Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଉ ଚଲିବନି ୱକଫ୍ ବୋର୍ଡର ଏକଚାଟିଆ କାରବାର

National

ଆଉ ଚଲିବନି ୱକଫ୍ ବୋର୍ଡର ଏକଚାଟିଆ କାରବାର

Manini Pattanayak
Browse all articles by Manini Pattanayak
·1 year ago·2 min read
ଆଉ ଚଲିବନି ୱକଫ୍ ବୋର୍ଡର ଏକଚାଟିଆ କାରବାର

ନୂଆଦିଲ୍ଲୀ:  ଆଉ ଚଳିବନି ୱକଫ୍ ବୋର୍ଡର ଏକଚାଟିଆ କାରବାର। ମାଫିଆଙ୍କ କବଜାରୁ ମୁକ୍ତହେବ ୱକଫ୍ ବୋର୍ଡର ଅଧିକାର।  ୱକଫ୍ ସଂଶୋଧନ ବିଲକୁ ନେଇ ସଂସଦରେ ଘମାସାନ୍ । ଅଧିନିୟମକୁ ଜେଡିୟୁ ଏବଂ ଟିଡିପର ଭରପୁର ସମର୍ଥନ। ସଂଶୋଧନ ଲାଗୁହେଲେ ମହିଳାଙ୍କୁ ବି ମିଳିବ ବୋର୍ଡରେ ଅଧିକାର। ବିରୋଧୀଙ୍କ ଦାବି ପରେ ବିଲ ଜେପିସିକୁ ପଠାଇଲେ କେନ୍ଦ୍ର ସରକାର । ଆଉ ଚଲିବନି ୱକଫ୍ ବୋର୍ଡର ଏକଚାଟିଆ କାରବାର ।  ଯାହା ଆଶଙ୍କା କରାଯାଉଥିଲା ସେୟା ହିଁ ହେଲା। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାରମନ୍ତ୍ରୀ କିରଣ ରିଜେଜୁ ୱକଫ୍ ସଂଶୋଧନ ଅଧିନିୟମ୍ ବିଧେୟକ ରାଜ୍ୟସଭାରେ ଉପସ୍ଥାପନ କରିବା ବେଳେ ବିରୋଧୀ କରିଥିଲେ ଯୋରଦାର ହଙ୍ଗାମା। ସମ୍ନାକୁ ଆସିଯାଇଥିଲେ ଜଣକ ପରେ ଜଣେ ମୁସଲିମଙ୍କ ମସିହା। 
କାହାର ହକ୍ ଛଡ଼ାଇବାତ ଦୂରର କଥା ବରଂ ଯେଉଁମାନଙ୍କୁ ହକ୍ ମିଳୁନଥିଲା ସେମାନଙ୍କୁ ହକ୍ ଦେବା ଏହି ବିଲର ଉଦ୍ଦେଶ୍ୟ। ଯେଉଁ ବର୍ଗଙ୍କୁ ୱକଫ୍ ବୋର୍ଡରେ ଆଜିପର୍ଯ୍ୟନ୍ତ ସ୍ଥାନ ମିଳିପାରିନଥିଲା ସେମାନଙ୍କୁ ହକ୍ ଦେବା ଉଦ୍ଦେଶ୍ୟରେ ଅଣାଯାଇଛି ଏହି ବିଲ୍। ଯେଉଁ କାମ ଇଂରେଜ ଠାରୁ କଂଗ୍ରେସ ଯାଏ କରିବାରେ ବିଫଳ ହୋଇଥିଲେ ସେହି କାମ କରିବା ଲାଗି ଏହି ବିଲ ଅଣାଯାଇଥିବା କହିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜେଜୁ। ଏହା ସଂବିଧାନର କୌଣସି ନିୟମର ଖିଲାପ କରୁନଥିବା ସ୍ପଷ୍ଟ କରିଥିଲେ କେନ୍ଦ୍ରମନ୍ତ୍ରୀ। 

