Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଭାରତର ସାମରିକ ଶକ୍ତି ଆଗରେ ଆତ୍ମସମର୍ପଣ କଲା ଆତଙ୍କୀସ୍ତାନ

National

ଭାରତର ସାମରିକ ଶକ୍ତି ଆଗରେ ଆତ୍ମସମର୍ପଣ କଲା ଆତଙ୍କୀସ୍ତାନ

Rashmita Mishra
Browse all articles by Rashmita Mishra
·1 year ago·3 min read
ଭାରତର ସାମରିକ ଶକ୍ତି ଆଗରେ ଆତ୍ମସମର୍ପଣ କଲା ଆତଙ୍କୀସ୍ତାନ

Key Points

ପାକିସ୍ତାନକୁ ମଜା ଚଖାଇଲା ଭାରତ
ବିନାଶ ଲୀଳା ଦେଖିବା ପରେ ଆଣ୍ଠେଇ ପଡ଼ିଲା ଆତଙ୍କିସ୍ତାନ
ନିଜ ବରବାଦି ଦେଖିବା ପରେ ସରେଣ୍ଡର କଲା ପାକିସ୍ତାନ
ଭାରତ ପହଲଗାମର ପ୍ରତିଶୋଧ ନେଲା
ପାକିସ୍ତାନ ଭିତରେ ପଶି ଆତଙ୍କର ଆଡ୍ଡାକୁ ଧ୍ବଂସ ବି କଲା
ପାକିସ୍ତାନରେ ଧ୍ବଂସର ଲୀଳା ଖେଳାଇଦେଲା ଭାରତୀୟ ସେନା

ପାକିସ୍ତାନକୁ କେମିତି ମଜା ଚଖାଇଲା ପାକିସ୍ତାନ ଇଏ ତାର ଚିତ୍ର । ପାକିସ୍ତାନ ଆଣ୍ଠେଇ ପଡ଼ିଲା ନିଜର ଏ ବିନାଶ ଲୀଳା ଦେଖିବା ପରେ। ଭାରତର ସୈନ୍ୟ ଶକ୍ତି ଆଗରେ ପାକିସ୍ତାନ ସରେଣ୍ଡର କଲା ନିଜର ଏ ବରବାଦି ଦେଖିବା ପରେ । ଭାରତ ପହଲଗାମର ପ୍ରତିଶୋଧ ବି ନେଲା। ଆଉ ପାକିସ୍ତାନ ଭିତରେ ପଶି ଆତଙ୍କର ଆଡ୍ଡାକୁ ଧ୍ବଂସ ବି କଲା। ଆଉ ଯେତେବେଳେ ପାକିସ୍ତାନ ନିଜ କାପୁରୁଷତାର ପ୍ରମାଣ ଦେଇ ପାଲଟା ଆକ୍ରମଣର ଉଦ୍ୟମ କଲା ତାର ସବୁ ଆକ୍ରମଣକୁ ଭାରତୀୟ ସେନା କେବଳ ବିଧ୍ବସ୍ତ କଲା ତାହା ନୁହେଁ ବରଂ ପାକିସ୍ତାନରେ ଧ୍ବଂସର ଲୀଳା ଖେଳାଇଦେଲା।

ଭାରତର କ୍ଷେପଣାସ୍ତ୍ର ମାଡ଼ରେ ପାକିସ୍ତାନର ରାୱଲପିଣ୍ଡିସ୍ଥିତ ସେନା ହେଡକ୍ବାର୍ଟରକୁ ମିଶାଇ 11ଟି ଏୟାରବେସ ଧ୍ବଂସପ୍ରାୟ ହୋଇଛି। ଅନେକ ସାମରିକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ଭାରତର ଅପରେସନ ସିନ୍ଦୂରରେ 9ଟି ଆତଙ୍କୀ କ୍ୟାମ୍ପ ଧ୍ବଂସ ହୋଇଛି। 100ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ଥିଲେ କାନ୍ଧାହାର ବିମାନ ଅପହରଣ ଓ 26-11 ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ରକାରୀ ଆତଙ୍କବାଦୀ । ପାକିସ୍ତାନ ସେନାର 35ରୁ 40 ଜଣ ଯବାନ ବି ନିହତ ହୋଇଛନ୍ତି। ଭାରତୀୟ ସେନାର ଆକ୍ସନରେ ଖସିପଡ଼ିଲା ପାକିସ୍ତାନର ଅଧାଡଜନ ଲଢୁଆ ବିମାନ। ଚୀନ୍ ଓ ତୁର୍କୀରୁ ମଗାଇଥିବା ଶହ ଶହ ସଂଖ୍ୟାରେ ଡ୍ରୋନ୍ ବି ମାରି ଖସାଇଦେଲା ଭାରତୀୟ ସେନା।

