ପୁଣି କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ, ଜଣଙ୍କୁ ଗୁଳିକରି ହତ୍ୟା
·1 year ago·1 min read

ଜାମ୍ମୁ-କାଶ୍ମୀରର କୁପଓ୍ବାରାରେ ଆତଙ୍କୀ ଆକ୍ରମଣ । ଆତଙ୍କବାଦୀମାନେ ଜଣେ ସାଧାରଣ ନାଗରିକଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଛନ୍ତି ୪୫ ବର୍ଷୀୟ ଗୁଲାମ ରସୁଲ ମାଗରେ। କାଣ୍ଡି ଖାସ ଅଞ୍ଚଳର ସମାଜିକ କର୍ମୀ ଗୁଲାମ ଘରେ ଥିବାବେଳେ ହଠାତ ଆତଙ୍କବାଦୀ ତାଙ୍କ ଉପରେ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ଘଟଣା ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।...ଘଟଣା ପରେ ପୋଲିସ ଓ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।
ଗତ 22 ତାରିଖରେ ପହଲଗାମ ହାମଲା ପରଠାରୁ ବର୍ତ୍ତମାନ ସୁଦ୍ଧା କେବଳ ଅନନ୍ତନାଗରେ ୧୭୫ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଘରକୁ ଘର ବୁଲି ତଲାସୀ ଅଭିଯାନ ଆରମ୍ଭ କରିଛି NIA ଟିମ । ଦିନରାତି ଚାଲିଥିବା ଅଭିଯାନରେ NIA, ଜାମ୍ମୁ-କାଶ୍ମୀର ପୁଲିସ, ସେନା ଓ ସିଆରପିଏଫ ଯବାନ ସାମିଲ ହୋଇଛନ୍ତି । ପ୍ରତ୍ୟେକ ଘରକୁ ଯାଇ ସଦସ୍ୟଙ୍କ ଆଧାର କାର୍ଡ ଓ ଅନ୍ୟ ପରିଚୟ ପତ୍ର ଯାଞ୍ଚ କରୁଛନ୍ତି ଟିମ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: