Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ, ଓଡିଆ ଯୁବକ ମୃତ

National

ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ, ଓଡିଆ ଯୁବକ ମୃତ

Smruti Parija
Browse all articles by Smruti Parija
·1 year ago·2 min read
ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ, ଓଡିଆ ଯୁବକ ମୃତ

ଜମ୍ମୁ କଶ୍ମୀରରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ । ଆତଙ୍କୀ ହମଲାରେ ୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ସହ ୧୨ରୁ ଅଧିକ ଆହତ ହୋଇଛନ୍ତି । ସେପଟେ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ପର୍ଯ୍ୟଟକ ଅଛନ୍ତି । ବାଲେଶ୍ୱର ସରଗାଁ ପଞ୍ଚାୟତର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । 


ଏହି ଆକ୍ରମଣ ପରେ ସେନା ପକ୍ଷରୁ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ପହଲଗାମରେ ପର୍ଯ୍ୟଟକମାନେ ଟ୍ରେକିଂ କରୁଥିବା ବେଳେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ଏହି ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣା ସମ୍ପର୍କରେ ସାଉଦୀ ଆରବରେ ଥିବା ପିଏମ ମୋଦି ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରି ଉଚିତ ପଦକ୍ଷେପ ନେବାକୁ କହିଛନ୍ତି । ଏହାସହ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି । କାହାରିକୁ ଛଡାଯିବନି କହିଛନ୍ତି ପ୍ରଧାନମନ୍ତ୍ରୀ । 


ଏହା ସହିତ ଘଟଣାକୁ ନେଇ ଗୃହ ମନ୍ତ୍ରୀ ଏକ ଜରୁରୀକାଳୀନ ବୈଠକ ମଧ୍ୟ ଡାକିଛନ୍ତି । ଏଥିସହ ଖୁବଶୀଘ୍ର ଅମିତ ଶାହ ଜାମ୍ମୁ କଶ୍ମୀରରେ ପହଞ୍ଚି ସ୍ଥିତି ସମୀକ୍ଷା କରିବେ । ଗ୍ରୀଷ୍ମ ଛୁଟିକୁ ଦୃଷ୍ଟିରେ ରଖି ପହଲଗାମ ଅଞ୍ଚଳରେ ଧୀରେ ଧୀରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଏଭଳି ସମୟରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଭୟର ପରିସ୍ଥିତି ସୃଷ୍ଟି କରିଛି । ଏହି ଗୁଳିକାଣ୍ଡ ପାଇଁ ପାକ୍ ସମର୍ଥିତ ଆତଙ୍କବାଦୀ ସଂଗଠନ ଦି ରେଜିଷ୍ଟେନ୍ସ ଫ୍ରଣ୍ଟ ତଥା ଟିଆରଏପ୍ ନିଜକୁ ଦାୟୀ କରିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଘଟଣାକୁ ନେଇ ଦୃଢ ନିନ୍ଦା କରିବା ସହ ନୀରିହ ଜନତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।


ସେପଟେ ଏହି ଘଟଣା ପରେ ଭୟରେ ଅଛନ୍ତି ପର୍ଯ୍ୟଟକ । 


Sponsored
terrorists-attack-tourists-in-pahalgam | Argus News