତୀୟ ବିନ୍ ଅଲ ହୁସେନଙ୍କ ନିମନ୍ତ୍ରଣରେ ଦୁଇ ଦିନିଆ ଜୋର୍ଡାନ ଗସ୍ତରେ ଆଜି ପହଞ୍ଚିଛନ୍ତି ମୋଦି । ଅମ୍ମାନର ଏକ ହୋଟେଲରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟ ମଧ୍ୟ ମୋଦିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି ।
ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜୋର୍ଡାନରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଜୋର୍ଡାନରେ ମୋଦି ରାଜା ଅବ୍ଦୁଲ୍ଲା ଦ୍ୱିତୀୟ ବିନ୍ ଅଲ୍ ହୁସେନଙ୍କୁ ଭେଟିବେ । ତାଙ୍କ ସହ ମୋଦି ଦ୍ୱିପାକ୍ଷିକ ବୈଠକ କରି ବାଣିଜ୍ୟ, ନିବେଶ, କ୍ଷେତ୍ରୀୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିବେ। ଏହି ସାକ୍ଷାତ ଜୋର୍ଡାନ-ଭାରତ ମଧ୍ୟରେ ୭୫ ବର୍ଷପୂର୍ତ୍ତି ଅବସରରେ ହେବାକୁ ଯାଉଛି।
ଭାରତ-ଜୋର୍ଡାନ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା, ସହଭାଗୀ ଅଭିବୃଦ୍ଧି ଏବଂ ସମୃଦ୍ଧି ପାଇଁ ନୂତନ ସୁଯୋଗ ଅନୁସନ୍ଧାନ କରିବା ଏବଂ ଆଞ୍ଚଳିକ ଶାନ୍ତି, ସମୃଦ୍ଧି, ସୁରକ୍ଷା ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିବା ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦିଷ୍ଟ କରିବାର ସୁଯୋଗ ପ୍ରଦାନ କରିବ। ପିଏମିଙ୍କ ଏହି ଗସ୍ତ ମଧ୍ୟପ୍ରାଚ୍ୟ ଓ ଆଫ୍ରିକୀୟ ସହଯୋଗୀ ରାଷ୍ଟ୍ର ସହ ଭାରତର ସହଭାଗିତା ବଢ଼ାଇବା ଆଶା ରହିଛି ।
Deeply touched by the warm welcome extended by the Indian community in Amman. Their affection, pride in India’s progress and strong cultural bonds reflect the enduring connection between India and its diaspora. Also grateful for the role the diaspora continues to play in… pic.twitter.com/uIvul5nQBP
— Narendra Modi (@narendramodi) December 15, 2025
Landed in Amman.
— Narendra Modi (@narendramodi) December 15, 2025
Thankful to Mr. Jafar Hassan, Prime Minister of the Hashemite Kingdom of Jordan for the warm welcome at the airport. I am sure this visit will boost bilateral linkages between our nations.@JafarHassan pic.twitter.com/Qba5ZLs4Io
📱 Get Argus News App
✨Related Topics
Explore more stories