Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ଆର୍ଥିକ ନୀତିର କମାଲ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ଆର୍ଥିକ ନୀତିର କମାଲ

Key Points

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ଆର୍ଥିକ ନୀତିର କମାଲ
୧୦ ବର୍ଷ ମଧ୍ୟରେ ଭାରତର ଆର୍ଥୀକ ଅଭିବୃଦ୍ଧି ଦୁଇ ଗୁଣା ପାର
ଭାରତ ଆଗରେ ପଛରେ ପଡ଼ିଗଲେ ବିଶ୍ବର ବଡ଼ ବଡ଼ ଅର୍ଥବ୍ୟବସ୍ଥା
୧୦୫% ଅଭିବୃଦ୍ଧି ହାର ସହ ଭାରତୀୟ ଅର୍ଥନୀତିର ସାନଦାର ଯାତ୍ରା
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ରିପୋର୍ଟରୁ ଆସିଲା ଏହି ଚମକାଇଲା ଭଳି ତଥ୍ୟ
ଏବେ ୨୦୨୭ ସୁଦ୍ଧା ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି ବନିବାକୁ ଲକ୍ଷ୍ୟ

ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ସାରା ବିଶ୍ବକୁ ଚମକାଇ ଦେଇଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଗତ ଏକ ଦଶନ୍ଧିରେ ମଜଭୁତ ଆର୍ଥିକ ନୀତି ଓ ଢାଞ୍ଚାଗତ ସୁଧାର କାରଣରୁ ଜିଡିପିରେ ଜୋରଦାର ଅଭିବୃଦ୍ଧି ହାସଲ କରିଛି ଭାରତ। ୨୦୧୫ରେ ଭାରତର ଅର୍ଥନୀତି ୨.୧ ଟ୍ରିଲିଅନ ଡଲାର ଥିଲା ଯାହାକି ଦୁଇ ଗୁଣ ବୃଦ୍ଧିପାଇ ୨୦୨୫ରେ ୪.୩ ଟ୍ରଲିଅନରେ ପହଞ୍ଚିଛି। ଏହି ଦଶ ବର୍ଷରେ ୧୦୫ ପ୍ରତିଶତ ହାରରେ ବୃଦ୍ଧି ପାଇଛି ଭାରତୀୟ ଅର୍ଥ ବ୍ୟବସ୍ଥା। ଏଥିସହ ଅଭିବୃଦ୍ଧି ମାମଲାରେ ବିଶ୍ବର ବଡ଼ ବଡ଼ ଆର୍ଥିକ ଶକ୍ତିଙ୍କୁ ପଛରେ ପକାଇଦେଇଛି ଆମ ଦେଶ। ଭାରତ ପଛକୁ ୭୬ ପ୍ରତିଶତ ଅଭିବୃଦ୍ଧି ହାର ସହ ଚୀନ ଦ୍ବିତୀୟ ସ୍ଥାନରେ ଥିବା ବେଳେ ୬୬ ପ୍ରତିଶତ ଜିଡିପି ଗ୍ରୋଥ୍ ରେଟ୍ ସହ ତୃତୀୟ ସ୍ଥାନରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା। ଜର୍ମାନ, ଜାପାନ, ଫ୍ରାନ୍ସ ଓ ବ୍ରିଟେନ ଭଳି ଆର୍ଥିକ ଶକ୍ତି ଅଭିବୃଦ୍ଧି କ୍ଷେତ୍ରରେ ଭାରତଠାରୁ ବହୁ ପଛରେ ରହିଯାଇଛନ୍ତି। ଏହି ସାନଦାର ଅଭିବୃଦ୍ଧି ହାର ସହ ବିଶ୍ବର ପଞ୍ଚମ ସର୍ବବୃହତ ଅର୍ଥିକ ଶକ୍ତି ଭାବେ ନିଜ ସ୍ଥାନ ବଜାୟ ରଖିଛି ଭାରତ। ଅନୁମାନ କରାଯାଉଛି ୨୦୨୭ ସୁଦ୍ଧା ଜିଡିପି କ୍ଷେତ୍ରରେ ଜାପାନ ଓ ଜର୍ମୀନୀକୁ ପଛରେ ପକାଇଦେବ ଭାରତ। ଏକ୍ସରେ ପୋଷ୍ଟ କରି ବାଣିଜ୍ୟମନ୍ତ୍ରୀ ପିୟୂଷ ଗୋୟଲ କହିଛନ୍ତି

