Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିହାରରେ ରାଜନୈତିକ ହଲଚଲ: ଆଜି ବସୁଛି ବିଜେପିର ବିଧାୟକ ଦଳ ବୈଠକ 

Manini Pattanayak
Browse all articles by Manini Pattanayak
·2 years ago·1 min read
ବିହାରରେ ରାଜନୈତିକ ହଲଚଲ: ଆଜି ବସୁଛି ବିଜେପିର ବିଧାୟକ ଦଳ ବୈଠକ 

ନୂଆଦିଲ୍ଲୀ:  ସରକାର ବଦଳିବା ନେଇ ଚର୍ଚ୍ଚା ଭିତରେ ବିହାରରେ ଆରମ୍ଭ ହୋଇଯାଇଛି ରାଜନୈତିକ ହଲଚଲ। ଆଜି ବସୁଛି ବିଜେପିର ବିଧାୟକ ଦଳ ବୈଠକ। ବିହାରରେ ପହଞ୍ଚି ସାରିଛନ୍ତି ରାଷ୍ଟ୍ରୀୟ ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆରଜେଡି ଛାଡ଼ି ବିଜେପି ସହ ମିଶି ସରକାର ଗଢ଼ିବା ନେଇ ଜୋର ଧରିଛି ଚର୍ଚ୍ଚା।  ତେବେ ଇଣ୍ଡି ମେଣ୍ଟରୁ ଅଲଗା ହୋଇ NDAରେ JDU ସାମିଲ ହେବା ନେଇ ସ୍ପଷ୍ଟ ସଂକେତ ମିଳୁଥିବା ବେଳେ ଆଜି ନୀତିଶ ନୂଆ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏମିତି ହେଲେ ନବମ ଥର ଲାଗି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ।  

ଅଧିକ ପଢନ୍ତୁ : ଆଜି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ କୁମାର !

ଲାଲୁ-ନୀତୀଶ ମେଣ୍ଟର ଅନ୍ତ ସହ ଇଣ୍ଡି ମେଣ୍ଟ ଛାଡି ନୀତୀଶ ଏନଡିଏରେ ସାମିଲ ନେଇ ମିଳୁଛି ସ୍ପଷ୍ଟ ସଙ୍କେତ । ଖାଲି ଔପଚାରିକ ଘୋଷଣାକୁ ଅପେକ୍ଷା ରହିଛି ।ଗତ ସପ୍ତାହେ ହେଲା ବିହାର ରାଜନୀତିରେ ଘଟୁଥିବା ଘଟଣା ଏହାର ସ୍ପଷ୍ଟ ଇଙ୍ଗିତ କରୁଛି । ସେପଟେ ଯୋଡତୋଡ କରି ସରକାର ଗଢିବା ପ୍ରୟାସରେ ଲାଗିଛି ଆରଜେଡି । ଜେଡିୟୁର ବରିଷ୍ଠ ନେତା ତଥା ନୀତୀଶଙ୍କ ଖାସ କେସି ତ୍ୟାଗି ଇଣ୍ଡି ମେଣ୍ଟକୁ ଟାର୍ଗେଟ କରି କହିଛନ୍ତି, ଭାଙ୍ଗିବା ଦ୍ବାରରେ ରହିଛି ଇଣ୍ଡି ଆଲାଏନ୍ସ, ଆଉ ଏଥିପାଇଁ କଂଗ୍ରେସର ଗର୍ବ ଏବଂ ଜିଦ୍ ହିଁ ଦାୟୀ। ୟୁପିରେ ଅଖିଳେଶ ନାରାଜ, ପଶ୍ଚିମବଙ୍ଗରେ ଟିଏମସି-କଂଗ୍ରେସର ଟସଲ୍,  ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ  କଂଗ୍ରେସ ଚାହୁଁଛି ବୋଲି କହିଛନ୍ତି କେସି। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Bihar chief minister has sought time to meet the Governor this morning | Argus News