ଭାରତୀୟ ସେନା କହିଛି ସଫଳ ହୋଇଛି ଅପରେସନ ସିନ୍ଦୂର। ଭାରତୀୟ ସେନାର ଟାର୍ଗେଟ୍ ଓ ଲକ୍ଷ୍ୟ ପୂରଣ ହୋଇଛି । କିନ୍ତୁ 1971ରେ ପାକିସ୍ତାନ ବିରୋଧରେ ସମ୍ପୂର୍ଣ୍ଣ ଯୁଦ୍ଧ ଲଢ଼ିଥିଲା ଭାରତ। ଭାରତୀୟ ସେନାର ପରାକ୍ରମ ବଳରେ ବିଜୟ ବି ମିଳିଲା। କିନ୍ତୁ ଅନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଁଇଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି। ପାକିସ୍ତାନର 93 ହଜାର ଯୁଦ୍ଧ ବନ୍ଦୀ ସୈନିକଙ୍କୁ ଭାରତ ଫେରାଇଥିବାବେଳେ ପାକିସ୍ତାନ କିନ୍ତୁ ଯୁଦ୍ଧ ବନ୍ଦୀ ହୋଇଥିବା ଭାରତର 54 ଜଣ ସେନା ଅଫିସର ଓ ସୈନିକଙ୍କୁ ଭାରତକୁ ଫେରାଇଲା ନାହିଁ । ପ୍ରଶ୍ନ ଉଠେ ସେତେବେଳେ କାହିଁକି ଭାରତ ଅଧିକାର କରିଥିବା 15 ହଜାର ବର୍ଗ କିମି ଭୂମି ପାକିସ୍ତାନକୁ ଫେରାଇଦେଲା ? କାହିଁକି ଯୁଦ୍ଧରେ ବିଜୟୀ ହୋଇ ବି ସେତେବେଳେ କାଶ୍ମୀର ସମସ୍ୟାର ସମାଧାନ କଲେ ନାହିଁ ଇନ୍ଦିରା ଗାନ୍ଧି ? କାହିଁକି ଦୁର୍ବଳ ପାକିସ୍ତାନଠାରୁ ସେତେବେଳେ ଫେରାଇ ଅଣାଗଲାନାହିଁ ପାକ୍ ଅଧିକୃତ କାଶ୍ମୀର ? କାହିଁକି ବଲୁଚିସ୍ତାନକୁ ସ୍ବାଧୀନ କରାଗଲା ନାହିଁ ?

1971ରେ ଦୁଇଟି ଅଣ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ଭିତରେ ହୋଇଥିଲା ଯୁଦ୍ଧ। ଏଣୁ ବଡ଼ ଧରଣର ଧନଜୀବନ ଓ ଅର୍ଥନୈତିକ କ୍ଷତି ନେଇ ନ ଥିଲା ବିପଦ । ସେତେବେଳେ ଭାରତର କୌଣସି ଅର୍ଥନୈତିକ ଲକ୍ଷ୍ୟ ନ ଥିଲା। ପୁଣି 1971ର ଯୁଦ୍ଧ ପାଇଁ ସେତେବେଳେ 9 ମାସ ପୂର୍ବରୁ ଯୋଜନା କରାଯାଇଥିଲା। ଏହି ଯୁଦ୍ଧର ଫଳ ସ୍ବରୂପ ପାକିସ୍ତାନ ବିଭାଜିତ ହୋଇ ବାଂଲାଦେଶ ସୃଷ୍ଟି ହୋଇଥିଲେ ବି ଭାରତକୁ ସେମିତି କିଛି ଲାଭ ମିଳିନଥିଲା। ଅନ୍ୟପଟେ ବର୍ତ୍ତମାନ ଯେତେବେଳେ ଅପରେସନ ସିନ୍ଦୂର ପାଇଁ ନିଷ୍ପତ୍ତି ନେଲେ ମୋଦି ସରକାର, ସେତେବେଳେ ଗୋଟିଏ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ଭାରତ ଆଉ ଏକ ଅସ୍ଥିର ପରମାଣୁଶକ୍ତି ସମ୍ପନ୍ନ ଦେଶରେ ନିର୍ଦ୍ଦିଷ୍ଟ ଆକ୍ରମଣ କରିବାକୁ ସ୍ଥିର କରାଗଲା । ନିକଟ ଇତିହାସରେ କେବଳ ଇରାନ ଓ ଇସ୍ରାଏଲକୁ ଛାଡ଼ି ଦେଲେ ଅନ୍ୟ କୌଣସି ଦୁଇଟି ପରମାଣୁ ଶକ୍ତି ସମ୍ପନ୍ନ ପଡ଼ୋଶୀ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇନାହିଁ । ଅନ୍ୟପଟେ ଅପରେସନ ସିନ୍ଦୂରରେ ଭାରତର ଉଦ୍ଦେଶ୍ୟ ମୂଳରୁ ହିଁ ଥିଲା ସ୍ପଷ୍ଟ, ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା ନ କରି ସେଠାରେ ଥିବା ଆତଙ୍କବାଦୀ କ୍ୟାମ୍ପଗୁଡ଼ିକୁ ଧ୍ବଂସ କରିବା। ଯଦି ପାକିସ୍ତାନ ଆକ୍ରମଣ କରେ ତେବେ ପାଲଟା ଆକ୍ରମଣ କରିବା।

