ଅଡୁଆ ହେଲା ୨୧, ବଦଳାଇ କରିଥିଲେ ୨୨

୨୧ ତାରିଖରେ ପହଲଗାମରେ ହୋଇଥାନ୍ତା ଆତଙ୍କୀ ଆକ୍ରମଣ। ଏଥିପାଇଁ ଆତଙ୍କୀ ଛଦ୍ମ ବେଶରେ ବୁଲୁଥିଲେ କାଶ୍ମୀରର ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ। ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଖାଉଥିବା ହୋଟେଲ ଥିଲା ଆତଙ୍କୀଙ୍କ ଟାର୍ଗେଟରେ। ହେଲେ ୨୧ ତାରିଖରେ କମ୍ ପର୍ଯ୍ୟଟକ ଥିବାରୁ ଯୋଜନା ବଦଳିଥିଲା। ୨୨ ତାରିଖକୁ ବାଛିଥିଲେ ଆତଙ୍କବାଦୀ। ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ସେହି ସମୟରେ କାଶ୍ମୀର ଯାଇଥିବା ଜଣେ ମହାରାଷ୍ଟ୍ରର ଯୁବକଙ୍କ ବୟାନରେ ଏମିତି କିଛି ଜଣା ପଡିଛି।
ଯୁବକଙ୍କ କହିବା କଥା ୨୧ ତାରିଖରେ କିଛି ସନ୍ଦିଗ୍ଧ ଆକ୍ରମଣ ନେଇ ଯୋଜନା କରିଥିଲେ। ଯୁବକଙ୍କ ନାଁ ହେଉଛି ଆଦର୍ଶ ରାଉତ। ସେ ଦାବି କରିଛନ୍ତି ସେ ୨୧ ତାରିଖରେ କାଶ୍ମୀରର ଏକ ମ୍ୟାଗି ଷ୍ଟଲରେ ଥିଲେ। ସେଠାରେ ତାଙ୍କୁ ଆସି ଜଣେ ଯୁବକ ପଚାରିଥିଲେ ତମେ ହିନ୍ଦୁ କି ? ତମେ ତ କାଶ୍ମୀର ଲୋକ ଭଳି ଲାଗୁନ। ଆଦର୍ଶଙ୍କ କହିବା କଥା ସେ ଯୁବକଙ୍କ ପଚାରିବାର ତରିକା କିଛି ଅଲଗା ଥିଲା। ତାପରେ ପଚାରିଥିବା ଯୁବକ ଜଣଙ୍କ ତାଙ୍କ ସାଥିଙ୍କୁ ଯାଇ କହିଥିଲେ ଆଜି ଭିଡ ବହୁତ କମ୍ ଅଛି। ତାପରେ ସେମାନେ ଚାଲି ଯାଇଥିଲେ। ଯେବେ ସୁରକ୍ଷା ବଳ ପକ୍ଷରୁ ଆତଙ୍କୀଙ୍କ ସ୍କେଚ୍ ଜାରି କରାଯାଇଥିଲା, ତାଙ୍କ ଭିତରୁ ଜଣଙ୍କ ମୁହଁ ସନ୍ଦିଗ୍ଧଙ୍କ ସହ ସାମାନ୍ୟ ମିଶୁଥିବା ସେ ଗଣମାଧ୍ୟମରେ କହିଛନ୍ତି। ସେ ଏନେଇ ବିସ୍ତୃତ ଭାବେ ସୁରକ୍ଷା ଏଜେନ୍ସିକୁ ଜଣାଇଛନ୍ତି।
📱 Get Argus News App
✨ସେପଟେ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ବସିଥିଲା CCS ବୈଠକ। ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଏବଂ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଉପସ୍ଥିତ ଥିଲେ। ବୁଧବାର ଅପରାହ୍ନ ୩ ଟା ବେଳେ ବୈଠକରେ ହୋଇଥିବା ନିଷ୍ପତ୍ତି ନେଇ ସୂଚନା ଦିଆଯାଇପାରେ। ଏହି ସମୟରେ କିଛି ବଡ଼ ଘୋଷଣା ମଧ୍ୟ କରାଯାଇପାରେ। ସୁରକ୍ଷା ପରାମର୍ଶଦାତା କମିଟି ଗଠନ କରାଯାଇଛି। ସେପଟେ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ପାକିସ୍ତାନ ଡ୍ରୋନକୁ ଖସାଇ ଦେବାକୁ। ସୀମାରେ ଅତ୍ୟାଧୁନିକ ଆଣ୍ଟିଡ୍ରୋନ୍ ମେସିନ ଲଗାଯାଇଛି। ଯେଉଁଠାରେ ପାକିସ୍ତାନୀ ଡ୍ରୋନ୍ ଦେଖିବେ ତାକୁ ତୁରନ୍ତ ଖସାଇ ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।