Videos
|
National

ଦିଲ୍ଲୀରେ ଅତି ସାଂଘାତିକ ସ୍ତରରେ ପହଞ୍ଚିଛି ବାୟୁ ପ୍ରଦୂଷଣ ସ୍ତର

Rashmita Mishra
Browse all articles by Rashmita Mishra
·1 year ago
ଦିଲ୍ଲୀରେ  ଅତି ସାଂଘାତିକ ସ୍ତରରେ ପହଞ୍ଚିଛି ବାୟୁ ପ୍ରଦୂଷଣ ସ୍ତର

ଅର୍ଗସ ବ୍ୟୁରୋ: ଦିଲ୍ଲୀ ପାଇଁ ବାଣ ସାଜିଲା କାଳ । ଅତି ସାଂଘାତିକ ସ୍ତରରେ ପହଞ୍ଚିଛି ବାୟୁ ପ୍ରଦୂଷଣ ସ୍ତର । ଦିଲ୍ଲୀ ଓ ଏନସିଆରରେ AQI 4ଶହ ନିକଟତର ହୋଇଛି । ଆନନ୍ଦ ବିହାର ଓ ଆରକେ ପୁରମରେ AIQ 395 ରେକର୍ଡ ହୋଇଛି । ଅମାନିଆଙ୍କ ପାଇଁ ବଢ଼ିଲା ବିପତ୍ତି। ପ୍ରଶାସନର କଟକଣା ସତ୍ତ୍ଵେ ଦୀପାବଳିରେ ଲୋକେ ମନଇଚ୍ଛା ବାଣ ଫୁଟାଇବାର ପରିଣାମ ସାଂଘାତିକ ହୋଇଛି। ଏପରି ସ୍ଥିତି ଲାଗି ରହିଲେ ଦିଲ୍ଲୀବାସୀଙ୍କ ସ୍ଵାସ୍ଥ୍ୟ ଉପରେ ସାଂଘାତିକ ପ୍ରଭାବ ପଡ଼ିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଯେଉଁ ଲୋକଙ୍କର ଶ୍ଵାସ ରୋଗ ରହିଛି, ସେମାନେ ବାହାରକୁ ନ ବାହାରିବାକୁ ଅପିଲ କରିଛନ୍ତି ଡାକ୍ତର।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The air pollution level in Delhi has reached a dangerous level | Argus News