ବୈଶିକ ପରିବର୍ତ୍ତନ ବାସ୍ତବିକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଦଶନ୍ଧିରେ ଭାରତର ଜିଡିପିକୁ ଦୁଇଗୁଣା କରିବାରେ ମହତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଯାହା ଫଳରେ ଭାରତ ଖୁବଶୀଘ୍ର ବିଶ୍ବର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ବନିଯିବ । କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀଙ୍କ ଏହି ପୂର୍ବାନୁମାନ ସହ ଅର୍ଥନୀତି ବିଶେଷଜ୍ଞମାନେ ବି ସଂପୂର୍ଣ୍ଣ ସହମତ।
ବିଶ୍ବର ତୃତୀୟ ବୃହତ୍ତ ଅର୍ଥନୀତି ଆଡକୁ ଭାରତର ଏହି ଜୟଯାତ୍ରାରେ ଓଡ଼ିଶାର ରହିବ ବଡ଼ ଯୋଗଦାନ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ଅର୍ଥାତ ୨୦୩୬ ବେଳକୁ ଓଡ଼ିଶାକୁ ଦେଶର ବିକଶିତ ରାଜ୍ୟ ଶ୍ରେଣୀରେ ସାମିଲ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରଖିଛନ୍ତି ଲକ୍ଷ୍ୟ। ତୃତୀୟ ପାଳିର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ହିଁ ଏହି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ। କହିଥିଲେ ଆଗାମୀ ୨୫ ବର୍ଷରେ ଦେଶର ଗ୍ରୋଥ୍ ଇଞ୍ଜିନର ପ୍ରଥମ ବଗି ବନିବ ଓଡ଼ିଶା।

ଦୀର୍ଘ ବର୍ଷ ଧରି ଖଣି ରାଜସ୍ବ ଉପରେ ନିର୍ଭରଶୀଳ ଥିଲା ଓଡ଼ିଶାର ଅର୍ଥନୀତି। କିନ୍ତୁ ଏବେ ବହୁମୁଖୀ ଉତ୍ସରୁ ରାଜସ୍ବ ହାସଲ ପାଇଁ ଲକ୍ଷ୍ୟ ରଖିଛନ୍ତି ଡବଲ ଇଞ୍ଜିନ ସରକାର। ପର୍ଯ୍ୟଟନ, ବ୍ଲୁ ଇକୋନୋମି, ଫୁଡ୍ ପ୍ରୋସେସିଂ ଏବଂ କ୍ଷୁଦ୍ର ଓ ଅଣୁ ଶିଳ୍ପ ଉପରେ ଜୋର ଦିଆଯାଉଛି। ଜାନୁଆରୀରେ ଶେଷ ହୋଇଥିବା 2 ଦିନିଆ ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭରେ ଏହାର ପ୍ରତିଫଳନ ଦେଇଖିବାକୁ ମିଳିଥିଲା। ଏଥିରେ 20ଟି ସେକ୍ଟରରେ 593ଟି ପ୍ରକଳ୍ପ ପାଇଁ ୧୪୫ ରାଜିନାମା ସ୍ବାକ୍ଷରିତ ହୋଇଛି। ପୁଞ୍ଜିନିବେଶ ପାଇଁ ଆସିଛି ରେକର୍ଡ 16.73 ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ। ଏଥିସହ ଓଡ଼ିଶାରେ 12 ଲକ୍ଷ 88 ହଜାର ନିଯୁକ୍ତି ପାଇଁ ସୃଷ୍ଟି ହୋଇଛି ସମ୍ଭାବନା ।

ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଘୋଷଣା କରିଥିଲେ ଖୁବ ଶୀଘ୍ର ଦେଶର ଶ୍ରେଷ୍ଠ ୫ ଅର୍ଥନୀତି ପ୍ରଦେଶରେ ମଧ୍ୟରେ ସାମିଲ ହେବ ଓଡ଼ିଶା। ଅର୍ଥାତ ଭାରତର ଆର୍ଥିକ ଅଭିବୃଦ୍ଧି ସହ ତାଳ ଦେଇ ଆଗକୁ ବଢିବାକୁ ଓଡ଼ିଶା ବି ତୟାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-brilliance-of-prime-minister-narendra-modis-far-sighted-economic-policies | Argus News