ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ରାଇସୀନା ଡାଏଲଗର ଦଶମ ସଂସ୍କରଣ

ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ରାଇସୀନା ଡାଏଲଗର ଦଶମ ସଂସ୍କରଣ । ଆଜି ସମ୍ମିଳନୀର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗଦେବେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ । 19 ମାର୍ଚ୍ଚ ଯାଏ ଚାଲିଥିବାକୁ ଥିବା ରାଇସୀନା ସମ୍ମିଳନୀରେ ଯୋଗଦେବାକୁ ଗତକାଲି ସଂଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିଥିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ।
ଭାରତ-ନ୍ୟୁଜିଲାଣ୍ଡ ବାଣିଜ୍ୟିକ ସମ୍ପର୍କ ସହ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହୋଇଛି ଆଲୋଚନା । ସ୍ଲୋଭେନିଆ ବୈଦେଶିକ ମନ୍ତ୍ରୀ ତଞ୍ଜା ଫଜୋନ, ଲେକ୍ସମବର୍ଗ ଉପପ୍ରଧାନମନ୍ତ୍ରୀ ଜାଭିୟର ବାଟେଲଙ୍କ ବହୁ ଆନ୍ତର୍ଜାତିକ ଅତିଥି ଗତକାଲିଠାରୁ ନୂଆଦିଲ୍ଲୀରେ ପହଞ୍ଚିସାରିଛନ୍ତି । ସମ୍ମିଳନୀରେ ବାଣିଜ୍ୟ, ଜଳବାୟୁ ସମେତ ଆନ୍ତର୍ଜାତିକ ପ୍ରସଙ୍ଗରେ ହେବ ମନ୍ଥନ । ସାରା ଦୁନିଆର ବିଚାରକ, ବିଶେଷଜ୍ଞ ଓ ନେତାଙ୍କ ଗୋଟିଏ ମଞ୍ଚରେ ଏକାଠି କରି ବୈଶିକ ସମସ୍ୟାର ସମାଧାନର ରାସ୍ତା ବାହାର କରିବାକୁ ୨୦୧୬ରୁ ରାଇସୀନା ଡାଏଲଗ ଆରମ୍ଭ କରିଥିଲେ ମୋଦି ସରକାର ।