ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ପ୍ରବାସୀ ଶ୍ରମିକ ମୃତ
·1 year ago·1 min read

ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ଟନେଲ ନିକଟରେ ଏକ ଗୁଳିବିନିମୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ୨ ଜଣ ପ୍ରବାସୀ ଶ୍ରମିକ ନିହତ ହୋଇଛନ୍ତି। ଏଥିରେ ୨ରୁ ୩ ଜଣ ଆହତ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲା।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲା। ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୨ ଜଣ ଜମ୍ମୁ ଓ କଶ୍ମୀର ବାହାରର ଶ୍ରମିକ ବୋଲି ସୂଚନା ମିଳିଛି।
ଗତକାଲି ଜମ୍ମୁ-କଶ୍ମୀରର ବାରମୁଲା ଜିଲ୍ଲାର ଉରି ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷାବାହିନୀ ପଣ୍ଡ କରିଦେଇଥିଲେ। ଏହି ଅନୁପ୍ରବେଶ ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। କିଛିଦିନ ତଳେ ସୋପିଆଁରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ପ୍ରବାସୀ ଶ୍ରମିକ ନିହତ ହୋଇଥିଲା।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: