Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସ୍ବେଦେଶୀ ଫାଇଟର ଜେଟ୍ ତେଜାସର ଆଡଭାନ୍ସ ଭର୍ସନ ମାର୍କ-1Aର ଟେଷ୍ଟିଂ ସଫଳ

Smruti Parija
Browse all articles by Smruti Parija
·2 years ago·2 min read
ସ୍ବେଦେଶୀ ଫାଇଟର ଜେଟ୍ ତେଜାସର ଆଡଭାନ୍ସ ଭର୍ସନ ମାର୍କ-1Aର ଟେଷ୍ଟିଂ ସଫଳ

ଅର୍ଗସ ବ୍ୟୁରୋ: ସ୍ବଦେଶୀ ଲଢୁଆ ବିମାନ ତେଜାସର ଆଡଭାନ୍ସ ଭର୍ସନ ମାର୍କ-1A ର ପ୍ରଥମ ପାଇଟର ଜେଟର ଟେଷ୍ଟିଂ ସଫଳ। ଏହି ସିରିଜର ପ୍ରଥମ ପାଇଟର ଜେଟ୍ ଏଲଏ5033 ବେଙ୍ଗାଳୁରୁରେ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ – ତଥା ହାଲ୍ ସେଣ୍ଟରରେ 15 ମିନିଟ ଯାଏଁ ଉଡିଥିଲା। ତେଜାସର ଆଡଭାନ୍ସ ଭର୍ସନ ମାର୍କ-1A ରେ ଶକ୍ତିଶାଳୀ ରାଡର, ଆଡଭାନ୍ସଡ୍ ବିଅଣ୍ଡ ଭିଜୁଆଲ ରେଞ୍ଜ ମିଶାଇଲ ଏବଂ ଆକ୍ରମଣ ବେଳେ ନିଜକୁ ସୁରକ୍ଷା ଦେବାର କ୍ଷମତା ରହିଛି। 

ହାଲ 2021ରେ ଭାରତୀୟ ବାୟୁସେନା ଲାଗି 83ଟି ଜେତସ ମାର୍କ 1A ନିର୍ମାଣ କରିବା ଲାଗି 46,898 କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କରିଥିଲା। କମ୍ପାନୀ 2024 ମାର୍ଚ୍ଚରୁ 2028 ପେବ୍ରୁଆରୀରୁ ମଧ୍ୟରେ 83ଟି ଫାଇଟର ଜେଟ୍ ଡେଲିଭରୀ କରିବ। ଏହା ପୂର୍ବରୁ ହାଲ ବର୍ତ୍ତମାନ ସୁଦ୍ଧା 32ଟି ସିଙ୍ଗଲ ସିଟ ଏଲସିଏ ଫାଇଟର ଏବଂ ଦୁଇଟି ଡବଲ ସିଟ୍ ଟ୍ରେନରର ଡେଲିଭରୀ କରିସାରିଛି।  

ଏଲସିଏ ମାର୍କ 1Aରେ ତେଜସ ତୁଳନାରେ ଅଧିକ ଫିଚର ରହିଛି।  ଏଲସିଏ ମାର୍କ 1Aରେ ଶକ୍ତିଶାଳୀ AESA ରାଡାର ଲାଗିଛି। ଏଥିରେ ଅପଗ୍ରେଡେଟ୍ ରାଡାର ଓ୍ବାର୍ଣ୍ଣିଂ ରିସିଭର ସିଷ୍ଟମ ଲଗାଯାଇଛି। ଯାହା ବିପଦକୁ ଅତିଶୀଘ୍ର ଚିହ୍ନଟ କରିପାରିବ। ଆକାଶର ଏହି ଫାଇଟର ଜେଟ୍ ରି-ପ୍ୟୁଲିଂ କରିପାରିବ। ଫଳରେ ସିଙ୍ଗଲ ଇଞ୍ଜିନ ବିଶିଷ୍ଟ ଫାଇଟର ଜେଟର ରେଞ୍ଜ ଅଧିକ ହେବ। ଏଥିରେ ଡିଜିଟାଲ ମ୍ୟାପ୍ ଜେନେରେଟର, ସ୍ମାର୍ଟ ମଲ୍ଟି ଫଙ୍କସନ ଡିସପ୍ଲେ, ଏବଂ ଆଡଭାନ୍ସଡ୍ ରେଡିଓ ଅଲ୍ଟିମିଟର ଲାଗିଛି। ଏଲସିଏ ମାର୍କ 1Aରେ ପ୍ରାୟ 40ଟି ସୁଧାର ତଥା ଅପଡେଟ ହୋଇଛି। ଫଳରେ ଏହାର ରକ୍ଷଣାବେକ୍ଷଣା ସହଜ ହେବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଲସିଏ ମାର୍କ 1Aର ନିର୍ମାଣ ଫଳରେ ଭାରତର ଆତ୍ମନିର୍ଭରଶୀଳତା ଏବଂ ମେକ୍ ଇନ୍ ଇଣ୍ଡିଆକୁ ବଡ ସପଳତା ମିଳିଛି। ସ୍ବଦେଶୀ ତେଜସ ମାର୍କ 1Aକୁ ପାକିସ୍ତାନ ସୀମାନ୍ତ ରାଜସ୍ତାନର ବିକାନେର ସ୍ଥିତ ନାଲ ଏୟାରବେସରେ ମୁତୟନ କରିବାକୁ ଯୋଜନା ରହିଛି।

ଆହୁରି ପଢନ୍ତୁ ଭାରତ ଖବର... 

Sponsored
Testing of advanced version Mark-1A of indigenous fighter jet Tejas successful | Argus News