Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଜମ୍ମୁ କାଶ୍ମୀରର ଅଖନୁର ସେକ୍ଟରରେ ଆତଙ୍କୀ ଅନୁପ୍ରବେଶ ଚେଷ୍ଟାକୁ ପଣ୍ଡ

National

ଜମ୍ମୁ କାଶ୍ମୀରର ଅଖନୁର ସେକ୍ଟରରେ ଆତଙ୍କୀ ଅନୁପ୍ରବେଶ ଚେଷ୍ଟାକୁ ପଣ୍ଡ

Manini Pattanayak
Browse all articles by Manini Pattanayak
·2 years ago·1 min read
ଜମ୍ମୁ କାଶ୍ମୀରର ଅଖନୁର ସେକ୍ଟରରେ ଆତଙ୍କୀ ଅନୁପ୍ରବେଶ ଚେଷ୍ଟାକୁ ପଣ୍ଡ

ନୂଆଦିଲ୍ଲୀ:  ଜମ୍ମୁ କାଶ୍ମୀରର ଅଖନୁର ସେକ୍ଟରରେ ଆତଙ୍କୀ ଅନୁପ୍ରବେଶ ଚେଷ୍ଟାକୁ ପଣ୍ଡ। ଏହି ଅଞ୍ଚଳରେ ପାକିସ୍ଥାନୀ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବାର ସିସିଟିଭି କ୍ୟାମେରାରେ ଦେଖାଯାଇଥିଲା। ଭାରତୀୟ ସେନାର ହ୍ବାଇଟ କର୍ପସ ଏହି ୪ ଆତଙ୍କବାଦୀଙ୍କୁ ଗୁଳି ମାଡ କରିଥିଲେ। ଏନକାଉଣ୍ଟରରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।  ପାକିସ୍ଥାନୀ ଆତଙ୍କୀମାନେ ସେମାନଙ୍କର ଜଣେ ସାଥୀର ମୃତଦେହ ନେବାକୁ ଚେଷ୍ଟା କରୁଥିବାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଅନ୍ୟପଟେ ପୁଞ୍ଚ ସେକ୍ଟରରେ ଗୁରୁବାର ଆତଙ୍କୀ ହମଲାରେ 5 ଜଣ ଯବାନ ସହିଦ ହେବା ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି।

12 ଜଣଙ୍କୁ ଗିରଫ କରାଯାଇ ପଚରା ଉଚରା ଜାରି ରହିଛି। ସେପଟେ ଜମ୍ମୁ-କଶ୍ମୀରର ରଜୌରୀ ଏବଂ ପୁଞ୍ଚରେ ଆତଙ୍କବାଦୀଙ୍କ ପାଇଁ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେଶନ କ୍ରମାଗତ ତୃତୀୟ ଦିନ ଜାରି ରହିଛି। ରଜୌରୀ ଏବଂ ପୁଞ୍ଚରେ ମୋବାଇଲ ଇଣ୍ଟରନେଟ୍‌ ସେବାକୁ ମଧ୍ୟ ବନ୍ଦ କରାଯାଇଛି। ତିନି ଦିନ ଧରି ଅପରେଶନ ସମୟରେ ଆତଙ୍କବାଦୀଙ୍କ କୌଣସି ସନ୍ଧାନ ନ ପାଇବା ପରେ ସାମରିକ ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଆତଙ୍କବାଦୀମାନେ ଏହି ଅଞ୍ଚଳରୁ ଖସିଯିବାରେ ସଫଳ ହୋଇଛନ୍ତି। ଆଜି ମଧ୍ୟ ଗ୍ରାଉଣ୍ଡ ଅପରେଶନ ସହିତ ଡ୍ରୋନ ଏବଂ ହେଲିକପ୍ଟର ସାହାଯ୍ୟରେ ସୁରକ୍ଷା ବାହିନୀ ରଜୌରୀ ଏବଂ ପୁଞ୍ଚର ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀଙ୍କ ସନ୍ଧାନରେ ସର୍ଚ୍ଚ ଅପରେଶନ ଚଳାଇଛି।

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Terrorist infiltration attempt foiled in Akhnoor sector of Jammu and Kashmir. | Argus News