ବିଶ୍ୱର ସର୍ବୋତ୍ତମ ସୈନ୍ୟ ସଂସ୍କାର 'ଅଗ୍ନିବୀର'

ନୂଆଦିଲ୍ଲୀ: ଅଗ୍ନିବୀର ଯୋଜନା କେନ୍ଦ୍ରସରକାରଙ୍କ ଦ୍ୱାରା ପ୍ରଣିତ ଏକ ଉଚ୍ଚ କୋଟିର ଯୋଜନା। ଯାହା ସର୍ବୋତ୍ତମ ସୈନ୍ୟ ସୁଧାର ବୋଲି କହିଲେ କିଛି ଭୁଲ୍ ହେବ ନାହିଁ। କମ ବୟସର ଯୁବକ, ଚଳଚଞ୍ଚଳ ସୈନିକଙ୍କୁ ସାମିଲ କରିବା ହେଉଛି ଅଗ୍ନିବୀର ଯୋଜନାର ଲକ୍ଷ । ଏଥିରେ କମ୍ ବୟସର ଯୁବକ ସାମିଲ ହୋଇଥାନ୍ତି ଯାହାଙ୍କ ନିକଟରେ ଚପଳତା, ଚାଲାକ ଚତୁର ଏବଂ ବୈଷୟିକ ଜ୍ଞାନ ଆହରଣ କରିବାର ଦକ୍ଷତା ଅତି ସହଜରେ ବୃଦ୍ଧି ପାଇଥାଏ। କଠୋର ପ୍ରଶିକ୍ଷଣକୁ ସାମ୍ନା କରି ଏଥିରେ ଉତ୍ତୀର୍ଣ୍ଣ ହେବାର ଗୁଣ ରଖିଥାନ୍ତି କମ ବୟସର ଯୁବକ। ଭାରତୀୟ ସଶସ୍ତ୍ରବଳ ସାମ୍ନାରେ ସବୁଠାରୁ ବଡ ସମସ୍ୟା ଥିଲା ବର୍ଦ୍ଧିତ ବୟସ। ସୈନିକମାନଙ୍କ ବର୍ଦ୍ଧିତ ବୟସର ସମାଧାନପୂର୍ବକ ଅଗ୍ନିବୀର ଯୋଜାନ ହେଉଛି ଏକ ସର୍ବୋତ୍ତମ ଯୋଜନା। କିନ୍ତୁ ଏହି ଯୋଜନାକୁ ପୂର୍ବ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିରୋଧ କରୁଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ଯେ ରାହୁଲ ଗାନ୍ଧିଙ୍କ ବାପା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ନେତୃତ୍ୱରେ ସେନାରେ ଏହି ପରିବର୍ତ୍ତନ ପ୍ରସ୍ତାବ ଦେଇଥିବା ପ୍ରଥମ କମିଟି ଗଠନ କରାଯାଇଥିଲା। ଏ କଥା ବୋଧ୍ ହୁଏ ଭୁଲି ଯାଇଛନ୍ତି ରାହୁଲ। ରାହୁଲଙ୍କ ଏପରି ବାଚଳାମି ଯୋଗୁ ଏବେ ଚର୍ଚ୍ଚା ଚାଲିଛି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧ କରିବାକୁ କିଛି ବିତର୍କ ପାଉନାହାଁନ୍ତି ତେଣୁ ଅଗ୍ନିବୀର ଯୋଜନାକୁ ଅସ୍ତ୍ର କରୁଛନ୍ତି ରାହୁଲ ଗାନ୍ଦି।
କାରଣ ଲୋକସଭାରେ ବିତର୍କ ବାଢୁଥିବା ରାହୁଲ ଏବଂ ଅଖିଳେଶ ଏହା ଭୁଲିବା ଅନୁଚିତ୍ ଯେ, ରାଜୀବ ଗାନ୍ଧି ସେନାରେ ପରିବର୍ତ୍ତନ ପାଇଁ ନିଜେ ପ୍ରଥମେ ଏପରି କମିଟି ଗଠନ କରିଥିଲେ । ସୂଚନାମୂତାବକ, ଯେତେବେଳେ ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ଭାରତୀୟ ସେନାରେ ତତ୍କାଳ ସୁଧାର ଆଣିବା ପାଇଁ ଅନେକ ସମିତି ସୁପାରିଶ କରିଥିଲେ। ଅରୁଣ ସିଂହ କମିଟ (୧୯୮୯), କାରଗିଲ ସମୀକ୍ଷା କମିଟି ( ୨୦୦୦), ପ୍ରତିରକ୍ଷା ଉପରେ ସ୍ଥାୟୀ କମିଟି (୨୦୦୬) ଏବଂ ଶେକତକର କମିଟି (୨୦୧୭) ସହିତ ବିଭିନ୍ନ ବିଶେଷଜ୍ଞ କମିଟି ପ୍ରସ୍ତାବ ଦେଇଥିଲେ ଯେ, ପ୍ରତିରକ୍ଷା କର୍ମଚାରୀଙ୍କ ସେବାରେ ହାରାହାରି ବୟସ ହ୍ରାସ କରାଯାଉ । ଏଥିରୁ ପ୍ରଥମ କମିଟି ଟି ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ନେତୃତ୍ୱରେ ଗଠନ କରାଯାଇଥିଲା।
ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ପରାମର୍ଶଦାତା ଲେଫ୍ଟନାଣ୍ଟ ଜେନେରାଲ ବିନୋଦ ଜି ଖଣ୍ଡାରେ କହିଛନ୍ତି ଯେ ଏହି ପଦକ୍ଷେପ ସର୍ବୋତ୍ତମ ଯାହା ସମସାମୟିକ ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଯଥେଷ୍ଟ। ଏକ ଉଦାହରଣ ଦେଇ ଖଣ୍ଡାରେ କହିଛନ୍ତି, ଆମେରିକା ଏବଂ ସ୍ୱିଜରଲ୍ୟାଣ୍ଡ ଭଳି 70 ରୁ ଅଧିକ ଉନ୍ନତ ଦେଶ ଦକ୍ଷ ଏବଂ ଯୁବ ସୈନ୍ୟବାହିନୀ ବଜାୟ ରଖିବା ପାଇଁ ବାଧ୍ୟତାମୂଳକ ସାମରିକ ସେବା ଲାଗୁ କରିଛନ୍ତି। ଆଗ୍ନିବୀର୍ ସ୍କିମ୍ ମାଧ୍ୟମରେ ଭାରତ ସ୍ୱେଚ୍ଛାକୃତ ନିଯୁକ୍ତି ପରମ୍ପରା ସହିତ ସେନାମାନଙ୍କୁ ଆଧିନିକ ବନାଇବା ପାଇଁ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଛି। ଏହା ବ୍ୟତିତ, ଅଗ୍ନିବୀରମାନଙ୍କୁ ଉନ୍ନତ ଯୁଦ୍ଧ ଶୈଳୀ, ଏବଂ ନେତୃତ୍ୱ ନେବା ପାଇଁ ପ୍ରଶିକ୍ଷଣ କରାଯାଇଥାଏ। ଯେଉଁଥିରେ ସେମାନେ ପାରମ୍ପରିକ ଏବଂ ଆଧୁନିକ ବିପଦର ମୁକାବିଲା କରିବାରେ ସକ୍ଷମ ବହୁମୁଖୀ ସଶସ୍ତ୍ର ବଳ ଗଠିତ ହୋଇପାରିଥାଏ। ଏହି ବ୍ୟାପକ ପ୍ରଶିକ୍ଷଣ କେବଳ ଜାତୀୟ ପ୍ରତିରକ୍ଷାକୁ ମଜବୁତ କରେ ନାହିଁ ବରଂ ଅଗ୍ନିବୀରଙ୍କ ଦକ୍ଷତା ଭବିଷ୍ୟତ ପାଇଁ ସଂରକ୍ଷିତ ରଖିଥାଏ ।
📱 Get Argus News App
✨ଅଧିକ ପଢନ୍ତୁ: ଭାରତୀୟ ସଶସ୍ତ୍ରବାହିନୀକୁ ସୁଦୃଢ କରୁଛି ଅଗ୍ନିପଥ
ଯାହା ସାଧାରଣ ନାଗରିକ ଜୀବନରେ ସେମାନଙ୍କର ରୋଜଗାର କ୍ଷମତାକୁ ବଢାଇଥାଏ । ଜାତୀୟ ବିକାଶରେ ସହାୟକ ହୋଇଥାଏ । ଏହି ଯୋଜନାର ଲକ୍ଷ ଭାରତୀୟ ସଶସ୍ତ୍ର ବଳଙ୍କ ବୟସକୁ ୩୨ ରୁ ହ୍ରାସ କରି ୨୬ ବର୍ଷ କରିବା। ସୈନିକଙ୍କ ଯାହାଦ୍ୱାରା କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ଯୁବ ସୈନିକମାନେ ନୂତନ ଟେକ୍ନୋଲୋଜି ସହିତ ଅଧିକ ଅନୁକୂଳ ଏବଂ ଅଧିକ ସହନଶକ୍ତି ଏବଂ ନମନୀୟତା ସହିତ ବଡ ବଡ ଯୁଦ୍ଧରେ ନିଜକୁ ନିୟୋଜିତ କରିପାରନ୍ତି । ଅଗ୍ନିବୀର ଯେଉଁ କଠୋର ପ୍ରଶିକ୍ଷଣର ସାମ୍ନା କରିଥାନ୍ତି ସେଥିରୁ ତାଙ୍କର ନେତୃତ୍ୱର ବିକାଶ ଘଟିଥାଏ। ଉନ୍ନତମାନର ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାରେ ସଫଳ ହୋଇଥାନ୍ତି। ଏଥିରୁ ଏହା ସୁନିଶ୍ଚିତ ହୋଇଥାଏ ଯେ ସେମାନେ ବିଭିନ୍ନ ପ୍ରକାରର ସୁରକ୍ଷା ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଅଟନ୍ତି ।
ତେବେ ସଂକ୍ଷପରେ କହିବାକୁ ଗଲେ ଅଗ୍ନିବୀର ଯୋଜନା ଭାରତରେ ଯୁବାପୀଢି ପାଇଁ ମହତ୍ୱପୂର୍ଣ୍ଣ କାରଣ ଏହା ତାଙ୍କୁ ଉନ୍ନତ କୌଶଳ ଏବଂ ଅଭିଜ୍ଞତା ହାସଲ କରିବା ସହିତ ସେମାନଙ୍କୁ ନିଜ ଦେଶର ସେବା କରିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିଥାଏ । କିନ୍ତୁ ଏପଟେ ଅଯଥାରେ ଅଗ୍ନିପଥ ଯୋଜନା ନେଇ ଗାନ୍ଧି ଏବଂ ଯାଦବ ଭ୍ରମ ସୃଷ୍ଟି କରୁଛନ୍ତି ଏବଂ ସମାଲୋଚନାର ଶିକାର ହେଉଛନ୍ତି।
ଅଧିକ ପଢନ୍ତୁ : ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ୧୨ ଲକ୍ଷର ସେବାନିଧୀ ପ୍ୟାକେଜ
