Videos
|
National

ୟୁଟ୍ୟୁବର ପତିପତ୍ନୀଙ୍କ ମଧ୍ୟରେ ଭାଙ୍ଗିଲା ସମ୍ପର୍କ!

Ritu Das
Browse all articles by Ritu Das
·1 year ago·2 min read
ୟୁଟ୍ୟୁବର ପତିପତ୍ନୀଙ୍କ ମଧ୍ୟରେ ଭାଙ୍ଗିଲା ସମ୍ପର୍କ!

ଅର୍ଗସ ବ୍ୟୁରୋ: ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି। ମାନେ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ସବୁବେଳେ ଅଲଗା। କେତେବଳେ ମଧୁର ତ କେତେବେଳେ ତିକ୍ତତା ଭରା। ତା'ମାନେ ନୁହେଁ ଯେ ଆମେ ସମ୍ପର୍କ ଭାଙ୍ଗିଦେବା। ଗୌରବ ତନେଜା ଜଣେ ୟୁଟ୍ୟୁବର, ଇନଫ୍ଲୁଏନ୍ସର। ତାଙ୍କର ଫଲୋର୍ସ ସଂଖ୍ୟା ମିଲିୟନ। ଫ୍ଲାଇଙ୍ଗ ବିଷ୍ଟ ନାମରେ ତାଙ୍କୁ ଲୋକେ ଜାଣିଛନ୍ତି। ଲୋକେ ତାଙ୍କୁ ବହୁତ ଭଲ ପାଆନ୍ତି ମଧ୍ୟ। ପ୍ରାୟତଃ ସମସ୍ତେ ତାଙ୍କୁ ଫଲୋ କରନ୍ତି। ତାଙ୍କ ବ୍ଲଗିଂ ଯିଏ ଦେଖିଛି ସିଏ ଜାଣିଛି। ବ୍ଲଗିଂରେ ସିନେମାଟିକ ଭ୍ୟୁ କଥା ସମ୍ପୂର୍ଣ୍ଣ ଭିନ୍ନ। ଗୌରବ ପୂର୍ବରୁ ଫ୍ଲାଇଟରେ ପାଇଲଟ ଜବ କରୁଥିଲେ। ଏହାପରେ ଏହି ପ୍ରଫେସନରୁ ଦୂରେଇ ଯାଇଥିଲେ। ଏବେ ଗୌରବ ଏକ ଡାଏରୀ ଫାର୍ମ କରିଛନ୍ତି। ଯାହା ରୋଜିଆର ନାଁରେ ପରିଚିତ। ସେ ବହୁ ସମୟରୁ ନିଜ ଫ୍ୟାମିଲି ସହ ୟୁଟ୍ୟୁବରେ ବ୍ଲଗ କରନ୍ତି, ଦେଶରୁ ବିଦେଶ ଯାଏଁ ତାଙ୍କ ସ୍ତ୍ରୀ ଆଉ ସେ ଦୁହେଁ ଫେମସ ଅଟନ୍ତି। ରୀତୁ ରାଠି ମଧ୍ୟ ପ୍ରଫେସନରେ ଜଣେ ପାଇଲଟ।

 

ହେଲେ ଏହାରି ମଧ୍ୟରେ ଗୌରବ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ର ହେବାର ଏକ ଖବର ସାମ୍ନାକୁ ଆସିଛି। ବି-ଟାଉନରେ ଐଶ୍ବର୍ଯ୍ୟା ଅଭିଷେକଙ୍କ ଡିଭୋର୍ସ ଚର୍ଚ୍ଚା ଥମି ନ ଥିବା ବେଳେ ପୁଣି ଜଣେ ସେଲିବ୍ରିଟିଙ୍କ ଏଭଳି ଖବର ଫ୍ୟାନମାନଙ୍କ ମନକୁ ବ୍ୟତିବ୍ୟସ୍ତ କରୁଛି। ଏହି ସମୟରେ ତାଙ୍କ ସ୍ତ୍ରୀ ସନ୍ଥ ପ୍ରେମାନନ୍ଦଙ୍କ ଦୁଆରେ ପହଞ୍ଚିଛନ୍ତି ବୋଲି କୁହାଯାଉଛି।

