ମହାକୁମ୍ଭ ମେଳାରେ ହର୍ଷା ରିଛାରିୟା , ଜାଣନ୍ତୁ କିଏ ଏହି ସାଧ୍ବୀ..

ଅର୍ଗସ ବ୍ୟୁରୋ : ମହାକୁମ୍ଭ ମେଳାରେ ସୁନ୍ଦରୀ ସାଧ୍ବୀ ହର୍ଷା ରିଛାରିୟା । ଯିଏ ମହାକୁମ୍ଭର ସାଧୁମାନଙ୍କ ଭିତରେ ଅନ୍ୟ ଏକ ଆକର୍ଷଣ ପାଲଟିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଫଟୋ ସହ ସୁନ୍ଦରୀ ସାଧ୍ବୀ ନାମରେ ସେ ଟ୍ରେଣ୍ଡ କରୁଛନ୍ତି ।
ସେହି ସୁନ୍ଦରୀ ସାଧ୍ବୀ ଜଣକ ଗ୍ଲାମରସ ଦୂନିଆରୁ ଆଧ୍ୟାତ୍ମିକ ଦୂନିଆକୁ ଆସିଛନ୍ତି । ତାଙ୍କର ଫଟୋ ଏବଂ ପୁରଣା ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ବର୍ତ୍ତମାନ କିନ୍ତୁ ସେ ସାଧୁସନ୍ଥଙ୍କ ପୋଷାକ ଧାରଣ କରି ମୁଣ୍ଡରେ ଜଟା ବାନ୍ଧି ମାଳା ପକାଇ ସାଧ୍ବୀ ମାତା ଭାବେ ମହାକୁମ୍ଭ ମେଳାକୁ ଆସିଛନ୍ତି ।
ଗ୍ଲାମରସ ଇଣ୍ଡଷ୍ଟ୍ରୀ ଛାଡି ଏ ଦିଗରେ କିପରି ଆସିବାକୁ ଇଚ୍ଛା କଲେ, ପଚାରିବାରୁ ସେ କୁହନ୍ତି, ସେ ଶାନ୍ତିରେ ନିଜର ଜୀବନ ବତେଇବା ପାଇଁ ଅଭିନୟ ଜଗତ ଛାଡି ଏ ଦିଗରେ ଆସିବାକୁ ଇଚ୍ଛା କରିଥିଲେ ।
ବର୍ତ୍ତମାନ ତାଙ୍କର ପୁରୁଣା ଅନେକ ରିଲ୍ସ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ହର୍ଷା ଅନେକ ବଲିଉଡ ଗୀତରେ ନିଜର ରିଲ୍ସ ତିଆରି କରିଛନ୍ତି । ସେ ଉତ୍ତରାଖଣ୍ଡର ହୋଇଥିବା ବେଳେ ଆଚାର୍ଯ୍ୟ ମହାମଣ୍ଡଳେଶ୍ବରଙ୍କ ସେ ଶିଷ୍ୟା ଅଟନ୍ତି ବୋଲି କହିଛନ୍ତି ।
ତେବେ ଗତକାଲିଠୁ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ମହାକୁମ୍ଭ ମେଳା । ଯେଉଁଠି ଅନେକ ମହାନ ସାଧୁ ସନ୍ଥଙ୍କ ମହାସଙ୍ଗମ ହୋଇଛି । ଦେଶର କୋଣ ଅନୁକୋଣରୁ ଅନେକ ଭକ୍ତ ଏହି ସୁନ୍ଦର ମେଳା ଦେଖିବା ପାଇଁ ଧାଇଁ ଆସିଛନ୍ତି । କେବଳ ଦେଶ ନୁହେଁ, ବିଦେଶରୁ ମଧ୍ୟ ଅନେକ ମାତ୍ରାରେ ଭକ୍ତ ପ୍ରୟାଗରାଜରେ ପହଞ୍ଚିଛନ୍ତି । ଋଷିଆ, ଜର୍ମାନୀ, ଇଟାଲୀ, ଆମେରିକାରୁ ଅନେକ ଭକ୍ତଙ୍କର ସମାଗମ ହୋଇଛି । ଯେଉଁମାନେ ପ୍ରୟାଗରାଜରେ ପହଞ୍ଚି ସନାତନ ଧର୍ମର ଭରପୂର ମଜା ଉଠାଇଛନ୍ତି ।