ଆତଙ୍କୀ ଆକ୍ରମଣ: ସମବେଦନା ଜଣାଇଲେ ବିଭିନ୍ନ ରାଷ୍ଟ୍ରମୁଖ୍ୟ

ପହଲଗାମ୍ରେ ଆତଙ୍କୀ ହମ୍ଲାକୁ ଦୃଢ଼ ନିନ୍ଦା କଲେ ବିଭିନ୍ନ ରାଷ୍ଟ୍ରମୁଖ୍ୟ । ମଙ୍ଗଳବାର ଦିନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାରା ବିଶ୍ଵ ନିନ୍ଦା କରୁଛି । ଯେଉଁ ଜାଗାରେ କିଛି ସମୟ ପୂର୍ବରୁ ଲୋକଙ୍କ ହସ ଖୁସିରେ ପରିବେଶ ଫାଟି ପଡୁଥିଲା । ସେଠି ଏବେ ରକ୍ତ ଜୁଡୁବୁଡୁ ହୋଇ କିଏ କେଉଁଠି ପଡିଛି ତାହାର ଠିକ୍ ଠିକଣା ନଥିଲା । କଶ୍ମୀର ବୁଲି ପରିବାର ଲୋକଙ୍କ ସହ ସୁନ୍ଦର ସ୍ମୃତି ସାଉଁଟିବେ କ'ଣ ପରିବାର ଲୋକଙ୍କୁ ଯେ ଆଉ ଜୀବନରେ ପାଇବେନି ସେ କଥା ବୁଝିବାକୁ ତାଙ୍କ ପାଖରେ ଆଉ ଧର୍ଯ୍ୟ ନାହିଁ । ଅସହାୟ ଅବସ୍ଥାରେ ଏପଟ ସେପଟ ବୁଲୁଛନ୍ତି । କିଛି କ୍ଷଣ ମଧ୍ୟରେ ଏମିତି ଘଟିଯିବ ବୋଲି କାହାରି ମନରେ ଧାରଣା ନଥିଲା ।
ଏହି ଘଟଣାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ସମେତ ଅନ୍ୟାନ୍ୟ ବିଶ୍ୱ ନେତାମାନେ ଦୃଢ଼ ନିନ୍ଦା କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମସବେଦନା ଜଣାଇଛନ୍ତି ।
ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ "ଭାରତର ଲୋକଙ୍କ ପ୍ରତି ଆମେରିକାର ପୂର୍ଣ୍ଣ ସମର୍ଥନ" ଏବଂ ଗଭୀର ସମବେଦନା ରହିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ସର୍ବଶେଷ ଅପଡେଟ୍ ଟ୍ରାକ୍ କରାଯାଇ ସେମାନଙ୍କ ପ୍ରତି କାଡା ପଦକ୍ଷେପ ନିଆଯାଉ । ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକା ଆତଙ୍କବାଦ ବିରୁଦ୍ଧରେ ଭାରତ ସହିତ ଦୃଢ଼ ଭାବରେ ଠିଆ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏକ ଫୋନ୍ କଲରେ ମଧ୍ୟ କଥା ହେଇଥିଲେ ଯେଉଁଠାରେ ସେ ଅପରାଧୀଙ୍କୁ ଶାସ୍ତି ଦେଇ ନିରୀହ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଭାରତକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ।
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ X ରେ ଏକ ପୋଷ୍ଟରେ କହିଛନ୍ତି। ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ପ୍ରତି ସମବେଦନା ଜଣାଇ ସେ କହିଛନ୍ତି "ଉଷା ଏବଂ ମୁଁ ଭାରତର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ପ୍ରତି ଆମର ସମବେଦନା ଜଣାଉଛୁ। ଗତ କିଛି ଦିନ ଧରି, ଆମେ ଏହି ଦେଶ ଏବଂ ଏହାର ଲୋକଙ୍କର ସୌନ୍ଦର୍ଯ୍ୟରେ ଅଭିଭୂତ ନେଇଛୁ । ଏହି ଭୟଙ୍କର ଆକ୍ରମଣକୁ ଶୋକ ପ୍ରକାଶ କରି ଲୋକମାନଙ୍କ ସହ ଅଛନ୍ତି ବୋଲି କହିଛନ୍ତି ।
ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି, Xରେ ଏକ ପୋଷ୍ଟରେ କହିଛନ୍ତି ଯେ ସେ ଆତଙ୍କବାଦୀ ଆକ୍ରମଣରେ ଗଭୀର ଦୁଃଖିତ ଏବଂ ଭାରତ ସରକାର ଏବଂ ଲୋକଙ୍କ ସହିତ ଥିଲେ ଆଉ ଅଛନ୍ତି ମଧ୍ୟ । "ଆଜି ଭାରତରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଗଭୀର ଦୁଃଖିତ, ଯାହା ଅନେକ ପୀଡିତଙ୍କୁ ହତ୍ୟା କରିଛି। ଇଟାଲୀ ବାସୀ ପ୍ରଭାବିତ ପରିବାର, ଆହତ ମାନଙ୍କୁ ଏବଂ ସମସ୍ତ ଭାରତୀୟ ଲୋକଙ୍କ ପ୍ରତି ସମବେଦମା ଜଣାଇାଛନ୍ତି"।
📱 Get Argus News App
✨
ୟୁନାଇଟେଡ୍ କିଙ୍ଗଡମର ପ୍ରଧାନମନ୍ତ୍ରୀ କାଇର ଷ୍ଟାରମର X ରେ ପୋଷ୍ଟ କରିଛନ୍ତି, " ଗତକାଲି କାଶ୍ମୀରରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ମୁଁ ସମ୍ପୂର୍ଣ୍ଣ ଭାବରେ ର୍ମମାହତ। ମୁଁ ପ୍ରଭାବିତ ଲୋକ, ସେମାନଙ୍କ ପ୍ରିୟଜନ ଏବଂ ଭାରତର ଲୋକଙ୍କ ସହିତ ଅଛି ।