ଆତଙ୍କବାଦୀଙ୍କୁ ନାକେଦମ କଲା ସେନା
·1 year ago

ଅର୍ଗସ ବ୍ୟୁରୋ: ଜାମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାର ଭାରତ-ପାକିସ୍ତାନ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସେନା। ଯାହା ଫଳରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ରବିବାର ଏବଂ ସମୋବାର ମଧ୍ୟରାତ୍ରିରେ ଲାବ୍ ସେକ୍ଟରରେ ପାକିସ୍ତାନ ପଟରୁ ହୋଇଥିବା ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ବିରୋଧ କରିଛି ଭାରତୀୟ ସେନା ଏନେଇ ଅଧିକାରୀ ସୂଚନା ଦେଇଛନ୍ତି।
ଏହି ଅପରେସନରେ ସୁରକ୍ଷାବାହିନୀ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିବା ସହ ଦୁଇଟି ଏକେ ୪୭ ରାଫାଇର୍, ଗୋଟିଏ ପିସ୍ତଲ ସହ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି।ଖବର ଅନୁଯାୟୀ, ଏହି ଅପରେସନରେ ଅତି କମରେ ଦୁଇଜଣ ଆତଙ୍କବାଦୀ ଆହତ ହୋଇଥିବାବେଳେ ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି। ସେହି ଅଞ୍ଚଳରେ ଖୋଜାଖୋଜି ଆରମ୍ଭ କରାଯାଇଛି। ଦିନକୁ ଦିନ ଆତଙ୍କବାଦୀଙ୍କ ଉତ୍ପାତ ବଢିବାରୁ ସେନା ଏବେ ଆକ୍ସନମୋଡରେ ଅଛି।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
