Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ଅନ୍ତରୀକ୍ଷ ଉଡାଣ, ଆକ୍ସିଅମ ଫୋର୍ ମିଶନ ଲଞ୍ଚର ସମୟ ପରିବର୍ତ୍ତନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ଅନ୍ତରୀକ୍ଷ ଉଡାଣ, ଆକ୍ସିଅମ ଫୋର୍ ମିଶନ ଲଞ୍ଚର ସମୟ ପରିବର୍ତ୍ତନ

Key Points

ଆସନ୍ତାକାଲିକୁ ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ଅନ୍ତରୀକ୍ଷ ଉଡାଣ

ଆକ୍ସିଅମ ଫୋର୍ ମିଶନ ଲଞ୍ଚର ସମୟ ପରିବର୍ତ୍ତନ

ଜୁନ ୧୧ ତାରିଖରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ମିଶନ ଲଞ୍ଚ୍ ହେବ

ଆସନ୍ତାକାଲିକୁ ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ଅନ୍ତରୀକ୍ଷ ଉଡାଣ । ଆକ୍ସିଅମ ଫୋର୍ ମିଶନ ଲଞ୍ଚର ସମୟ ପରିବର୍ତ୍ତନ ହୋଇଛି । ଜୁନ ୧୧ ତାରିଖରେ ନାସା ଓ ଇସ୍ରୋର ମିଳିତ ଅଭିଯାନରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ମିଶନ ଲଞ୍ଚ୍ ହେବ । ସ୍ପେସ୍ଏକ୍ସର ଫାଲକନ୍-9 ରକେଟ୍ ଯୋଗେ ISS ଯିବେ ଶୁଭାଂଶୁ । ରାକେଶ ଶର୍ମାଙ୍କ ପରେ ୨ୟ ଭାରତୀୟ ଭାବେ ଚରିବେ ଇତିହାସ । ମହାକାଶ ଯାତ୍ରା ପୂର୍ବରୁ, ଲକ୍ଷ୍ନୌର ନିଧି ତ୍ରିବେଣୀ ନଗରରେ ଶୁଭାଂଶୁଙ୍କ ପୈତୃତ ବାସଭବନରେ ତାଙ୍କୁ ଶୁଭେଚ୍ଛା ଜଣାଇ ପୋଷ୍ଟର ଲଗାଯାଇଛି । 


ତାଙ୍କ ପରିବାର ସମେତ ପୁରା ଅଂଚଳରେ ଉତ୍ସାହର ମାହୋଲ ଦେଖାଦେଇଛି । ତ୍ରିବେଣୀ ନଗରର ପୁଅ ଦେଶର ଗର୍ବ ପାଲଟିଛି । କ୍ୟାପ୍ଟେନ୍ ଶୁଭାଂଶୁଙ୍କ ପିତା ମାତା ପୁଅର ଏତେ ବଡ ସଫଳତାକୁ ନେଇ ବହୁତ ଆନନ୍ଦିତ ଏବଂ ଗର୍ବିତ ବୋଲି କହିଛନ୍ତି । ଏହି ଅଭିଯାନରେ ସାରା ବିଶ୍ବ ଭାରତର ସ୍ପେସ କ୍ୟାପାବିଲିଟି ଦେଖିବ ବୋଲି ଏକ୍ସ ପୋଷ୍ଟରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ।    

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-axiom-4-mission-carrying-indian-astronaut-shubhanshu-shukla-has-been-postponed-to-june-11-2025 | Argus News