କାଶ୍ମୀର ଏନକାଉଣ୍ଟରରେ ଆତଙ୍କବାଦୀ ନିପାତ
·1 year ago

ଅର୍ଗସ ବ୍ୟୁରୋ: ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିପାତ। ଜାମ୍ମୁ-କାଶ୍ମୀରର ଉଧମପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଯାହାଫଳରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। କଠୁଆ-ବସନ୍ତଗଡ ସୀମା ନିକଟରେ ଏହି ଏନକାଉଣ୍ଟର ହୋଇଥିଲା।
ଗୁଇନ୍ଦା ସୂତ୍ର ମୁତାବକ ଆଜି ସେନା ଓ ପୋଲିସର ମିଳିତ ଟିମ୍ ବସନ୍ତଗଡର ଖଣ୍ଡରା ଟାପ୍ ଆଡକୁ ଯାଉଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରେ ଗୁଳି ଚଲାଇଥିଲେ।ସୁରକ୍ଷାକର୍ମୀ ମଧ୍ୟ ଏହାର କଡା ଜବାବ ଦେଇଛନ୍ତି। ଖବର ଅନୁଯାୟୀ ଘଟଣାସ୍ଥଳରେ ଏବେ ଅତିରିକ୍ତ ବାହିନୀ ନିଯୁକ୍ତି କରାଯାଇଛି। ଦିନକୁଦିନ ଅତଙ୍କବାଦୀଙ୍କ ଆତଙ୍କ ବଡିବାରେ ଲାଗିଥବାରୁ ଆନ୍ତର୍ଜାତୀୟ ସୀମାରେ ସୁରକ୍ଷା କଡାକଡି କରାଯାଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: