Videos
|
National

ବିବାହ ଅଧାରୁ ବିନା କନିଆଁରେ ଫେରିଲା ବରଯାତ୍ରୀ

Ritu Das
Browse all articles by Ritu Das
·2 years ago·2 min read
ବିବାହ ଅଧାରୁ ବିନା କନିଆଁରେ ଫେରିଲା ବରଯାତ୍ରୀ

ଅର୍ଗସ ବ୍ୟୁରୋ: ପୁରୁଣା ଫିଲ୍ମର ପ୍ରସିଦ୍ଧ ଅଭିନେତା ମହମୁଦଙ୍କର ଗୀତ ବେଶ ଚର୍ଚ୍ଚାରେ ରହିଥିଲା। ଯେଉଁ ଗୀତର ବୋଲ ହେଉଛି ହମ କାଲେ ହୈ ତୋ କ୍ୟା ହୁଆ ଦିଲଓ୍ବାଲେ ହୈ। ଏହି ଗୀତ ସେତେବେଳେ ହଇଚଇ ସୃଷ୍ଟି କରିଥିଲା। କହିବାର ମାନେ ହେଉଛି ଆଗରୁ ଭଲ ପାଇବାର ଅସ୍ଥିତ୍ବ ଥିଲା। ପ୍ରେମ ହୃଦୟରୁ କରାଯାଉଥିଲା। କିନ୍ତୁ ଏବେ ଭଲ ପାଇବାର ସଂଜ୍ଞା ବଦଳିଯାଇଛି। ରଙ୍ଗ ରୂପ ପଇସା ଦେଖିକି ଝିଅମାନେ ପ୍ରେମ କରଉଛନ୍ତି। 

କିନ୍ତୁ ଏବେ ଟ୍ରେଣ୍ଡ ପୁରାପୁରି ବଦଳିଯାଇଛି। କିନ୍ତୁ ଆଜିକାଲି କଳା ବର ଦେଖିଲେ କନ୍ୟାକୁ ଯଦି ପସନ୍ଦ ନ ଆସେ ତାହେଲେ ସେ ସିଧା ସିଧା ମନା କରିଦେଉଛି। ଆଉ ଏମିତି ଘଟୁଛି। ବିନା କନିଆଁରେ ବରଯାତ୍ରୀକୁ ଘରକୁ ଫେରିବାକୁ ପଡ଼ୁଛି। ଏଭଳି ମାମଲା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ। 

ବରର ରଙ୍ଗ କଳା ହେବାରୁ ଝିଅଘର ପରିବାର ଲୋକ ହଙ୍ଗାମା କରିଛନ୍ତି। ଯେଉଁଥିରେ ବିନା କନିଆଁରେ ବରକୁ ଘରକୁ ଲେଉଟିବାକୁ ପଡ଼ିଛି। ଉଭୟ ପକ୍ଷକୁ ଏହି ବିବାହ ସମସ୍ୟା ସମାଧାନ କରିବାକୁ ବୁଝାଯାଇଛି। ଏହି ମାମଲା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ରାମପୁରର ସ୍ବାର ଅଞ୍ଚଳରେ  ଜଣେ ଯବୁତୀଙ୍କ ବିବାହ କିଛି ଦିନ ତଳେ ସେହି ରାମପୁରର ଜଣେ ପୁଅଙ୍କ ସହିତ ଠିକ ହୋଇଥିଲା। ସବୁ ଠିକଠାକ ଥିଲା। ଶୁକ୍ରବାର ରାତିରେ ଧୁମଧାମରେ ବରଯାତ୍ରୀ ବାହାରିଥିଲା। ବରପକ୍ଷ ଲୋକଙ୍କର ଖୁବ ଭଲ ସେ ସ୍ବାଗତ କରିଥିଲେ କନ୍ୟାପକ୍ଷ ଲୋକେ। ବେଦୀରେ ମନ୍ତ୍ର ପଢ଼ାଗଲା। ବିବାହ ରୀତିନୀତି କରିବାକୁ ଝିଅକୁ ଡକାଗଲା। 

କନିଆଁ ପୁରା ସଜେଇ ହୋଇ ବେଦୀକୁ ପ୍ରବେଶ କଲେ। ଏହା ପରେ ବରଣ ମାଳା ପକାଇବା ସମୟ ଆସିଲା। ଏତିକିବେଳେ ଝିଅ ଘର ପକ୍ଷ ମହିଳାମାନେ କାନରେ ଫୁସଫୁସ କରି କଥା କହିବା ଆରମ୍ଭ କଲେ। କେଡେ କଳା ପୁଅ। କେମିତି କେଜାଣି ଏ ଝିଅ ବିବାହ କରିବାକୁ ରାଜି ହେଲା। ଏହାପରେ ତୁତୁ ମେମେ ଆରମ୍ଭ ହାଇଗଲା। ଝିଅ ଆଉ ବରଣମାଳା ଦେବାକୁ ରାଜି ହେଲାନି। ଏହାଭିତରେ ବରଯାତ୍ରୀଙ୍କୁ ବିନା ଝିଅରେ ଅଧା ବାହାଘରରେ ଫେରିବାକୁ ପଡ଼ିଲା। 
ଧୀରେ ଧୀରେ ଏହି ଖବର ଚାରିଆଡେ ପ୍ରଘଟ ହୋଇଗଲା ଯେ, ପୁଅର ରଙ୍ଗ କଳା ବୋଲି ବିବାହ ଅଧାରେ ରହିଗଲା। କିନ୍ତୁ ପୁଅଜଣକ ଝିଅଟିକୁ ନିଜ ପତ୍ନୀ ଭାବେ ମାନିନେଇଛି। ଆଉ ଏବେବି ଚାହୁଁଛି ଯେ, ସେ ଝିଅ ରାଜି ହୋଇ ତାଙ୍କ ହାତ ଧରନ୍ତୁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର