Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେରଳରେ ଆରଏସଏସର ବାର୍ଷିକ ସମନ୍ୱୟ ବୈଠକ

National

କେରଳରେ ଆରଏସଏସର ବାର୍ଷିକ ସମନ୍ୱୟ ବୈଠକ

Manini Pattanayak
Browse all articles by Manini Pattanayak
·1 year ago·1 min read
କେରଳରେ ଆରଏସଏସର ବାର୍ଷିକ ସମନ୍ୱୟ ବୈଠକ

ନୂଆଦିଲ୍ଲୀ:  ଆଜିଠାରୁ କେରଳର ପଲକ୍କଡରେ ଆରମ୍ଭ ହୋଇଛି ଆରଏସଏସର ବାର୍ଷିକ ସମନ୍ବୟ ବୈଠକ । ସେପ୍ଟେମ୍ବର ୨ ଯାଏଁ ଚାଲିବାକୁ ଥିବା ଏହି ବୈଠକରେ ସଂଘର ୩୨ ସହଯୋଗୀ ସଂଗଠନର ୩୨୦ ପ୍ରତିନିଧି ସାମିଲ ହୋଇଛନ୍ତି । ସାଧାରଣ ନିର୍ବାଚନ ପରବର୍ତ୍ତୀ ଅବସ୍ଥାରେ ହେଉଥିବା ଏହି ବୈଠକକୁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ପରିଗଣିତ କରାଯାଉଛି । କାହିଁକି ନା ଏଇ ବୈଠକ ପରେ ଆଉ ଚାରିଟି ରାଜ୍ୟରେ ବି ବିଧାନସଭା ନିର୍ବାଚନ ହେବ । ଯେଉଁଥିରେ ମହାରାଷ୍ଟ୍ର, ହରିୟାଣା ସହ ଝାଡ଼ଖଣ୍ଡ ଏବଂ ଜମ୍ମୁ କାଶ୍ମୀର ବି ସାମିଲ ଅଛି । 

ବୈଠକରେ ଭାଗ ନେବା ପାଇଁ ଗତକାଲି ଜେ.ପି. ନଡ୍ଡା କୋଏମ୍ବାଟୁର ପହଞ୍ଚିଥିଲେ । ବିଜେପି ପାଇଁ ଆଗକୁ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ବଛାଯିବାକୁ ଥିବାରୁ ଏହି ବୈଠକର ଗୁରୁତ୍ବ ଆହୁରି ବଢ଼ିଛି । ସଂଘର ଏହି ସମନୂୟ ବୈଠକରେ ସାମାଜିକ ସଂରଚନା, ଉପନିବେଶବାଦର ମୂଳୋତ୍ପାଟନ, ପର୍ଯ୍ୟାବରଣ ସଂରକ୍ଷଣ, ପାରିବାରିକ ସମ୍ପର୍କକୁ ମଜବୁତ କରିବା ପରି ପ୍ରସଙ୍ଗ ଉପରେ ମଧ୍ୟ ଚର୍ଚ୍ଚା ହେବ । ସେହପରି ବାଂଲାଦେଶ ସମସ୍ୟା, ମହିଳା ସୁରକ୍ଷା, ଆଦିବାସୀ ଇଲାକାରେ ଧର୍ମାନ୍ତରଣ ସଙ୍କଟ, ରାଜ୍ୟଗୁଡ଼ିକରେ କୃଷି ଓ ଜଳବାୟୁ ପରିବର୍ତ୍ତନ ପରି ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ବି ଚର୍ଚ୍ଚା ହେବ । 

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The annual coordination meeting of RSS has started from today in Palakkad, Kerala. | Argus News