Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆତଙ୍କୀ ହମଲା, ଆଜି ସନ୍ଧ୍ୟାରେ ବସିବ ସର୍ବଦଳୀୟ ବୈଠକ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆତଙ୍କୀ ହମଲା, ଆଜି ସନ୍ଧ୍ୟାରେ ବସିବ ସର୍ବଦଳୀୟ ବୈଠକ

ଜାମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲାକୁ ନେଇ କେନ୍ଦ୍ର ସରକାର କଡ଼ା ମନୋଭାବ ଗ୍ରହଣ କରିଛନ୍ତି। ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା ୬ଟାରେ ଏକ ସର୍ବଦଳୀୟ ବୈଠକ ଡକାଯାଇପାରେ। ଏହି ବୈଠକର ଅଧ୍ୟକ୍ଷତା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରିବେ ଏବଂ ଗୃହମନ୍ତ୍ରୀ ଅମିତ ଶାହା ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବେ। ବୈଠକରେ ପହଲଗାମ ଆତଙ୍କୀ ହମଲା ସମ୍ପର୍କରେ ଆଲୋଚନା ହେବ ଏବଂ ପାକିସ୍ତାନ ସମର୍ଥିତ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏକମତ ହେବାର ଲକ୍ଷ୍ୟ ରହିଛି। ସରକାରର ଉଦ୍ଦେଶ୍ୟ ହେଉଛି, ଏହି ଗୁରୁତର ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳଙ୍କୁ ଏକଜୁଟ କରି ଦେଶର ନିରାପତ୍ତା ସମ୍ପର୍କିତ ନିଷ୍ପତ୍ତିରେ ସମାନ ମତ ସୃଷ୍ଟି କରିବା।

ପାକ୍ ବିରୋଧରେ ଭାରତର ବଡ଼ ଆକ୍ସନ । ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକରେ ବଡ଼ ନିଷ୍ପତ୍ତି। ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ ବଡ଼ ଘୋଷଣା କରିଛନ୍ତି ମୋଦି ସରକାର। ପାକିସ୍ତାନ ସହ ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଅଟାରୀ-ୱାଘା ସୀମା ବନ୍ଦ ସହ ଭାରତରେ ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ ହୋଇଛି । ସବୁ ପାକିସ୍ତାନୀ ନାଗରିକ 48 ଘଣ୍ଟା ଭିତରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଜାରି ହୋଇଛି । ସାର୍କ ଭିସା ଥିବା ପାକିସ୍ତାନୀଙ୍କୁ ସ୍ବଦେଶ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । 55ରୁ 30କୁ କମିବ ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ।


ଭାରତ ଛାଡ଼ିବେ ପାକିସ୍ତାନ ଦୂତାବାସର 3 ସେନା ଉପଦେଷ୍ଟା । 7 ଦିନ ମଧ୍ୟରେ ଭାରତ ଛାଡ଼ିବାକୁ ପାକିସ୍ତାନ ଦୂତାବାସର 3 ସେନା ଉପଦେଷ୍ଟାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନରୁ ଲେଉଟିବେ ଭାରତୀୟ ଦୂତାବାସର 3 ସେନା ଉପଦେଷ୍ଟା । 7 ଦିନ ମଧ୍ୟରେ ଲେଉଟି ଆସିବାକୁ ଭାରତୀୟ ଦୂତାବାସର 3 ସେନା ଉପଦେଷ୍ଟାଙ୍କୁ ସରକାରଙ୍କ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନ ଯାଇଥିବା ଭାରତୀୟଙ୍କୁ ମେ' 1 ସୁଦ୍ଧା ସ୍ବଦେଶ ଫେରିବା ଆସିବାକୁ ନିର୍ଦ୍ଦେଶ ଜାରି ହୋଇଛି । ପାକିସ୍ତାନ ବିରୋଧରେ ଏକାଧିକ ପ୍ରତିବନ୍ଧକ ଲାଗିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
terrorist-attack-all-party-meeting-to-be-held-this-evening | Argus News