Videos
|
National

ସୀମାରେ ଲାଗିଛି ଯୁଦ୍ଧ ପରିସ୍ଥିତି, ସେଇଠୁ ଦୂରେଇ ରୁହନ୍ତୁ ଭାରତୀୟ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ସୀମାରେ ଲାଗିଛି ଯୁଦ୍ଧ ପରିସ୍ଥିତି, ସେଇଠୁ ଦୂରେଇ ରୁହନ୍ତୁ ଭାରତୀୟ

Key Points

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ଚାଲିଥିବା ବିବାଦରେ ଏଣ୍ଟ୍ରି ମାରିଛନ୍ତି ।

ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶକୁ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଧମକ ଦେଇଛନ୍ତି ।

ଯୁଦ୍ଧ ବନ୍ଦ ନକଲେ ବ୍ୟବସାୟ ବନ୍ଦ କରିଦିଆଯିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି ।

କମ୍ବୋଡ଼ିଆ-ଥାଇଲାଣ୍ଡ ଉତ୍ତେଜନା ମଧ୍ୟରେ ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି । ସୀମାନ୍ତ ଉତ୍ତେଜନା ଅଞ୍ଚଳକୁ ନଯିବାକୁ ଭାରତୀୟଙ୍କୁ ପରାମର୍ଶ ଦେଇଛି ଦୂତାବାସ । ଏହାସହିତ ଜରୁରୀକାଳୀନ ହେଲ୍‌ପଲାଇନ୍ସ ନମ୍ବର ମଧ୍ୟ ଜାରି ହୋଇଛି । ଯୋଗାଯୋଗ ପାଇଁ ହେଲ୍‌ପଲାଇନ୍ସ ନଂ- ୮୫୫ ୯୨୮୮୧୬୭୬ରେ କଲ୍ କରିପାରିବେ ଭାରତୀୟ ନାଗରିକ ।

ସୀମାରେ ହଜାରେ ବର୍ଷ ପୁରୁଣା ଶିବ ମନ୍ଦିରକୁ ନେଇ ଥାଇଲ୍ୟାଣ୍ଡ ଓ କମ୍ବୋଡିଆ ମଧ୍ୟରେ ବିବାଦ ତୃତୀୟ ଦିନରେ ପହଞ୍ଚିଛି । ସଂଘର୍ଷରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ଥାଇଲାଣ୍ଡ ମୃତାହତଙ୍କ ତାଲିକା ଜାରି କରିଥିବାବେଳେ କାମ୍ବୋଡିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ତାଲିକା ଜାରି କରିଛି । ଯୁଦ୍ଧରେ କମ୍ବୋଡିଆର ୧୩ ଜଣ କର୍ମଚାରୀଙ୍କ ମୃତ୍ୟୁ ହେବା ସହ ଆଠ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ।

ଗତକାଲି କାମ୍ବୋଡିଆ ମିଳିତ ଜାତିସଂଘକୁ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଦାବି କରିବା ପରେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଜରୁରୀ ବୈଠକ ହୋଇଛି । ତୁରନ୍ତ ଅସ୍ତ୍ରବିରତି ସହ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ପ୍ରସ୍ତାବ ଦେଇଛି ଜାତିସଂଘ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ଚାଲିଥିବା ବିବାଦରେ ଏଣ୍ଟ୍ରି ମାରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶକୁ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଧମକ ଦେଇଛନ୍ତି । ଯୁଦ୍ଧ ବନ୍ଦ ନକଲେ ବ୍ୟବସାୟ ବନ୍ଦ କରିଦିଆଯିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ଟ୍ରମ୍ପ କହିଛନ୍ତି, "ମୁଁ ଥାଇଲ୍ୟାଣ୍ଡର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛି ଏବଂ ଏହା ଏକ ବହୁତ ଭଲ ଆଲୋଚନା ଥିଲା। କାମ୍ବୋଡିଆ ପରି ଥାଇଲ୍ୟାଣ୍ଡ ତୁରନ୍ତ ଯୁଦ୍ଧବିରାମ ଏବଂ ଶାନ୍ତି ଚାହୁଁଛି। ତେଣୁ ଏବେ ମୁଁ କାମ୍ବୋଡିଆର ପ୍ରଧାନମନ୍ତ୍ରୀଙ୍କୁ ଏହି ବାର୍ତ୍ତା ଦେବାକୁ ଯାଉଛି।

ତେବେ ଥାଇଲାଣ୍ଡ ଓ କାମ୍ୱୋଡିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗତ ଗୁରୁବାରଠାରୁ ଦକ୍ଷିଣ-ପୂର୍ବ ଏସିଆରେ ଦୁଇଦେଶ ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଲାଗିଥିବା ସଂଘର୍ଷରେ ଉଭୟ ଦେଶର ୩୨ ଜଣ ପ୍ରାଣ ହରାଇଲେଣି। ଥାଇଲାଣ୍ଡରେ ୧୯ ଓ କାମ୍ୱୋଡିଆରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ଦେଶର ୧୩୦ରୁ ଅଧିକ ଆହତ ହୋଇଛନ୍ତି। ଥାଇଲାଣ୍ଡ ଯୁଦ୍ଧରେ ଆମେରିକାର ଏଫ୍‌-୧୬ ବ୍ୟବହାର କରୁଛି । ଦୁଇ ଦେଶ ନିଜର ସ୍ୱଦେଶୀ ଡ୍ରୋନ୍‌ଗୁଡ଼ିକୁ ନିୟୋଜିତ କରିଛନ୍ତି । ଯୁଦ୍ଧରେ ଭାରି ଅସ୍ତ୍ରଶସ୍ତ୍ର ଓ ତୋପ ବ୍ୟବହାର କରାଯାଉଛି । ସୀମାବର୍ତ୍ତୀ ଅଞ୍ଚଳର ଲୋକମାନେ ଘରଛାଡ଼ି ପଳାଉଛନ୍ତି । ଏହାରି ମଧ୍ୟରେ ତୁରନ୍ତ ନିଃସର୍ତ୍ତ ଯୁଦ୍ଧବିରତି ପାଇଁ କାମ୍ୱୋଡିଆ ଅପିଲ୍‌ କରିଛି ।

Thailand cambodia border clash indian embassy issues advisory | Argus News