Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଜୀବନ ନେଇଗଲା ଜଳଖିଆ ପ୍ରତିଯୋଗିତା

National

ଜୀବନ ନେଇଗଲା ଜଳଖିଆ ପ୍ରତିଯୋଗିତା

Ritu Das
Browse all articles by Ritu Das
·1 year ago·2 min read
ଜୀବନ ନେଇଗଲା ଜଳଖିଆ ପ୍ରତିଯୋଗିତା

ଅର୍ଗସ ବ୍ୟୁରୋ: ଏମିତି ବି ମୃତ୍ୟୁ ଆସେ। ଆପଣ କେବେ ବିଶ୍ବାସ କରିପାରୁ ନ ଥିବେ କିନ୍ତୁ ଏହା ସତ। ଆଜିକାଲି ଜଳଖିଆ ପାଇଁ ଇଡଲି ସବୁଠାରୁ ସ୍ୱାଦିଷ୍ଟ ଏବଂ ଲୋକପ୍ରିୟ ଖାଦ୍ୟ ବୋଲି କୁହାଯାଇପାରେ । ଅଧିକାଂଶ ଲୋକେ ଇଡଲି ଖାଇବା ପାଇଁ ବେଶ୍ ଭଲପାଆନ୍ତି । କିନ୍ତୁ ଏହି ଇଡଲି ଆଜି ଜଣେ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ପାଲଟିଛି । ୩ଟି ଇଡଲି ଖାଇବା ପରେ ଜଣେ ବ୍ୟକ୍ତି ଛଟପଟ ହୋଇ ପ୍ରାଣ ହରାଇଛନ୍ତି । ସାମାନ୍ୟ ଭୁଲ ପାଇଁ ଥଟ୍ଟାମଜାରୁ ଆଜି ଶୋକର ଛାୟା ଖେଳିଯାଇଛି। ଇଡଲି ଖାଇବା ପ୍ରତିଯୋଗିତାରେ ବିଜୟୀ ହେବାର ଆଶାରେ ଚାଲିଯାଇଛି ଜଣେ ପ୍ରତିଯୋଗୀଙ୍କ ଜୀବନ। 

 

ସୂଚନା ଅନୁସାରେ, କେରଳ କାଞ୍ଜିକୋଡରେ ଆୟୋଜିତ ଏକ ‘ଇଡଲି ଖାଇବା’ ପ୍ରତିଯୋଗିତାରେ ଘଟିଯାଇଛି ବଡ଼ ଧରଣର ଅଘଟଣ । ପ୍ରତିଯୋଗିତାରେ ବିଜୟୀ ହେବାର ଆଶା ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଛି । ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ସୁରେଶ ନାମକ ଜଣେ ବ୍ୟକ୍ତି ଅଚାନକ ପ୍ରାଣ ହରାଇଛନ୍ତି । ପ୍ରତିଯୋଗିତାରେ ବିଜୟୀ ହେବା ପାଇଁ ଏକାସାଙ୍ଗରେ ୩ଟି ଇଡଲି ଗିଳିଦେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଏହା ତାଙ୍କ ପାଇଁ ଖୁବ ମହଙ୍ଗା ପଡ଼ିଛି । ଏକାସାଙ୍ଗରେ ୩ଟି ଇଡଲି ଖାଇବା ଚେଷ୍ଟାରେ ସେ ଖୁବ ଅସହଜ ମନେ କରିଥିଲେ । ୩ଟି ଇଡଲି ଏକାସାଙ୍ଗରେ ଖାଇବା ଚେଷ୍ଟାରେ ଏହା ସୁରେଶଙ୍କ ତଣ୍ଟିରେ ଲାଗି ଯାଇଥିଲା ଏବଂ ନିଃଶ୍ୱାସ-ପ୍ରଶ୍ୱାସରେ ତାଙ୍କୁ ଅସୁବିଧା ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଧୀରେ ଧୀରେ ସୁରେଶଙ୍କ ଅବସ୍ଥା ଖରାପ ହେବାପରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ଥିତିରେ ପରିବର୍ତ୍ତନ ନ ହେବାରୁ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୁରେଶଙ୍କ ମୃତ୍ୟୁରେ ପରିବାର ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲରେ ରଖାଯାଇଛି । ସୁରେଶଙ୍କ ସହ ଘଟିଯାଇଥିବା ଏଭଳି ଘଟଣା ସାରା ଅଞ୍ଚଳର ଖୁସିକୁ ଶୋକରେ ପରିବର୍ତ୍ତନ କରି ଦେଇଛି। ହସଖେଳର ପ୍ରତିଯୋଗିତା କାହାକୁ ମୃତ୍ୟୁ ବିଛଣାରେ ଶୁଆଇ ଦେଇଛି। ଏହି କଥାଟା ଗ୍ରହଣ କରି ହେଉ ନ ଥିଲେ ବି ସତ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Painting
Sponsored
The breakfast | Argus News