Videos
|
National

ଟନେଲରେ ବଡ଼ ଲୁହା ରଡ଼ ସହ ପଥର ପଡିବାରୁ କାମ କରୁନି ମେସିନ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଟନେଲରେ ବଡ଼ ଲୁହା ରଡ଼ ସହ ପଥର ପଡିବାରୁ କାମ କରୁନି ମେସିନ 

ନୂଆଦିଲ୍ଲୀ: ରେସ୍କ୍ୟୁରେ ବାଧକ ସାଜିଛି ବଡ଼ ବଡ଼ ପଥର । ଟନେଲରେ ବଡ଼ ଲୁହା ରଡ଼ ସହ ପଥର ପଡିବାରୁ ଅଗର ମେସିନ ଠିକ୍‌ରେ କାମ କରୁନି । ଉତ୍ତରକାଶୀରେ ଟନେଲ ଭୁଶୁଡ଼ିବା ଘଟଣାରେ ବିଳମ୍ବ ହେଉଛି ରେସ୍କ୍ୟୁ କାମ । ଶେଷ ପର୍ଯ୍ୟାୟରେ ମିଶନ ଜୀବନ । ଉତ୍ତରକାଶୀର ସିଲ୍‌କିୟାରା ଟନେଲ୍ ଭିତରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରେସ୍କ୍ୟୁ ଅପରେସନ ।

ଟନେଲରେ ବଡ଼ ବଡ଼ ପଥର ଯୋଗୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି । ଉଦ୍ଧାରକାରୀ ଟିମ୍ ଗ୍ୟାସ କଟର ମାଧ୍ୟମରେ ଲୁହା ପାଇପ୍‌କୁ କାଟୁଛନ୍ତି । ଏବେ ମାନୁଆଲ ରହିଛି ଅପରେସନ । ଟନେଲରେ ଇଞ୍ଚ ଇଞ୍ଚରେ ବିପଦ ରହିଛି । ଉଦ୍ଧାରାକାରୀ ଟିମ୍ ପାଇଁ ଯାହା ଚ୍ୟାଲେଞ୍ଜ ହେଉଛି । 14 ଦିନ ହେବ ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି ସୁଡ଼ଙ୍ଗ ଭିତରେ ଫସିଥିବା 41 ଶ୍ରମିକ । ସୁଡ଼ଙ୍ଗ ଭିତରେ ଡ୍ରୋନ୍ ସାହାଯ୍ୟରେ ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି । 

 ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The 41 workers remain trapped as rescue operations were halted once again due to technical snag. | Argus News