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ବିରୋଧୀଙ୍କୁ ଜବାବ ଦେଇ ସିଧାସିଧା କହିଥିଲେ ମାଫିଆଙ୍କ କବଜାରେ ରହିଛି ୱକଫ୍ ବୋର୍ଡର ଜମି। ଏହି ସଂଶୋଧନ ବଳରେ ଆଉ ଚାଲିବନି ମାଫିଆଙ୍କର ମନମାନି। ମୁସଲିମ୍ ମହିଳା ଓ ସାଧାରଣ ମୁସଲିମଙ୍କୁ ବି ମିଳିବ ବୋର୍ଡରେ ଅଧିକାର।  ଏବେ ଆସନ୍ତୁ ଜାଣିବା ଏହି ବିଧେୟକରେ ପୂର୍ବରୁ କଣ ଥିଲେ ଆଉ ସରକାର କଣ ପରିବର୍ତ୍ତନ କରିଛନ୍ତି।
ୱକଫ୍ ଆକ୍ଟ ୧୯୯୫
ଏକୀଭୂତ ୱକଫ୍ ପ୍ରବନ୍ଧନ, ସଶକ୍ତିକରଣ, ଦକ୍ଷତା ଓ ବିକାଶ ଅଧିନିୟମ ୧୯୯୫
ୱକଫ୍ ସମ୍ପତ୍ତିର ସର୍ବେକ୍ଷଣ ପାଇଁ ସର୍ଭେ କମିଶନର
ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳ ଉପରିସ୍ଥ ଅଧିକାରୀ ହିଁ ହୋଇପାରିବେ ସର୍ଭେ କମିଶନର
ସ୍ପଷ୍ଟ ଭାବେ ଭିନ୍ନ ଭିନ୍ନ ପ୍ରତିନିଧିତ୍ବ ବାଧ୍ୟତାମୂଳକ ନଥିଲା
ସିହା, ସୁନ୍ନି, ବୋହରା, ମହିଳା ଓ ଅମ ମୁସମିଲଙ୍କୁ ମିଳିବ ପ୍ରତିନିଧିତ୍ବ

ଏବେ ଆସନ୍ତୁ ଜାଣିବା ଏହି ୱକଫ୍ ଆକ୍ଟ ୧୯୯୫ରେ ସଂଶୋଧନର ଆବଶ୍ୟକତା କାହିଁକି ପଡ଼ିଲା । ପୂର୍ବରୁ ୱକଫ୍ ବୋର୍ଡ ପାଖରେ ରହିଛି ଅସୀମିତ ଅଧିକାର। ଯାହାକୁ ଚାହିଁଲେ ନିଜ ସମ୍ପତ୍ତି ଘୋଷଣ କରିପାରିବ ୱକଫ୍ ବୋର୍ଡ। କୌଣସି ସମ୍ପତ୍ତିକୁ ନିଜ ସମ୍ପତ୍ତି ପ୍ରମାଣିତ କିରବାର ଅବଶ୍ୟକତା ନାହିଁ। ଦାବେଦାରଙ୍କୁ ହିଁ ନିଜ ସମ୍ପତ୍ତି ବୋଲି ପ୍ରମାଣିତ କରିବାକୁ ପଡ଼ିବ। ୱକଫ୍ ବୋର୍ଡ ବିରୋଧରେ କୌଣସି କୋର୍ଟରେ ଆବେଦନ କରାଯାଇପାରିବ ନାହିଁ। ଅଭିଯୋଗ କେବଳ ୱକଫ୍ ବୋର୍ଡରେ ହିଁ କରାଯାଇପାରିବ। ୱକଫ୍ ଫଇସଲାକୁ ବି କୌଣସି କୌର୍ଟରେ ଚ୍ୟାଲେଞ୍ଜ ଦିଆଯାଇପାରିବ ନାହିଁ। ଫଇସଲା ସମୟରେ ଟ୍ରିବ୍ୟୁନାଲରେ ହିଁ ଅପିଲ କରାଯାଇପାରିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ବା ଜେପିସି କରିବ ଏହି ବିଲ ଉପରେ ବିଚାର। ଖୁବ ଶୀଘ୍ର କମିଟି ଗଠନ କରିଦିଆଯିବ ବୋଲି କହିଛନ୍ତି ଲୋକସଭା ବଚସ୍ପତି ଓମ୍ ବିରଲା। ତେବେ ଏଆଇଏମଆଇଏମ୍ ସାଂସଦ ଓସାଦୁଦ୍ଦିନ୍ ଓୱେସି ଏ ନିଷ୍ପତ୍ତି ଉପର୍ ଭୋଟିଂ ଦାବି କରିଥିଲେ। ଯାହାକୁ ଖାରଦ କରିଦେଇଥିଲେ ବାଚସ୍ପତି। ଓୱେସିଙ୍କୁ ଜାବାବ ଦେଇ କେନ୍ଦ୍ରମନ୍ତ୍ରୀ ରିଜିଜୁ କହିଛନ୍ତି ଆମେ ପଳାୟନପନ୍ଥୀ ନୋହୁଁ । ଜେପିସି ଯାହା ନିଷ୍ପତ୍ତି ନେବ ଆମେ ମାନିବାକୁ ପ୍ରସ୍ତୁତ।  

ଅଧିକ ପଢନ୍ତୁ ଭାରତ ଖବର 

Sponsored
The Bill aims to increase accountability and transparency in Waqf Boards | Argus News