ଭାରତ ସରକାରଙ୍କ ଅସ୍ତ୍ର ବିରତି ନିଷ୍ପତ୍ତିକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଉଥିବାବେଳେ 1971 ଭଳି ପାକିସ୍ତାନ ସହ ଯୁଦ୍ଧ ଲଢ଼ିବାକୁ କହୁଛନ୍ତି । କିନ୍ତୁ 1971 ଭଳି 2025 ଦୀର୍ଘ ସମୟ ସାମରିକ ସଂଘର୍ଷର ସମୟ ନୁହେଁ। ବିଶ୍ବର ଆର୍ଥିକ ମହାଶକ୍ତି ହେବା ଦୌଡ଼ରେ ଥିବା ଭାରତ ଲମ୍ବା ଅବଧିର ଯୁଦ୍ଧ ଲଢ଼ିଲେ ଦେଶର ଅର୍ଥନୈତିକ ପ୍ରଗତି ଦିଗହରା ହେବ। ବୈଦେଶିକ ପୁଞ୍ଜିନିବେଶ ବନ୍ଦ ହେବା ସହ ଦେଶରେ ନିଯୁକ୍ତି ସୁଯୋଗ ବି ସୀମିତ ହୋଇଯିବ। ଯାହା ଚାହୁଁଛି ଚୀନ୍ ଭଳି ପଡ଼ୋଶୀ ଦେଶ। ପୂର୍ବରୁ ହିଁ କାଙ୍ଗାଳ ଅବସ୍ଥାରେ ଥିବା ପାକିସ୍ତାନ ଏହି ଯୁଦ୍ଧ ଫଳରେ ସେମିତି ବଡ଼ କିଛି ହରାଇବ ନାହିଁ, ଅନ୍ୟପଟେ ଭାରତ ଯୁଦ୍ଧରେ ଲିପ୍ତ ରହିଲେ ଏଥିରୁ ବଡ଼ ଫାଇଦା ନେବା ଅପେକ୍ଷାରେ ଅଛନ୍ତି ଚୀନ୍ ଓ ଆମେରିକା ଭଳି ଦେଶ।

ଚୀନ୍ ଭଳି ଦେଶ 1962 ପରଠାରୁ କାହା ସହ କୌଣସି ସିଧାସଳଖ ଯୁଦ୍ଧ ନ ଲଢ଼ି ନିଜର ଶକ୍ତି ବୃଦ୍ଧି କରିବା ଉପରେ ଧ୍ୟାନ ଦେଇଛି। ଫଳରେ ଚୀନ୍ ଏବେ ବିଶ୍ବର ଦ୍ବିତୀୟ ବୃହତ୍ ଅର୍ଥନୀତି ଓ ଶକ୍ତିଶାଳୀ ସାମରିକ ଶକ୍ତିରେ ପରିଣତ ହୋଇପାରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
terrorist-camp-surrenders-to-indias-military-might | Argus News