Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୋଷ୍ଟ ଅଫିସର ବମ୍ଫର ସ୍କିମ, ଘରେ ବସି ରୋଜଗାର କରନ୍ତୁ ୨୦ ହଜାର  

National

ପୋଷ୍ଟ ଅଫିସର ବମ୍ଫର ସ୍କିମ, ଘରେ ବସି ରୋଜଗାର କରନ୍ତୁ ୨୦ ହଜାର  

Manini Pattanayak
Browse all articles by Manini Pattanayak
·2 years ago·1 min read
ପୋଷ୍ଟ ଅଫିସର ବମ୍ଫର ସ୍କିମ, ଘରେ ବସି ରୋଜଗାର କରନ୍ତୁ ୨୦ ହଜାର  

ନୂଆଦିଲ୍ଲୀ:  ଘରେ ବସି ପ୍ରତ୍ୟେକ ମାସରେ ୨୦ହଜାର ଇନକମ କରିବାକୁ ଚାହୁଁଛନ୍ତି କି !  ଯଦି ହଁ ତେବେ ପୋଷ୍ଟ ଅଫିସ୍‌ ର ଏହି  ଯୋଜନାକୁ ଆପଣାନ୍ତୁ।  ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ।  ପୋଷ୍ଟ ଅଫିସ୍‌ ସିନିୟର ସିଟିଜେନ ସ୍କିମ, ଏହି ସ୍କିମରେ  ୮ ପ୍ରତିଶତରୁ ଅଧିକ ସୁଧ ନିଶ୍ଚିତ ଭାବରେ ଉପଲବ୍ଧ ରହିଛି। ବରଂ ପ୍ରତି ମାସରେ ନିୟମିତ ଆୟ ମଧ୍ୟ ବ୍ୟବସ୍ଥା ହୋଇଥାଏ। ସରକାର ନିଜେ ବିନିଯୋଗ ଉପରେ ସୁରକ୍ଷା ନେଇ ନିଶ୍ଚିତ କରିଛନ୍ତି।   ତେବେ  ପୋଷ୍ଟ ଅଫିସ ବିଭିନ୍ନ ସ୍କିମ ମାନଙ୍କ ମଧ୍ୟରୁ   ପୋଷ୍ଟ ଅଫିସ ସିନିୟର ସିଟିଜେନ୍‌  ସେଭିଙ୍ଗ  ସ୍ମିମ୍‌ ଅନ୍ୟତମ।  ଏହା ବିଶେଷ କରି ବରିଷ୍ଠ ନାଗରିକଙ୍କ ପାଇଁ ଉପଲବ୍ଧ।  ଏହି  ସ୍କିମରେ ନିବେଶ କରିଲେ ଆପଣ  ସୁଧ ପାଇବା ସହ ମାସକୁ ୨୦ହଜାର ଟଙ୍କା ମଧ୍ୟ ରୋଜଗାର କରିପାରିବେ ଘରେ ବସି।

POCCS ରୁ ମିଳୁଥିବା ସୁଧ କଥା ଯଦି କହିବା  ସରକାର ଙ୍କ  ତରଫରୁ  ୨୦୨୪ ଜାନୁଆରୀ ୧ରୁ  ଯେଉଁମାନେ ନିବେଶ କରିଛନ୍ତି  ସେମାନଙ୍କ ପାଇଁ ବମ୍ଫର  ଅଫର। ଯାହା ୮.୨ ପ୍ରତିଶତ ଦରରେ  ସୁଧ ଅଫର କରାଯାଉଛି।  ରେଗୁଲାର  ଇନକମ, ସୁରକ୍ଷିତ ନିବେଶ ଏବଂ ଟ୍ୟାକ୍ସ ଫ୍ରୀ ସ୍କିମ ହେଉଛି  ପୋଷ୍ଟ ଅଫିସ ସିନିୟର ସିଟିଜେନ ସେଭିଙ୍ଗ ସ୍କିମ।  ଏଥିରେ ଆକାଉଣ୍ଟ  ଖୋଲି  ପ୍ରଥମେ ଆପଣ ୧୦୦୦ ଟଙ୍କା  ନିବେଶରୁ ଆରମ୍ଭ କରନ୍ତୁ। ଏହି ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ସର୍ବାଧିକ ବିନିଯୋଗ ସୀମା 30 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଅବସର ପରେ  ଆର୍ଥିକ ଭାବେ ସୁଦୃଢ ରହିବାରେ ପୋଷ୍ଟ ଅଫିସର ଏହି ସ୍କିମ ବହୁତ ସାହାର୍ଯ୍ୟ କରିବ। ଏଥିରେ, ୬୦  ବର୍ଷରୁ ଅଧିକ ବୟସର  ଯେକୌସି ବ୍ୟକ୍ତି କିମ୍ବା  ସ୍ୱାମୀ/ସ୍ତ୍ରୀ ଙ୍କ ଜଏଣ୍ଟ  ଆକାଉଣ୍ଟ୍  ମଧ୍ୟ ଖୋଲିପାରିବେ।
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The account holders can earn interest at the rate of 8.2% on their deposits. | Argus News