Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆକ୍ରମଣ ପୂର୍ବରୁ ୪ ସ୍ଥାନରେ ରେକି କରିଥିଲେ ଆତଙ୍କବାଦୀ

National

ଆକ୍ରମଣ ପୂର୍ବରୁ ୪ ସ୍ଥାନରେ ରେକି କରିଥିଲେ ଆତଙ୍କବାଦୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆକ୍ରମଣ ପୂର୍ବରୁ ୪ ସ୍ଥାନରେ ରେକି କରିଥିଲେ ଆତଙ୍କବାଦୀ

Key Points

ପହଲଗାମ ନରସଂହାର ଘଟଣାରେ ବଡ଼ ଖୁଲାସା
ଆକ୍ରମଣ ପୂର୍ବରୁ 4 ସ୍ଥାନରେ ରେକି କରିଥିଲେ ଆତଙ୍କବାଦୀ
ଆମ୍ୟୁଜମେଣ୍ଟ ପାର୍କ, ଅରୁ ଓ ବେତାବ ଭ୍ୟାଲିରେ ସ୍ଥିତି ପରଖିଲା ଅର୍ଗସ୍ ଟିମ୍
ଖସିଯିବା ସହଜ ଥିବାରୁ ବୈସାରନକୁ ବାଛିଥିଲେ ଆତଙ୍କୀ

ପହଲଗାମର ଆମ୍ୟୁଜମେଣ୍ଟ ପାର୍କ। ଯେଉଁ ବୈସରନ ଭ୍ୟାଲିରେ ଆତଙ୍କବାଦୀ ଆକ୍ରମଣ ହେଲା ସେହି ସ୍ଥାନ ଭଳି ଏଠି ବି ସବୁଦିନ ହେଉଥିଲା ଶହ ଶହ ପର୍ଯ୍ୟଟକଙ୍କ ଭିଡ଼। ପାର୍କ କର୍ମଚାରୀଙ୍କ କହିବା କଥା ବୈସାରନ ଆକ୍ରମଣ ସମୟରେ ଏହି ପାର୍କରେ 200ରୁ ଅଧିକ ଲୋକ ଥିଲେ। କିନ୍ତୁ 22 ତାରିଖ ପରେ ଏ ସ୍ଥାନ ଖାଁ ଖାଁ। ତେବେ ଆତଙ୍କୀ ଆକ୍ରମଣ ଘଟଣାର ତଦନ୍ତ କରୁଥିବା NIA ଟିମ୍ ଆମ୍ୟୁଜମେଣ୍ଟ ପାର୍କର ସମସ୍ତ କର୍ମଚାରୀଙ୍କୁ ପଚରାଉଚୁରା କରିଛି ।

ପହଲଗାମର ଆଉ ଦୁଇ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଅରୁ ଭ୍ୟାଲି ଓ ବେତାବ ହିଲରେ ବି ସ୍ଥିତି ସମାନ। ସବୁବେଳେ ଗହଳି ଚହଳ ଲାଗି ରହୁଥିବା ଏ ସ୍ଥାନ ଗୁଡ଼ିକ ଏବେ ପ୍ରାୟ ଜନଶୂନ୍ୟ। ସୁରକ୍ଷା ଦୃଷ୍ଟିରୁ ଏ ସବୁ ସ୍ଥାନକୁ ଯିବାକୁ ଅନୁମତି ଦେଉନାହିଁ ସିଆରପିଏଫ୍। ମିଳିଥିବା ଖବର ଅନୁସାରେ ଆକ୍ରମଣ ପୂର୍ଵରୁ ଆମ୍ୟୁଜମେଣ୍ଟ ପାର୍କ, ଅରୁ ଭେଲି ଓ ବେତାବ ଭ୍ୟାଲିରେ ରେକି କରିଥିଲେ ଆତଙ୍କବାଦୀ। କିନ୍ତୁ ଅବସ୍ଥିତି ଦୃଷ୍ଟିରୁ ଆକ୍ରମଣ ପରେ ଖସି ପଳାଇବା ସହଜ ଥିବାରୁ ବୈସାରନକୁ ବାଛିଥିଲେ।

ଶ୍ରୀନଗର ଓ ଆଖପାଖ ଅଞ୍ଚଳର 87 ପର୍ଯ୍ୟଟନ ସ୍ଥଳ ଭିତରୁ 48ଟିକୁ ଆତଙ୍କବାଦୀ ଆକ୍ରମଣ ପରେ ବନ୍ଦ କରାଯାଇଛି । ପହଲଗାମକୁ ପର୍ଯ୍ୟଟକ ସଂଖ୍ୟା କମିଥିଲା, ହେଲେ ଗତ ଦୁଇ ଦିନ ହେବ କିଛି କିଛି ପର୍ଯ୍ୟଟକ ଆସୁଛନ୍ତି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଟୁରିଷ୍ଟ ଗାଇଡ୍.। ପିକ୍ ସିଜିନ ବେଳେ ପର୍ଯ୍ୟଟକ ନ ଆସିବାରୁ ସେମାନଙ୍କ ରୋଜଗାର ଏକ ପ୍ରକାର ଠପ୍ ହୋଇଯାଇଛି । ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ପହଲଗାମ ଆସି ଆତିଥ୍ୟ କରିବାର ସୁଯୋଗ ଦେବାକୁ ସେମାନେ ଲୋକଙ୍କୁ ଅନୁରୋଧ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored