Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଶ୍ବକୁ ମିଳିଲା ଭାରତର ସାମରିକ ଶକ୍ତିର ପ୍ରମାଣ

Manini Pattanayak
Browse all articles by Manini Pattanayak
·2 years ago·2 min read
ବିଶ୍ବକୁ ମିଳିଲା ଭାରତର ସାମରିକ ଶକ୍ତିର ପ୍ରମାଣ

ନୂଆଦିଲ୍ଲୀ:  ସାମ୍ନାକୁ ଆସିଲା ଭାରତୀୟ ନୌସେନାର ପରାକ୍ରମର ଭିଡିଓ । ସୋମାଲିଆ ଜଳଦଶ୍ୟୁଙ୍କ କବଳରୁ କେମିତି ପାକିସ୍ତାନ ଓ ଇରାନ ନାଗରିକଙ୍କୁ ଉଦ୍ଧାର କରିଥିଲେ ମେରାଇଲ କମାଣ୍ଡୋ ତାର ଭିଡିଓ ସେୟାର କରିଛି ନୌସେନା । ବନ୍ଧୁ ଦେଶ ହେଉ କି ଶତ୍ରୁ ଦେଶ ଅସମୟରେ କିଭଳି ସହାୟତା କରିବାକୁ ଆଗକୁ ଆସିଥାଏ ଭାରତ ତାର ପ୍ରମାଣ ଦେଖିଲା ପୂରା ବିଶ୍ବ । ପାକିସ୍ତାନ ଓ ଇରାନ ନାଗରିକଙ୍କ ପାଇଁ ଦେବଦୂତ ସାଜିଲା ଭାରତୀୟ ନୌସେନା । ଗଭୀର ସମୁଦ୍ର ମଧ୍ୟରେ ଚାଲିଲା ଅପରେସନ । ଜଳଦଶ୍ୟୁଙ୍କ କବଳରୁ ଉଦ୍ଧାର ହେଲେ ଦୁଇ ଦେଶର ୩୬ ଜଣ ଧୀବର ।  ଏବେ ସାମ୍ନାକୁ ଆସିଛି ନୌବୀରଙ୍କ ଏହି ପରାକ୍ରମର ଭିଡିଓ । ଭାରତୀୟ ନୌସେନା ପକ୍ଷରୁ ଟ୍ବିଟ୍‌ କରି ଏହି ଭିଡିଓକୁ ସେୟାର କରାଯାଇଛି । କୋଚିଠାରୁ ୭୦୦ ନଟିକାର ମାଇଲ ଦୂରରେ ଇରାନର ଏକ ଜାହାଜକୁ ଅପହରଣ କରିନେଇଥିଲେ ସୋମାଲିଆର ଜଳଦଶ୍ୟୁ ।

ଘଟଣା ଜଣାପଡ଼ିବା ପରେ ଭାରତୀୟ ନୌସେନାର ସହାୟତା ଲୋଡ଼ିଥିଲା ଇରାନ । ଆଉ ତୁରନ୍ତ ଆରମ୍ଭ ହୋଇଥିଲା ଅପରେସନ । ଅପହରଣ ଉଦ୍ୟମକୁ ପଣ୍ଡ କରିବା ସହ ଉଦ୍ଧାର ପାଇଁ ଭାରତ ପଠାଇଥିଲା ଯୁଦ୍ଧପୋତ ଓ ଏୟାରକ୍ରାଫ୍ଟ । ଖୁବକମ ସମୟ ମଧ୍ୟରେ ଅପହୃତ ଜାହାଜ ପାଖରେ ପହଞ୍ଚି ଯାଇଥିଲା INS ସୁମିତ୍ରା । ସମୁଦ୍ରରେ ବ୍ଲାଙ୍କ ଫାୟାରିଂ କରି ଜଳଦଶ୍ୟୁଙ୍କୁ ଚେତାବନୀ ଦେଇଥିଲେ ମେରାଇନ କମାଣ୍ଡୋ ।  ଏହାପରେ ଅପହୃତ ଜାହାଜ ଉପରେ ହେଲିକପ୍ଟର ଉଡ଼ାଇ ପ୍ରତିଟି ଗତିବିଧି ଉପରେ ରଖାଯାଇଥିଲା ନଜର । ୱାର୍ଣ୍ଣିଂ ପରେ ଭେସେଲ୍‌ ମାଧ୍ୟମରେ ଜାହାଜ ପାଖରେ ପହଞ୍ଚିଥିଲେ ଯବାନ ।

ଆଉ ବନ୍ଧକ ଥିବା ୧୭ ଜଣ ଇରାନ ନାଗରିକଙ୍କୁ ଉଦ୍ଧାର କରିବା ସହ ଜଳଦଶ୍ୟୁଙ୍କୁ ନିଜ ହେପାଜତକୁ ନେଇଥିଲେ । ଏହା ପୂର୍ବରୁ ସମାନ ଢଙ୍ଗରେ ପାକିସ୍ତାନର ୧୯ ଜଣ ନାବିକଙ୍କୁ ଉଦ୍ଧାର କରିଥିଲେ ମାର୍କୋସ୍‌ କମାଣ୍ଡୋ । ଏଥିରେ ମଧ୍ୟ ବଡ଼ ଭୂମିକା ନିଭାଇଥିଲା INS ସୁମିତ୍ରା । ଏବେ ଶୁଣନ୍ତୁ ଉଦ୍ଧାର ହେବା ପରେ କେମିତି ଭାରତକୁ କୃତଜ୍ଞତା ଜଣାଉଛନ୍ତି ଇରାନ ଓ ପାକିସ୍ତାନର ନାଗରିକ ।  ସମୁଦ୍ର ସୁରକ୍ଷା ନେଇ ବଦ୍ଧ ପରିକର ଭାରତୀୟ ନୌସେନା । ସେ ବନ୍ଧୁ ଦେଶ ହେଉ କି ଶତ୍ରୁ ଦେଶ ଅସମୟରେ ସହାୟତା ପାଇଁ ସବୁବେଳେ ଆଗରେ ଥାଏ ଭାରତ । ସମୁଦ୍ରରେ ପାକିସ୍ତାନ ଓ ଇରାନ ନାଗରିକଙ୍କୁ ଉଦ୍ଧାର କରି ବିଶ୍ବ ଆଗରେ ଏଭଳି ବଡ଼ ଉଦାହରଣ ସୃଷ୍ଟି କରିଛି ଭାରତୀୟ ନୌସେନା । ଏହି ପରାକ୍ରମ ପରେ ଏବେ ଭାରତର ସାମରିକ ଶକ୍ତି ଉପରେ ବଢ଼ିଛି ପୂରା ବିଶ୍ବର ବିଶ୍ବାସ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ  ଭାରତ ଖବର

Sponsored
thank you hamara jaan bachaya pakistani iranian crew indian navy for saving them from somali pirates | Argus News