ଯେଉଁଥିରେ ଗୌରବ ତନେଜାଙ୍କ ପତ୍ନୀ ରିତୁ ରାଠୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ସେ ମହାରାଜାଙ୍କୁ କହିଛନ୍ତି ଯେ, ମୁଁ ନିଜ ସ୍ୱାମୀଙ୍କୁ ଭଲପାଇଲି, ହେଲେ ସେ ମୋତେ ଧୋକା ଦେଲେ। ଯାହାପରେ ମୁଁ ତାଙ୍କଠାରୁ ଦୂରରେ ରହୁଛି ଏବଂ ଦୁଇ ଶିଶୁଙ୍କ ଲାଳନ ପାଳନ କରିବା ପାଇଁ ଚାକିରି କରୁଛି।

ସେ ଆଗକୁ ପଚାରିଛନ୍ତି, ମହାରାଜ ଶ୍ରୀ ଜୀଙ୍କ ସେବା ପାଇଁ ସବୁକିଛି ତ୍ୟାଗ କରିଦେବି ନା ଅର୍ଜୁନଙ୍କ ଭଳି ନିଜ ଶିଶୁଙ୍କ ହକ ପାଇଁ ଲଢିବି। ଏହାକୁ ନେଇ ମହାରାଜ କହିଲେ ଯେ, ଶ୍ରୀ ଜୀଙ୍କୁ ମନ ଭିତରୁ ପ୍ରେମ କରନ୍ତୁ ଏବଂ ବାହାରୁ ଶିଶୁମାନଙ୍କୁ ଧ୍ୟାନ ଦିଅନ୍ତୁ। ଶିଶୁଙ୍କ ଅଧିକାରର ସଂପତ୍ତି ତାଙ୍କ ପିତାଙ୍କଠାରୁ ସେମାନଙ୍କୁ ଦିଅନ୍ତୁ। ତୁମେ ତାଙ୍କ ମାଆ ଏବଂ ସେ ତାଙ୍କ ବାପା, ସେଥିପାଇଁ ଶିଶୁମାନଙ୍କର ତାଙ୍କ ସଂପତ୍ତି ଉପରେ ସଂପୂର୍ଣ୍ଣ ଅଧିକାର ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୁଇଦିନ ହେଲା ଇନଷ୍ଟାରେ ଉଭୟଙ୍କ ବିବାହ ବିଚ୍ଛେଦ ଖବର ସାମ୍ନାକୁ ଆସିଛି। ଏହା କେତେ ସତ କେତେ ମିଛ ଆମେ ଜାଣିନାହୁଁ। ଗୌରବ ଏବଂ ରିତୁ ଉଭୟ ଏକ sweet Couple. ଗୌରବ ରୀତୁକୁ ବହୁତ ଭଲ ପାଆନ୍ତି। ରୀତୁଙ୍କର ଏହି ଅଡିଓ ଏଆଇ ଦ୍ବାରା ମଧ୍ୟ କରାଯାଇ ପାରିବ। ତେବେ ଆଜି ଇନଷ୍ଟାରେ ରୀତୁଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ରୀତୁ କାନ୍ଦୁଥିବାର ଦେଖାଯାଉଛି। ରୀତୁ ଏଥିରେ କହୁଛନ୍ତି ମୁଁ ସମର୍ଥ। ମୁଁ ମୋ ଛୁଆଙ୍କୁ ରଖିପାରିବି। ମୁଁ ଚାକିରି କରୁଛି। ମୁଁ ମୋ ଛୁଆଙ୍କୁ ଦୁଇ ବେଳା ନିଶ୍ଚିତ ଖାଇବାକୁ ଦେଇପାରିବି। ପୁରୁଷ ମାନେ ହିଁ ଭିଲେନ ହୋଇଥାଆନ୍ତି। ଆମେ କାହା ପର୍ସନାଲ ଲାଇଫରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ। ଚାହୁଁଛୁ ଏହି ଖବର ମିଛ ହୋଇଥାଉ। ଦୁହେଁ ସବୁବେଳେ ସାଥୀରେ ଏବଂ ଖୁସିରେ ରୁହନ୍ତୁ।

ଅଧିକ ପଢ଼ନ୍ତୁ ଭାରତ ଖବର 


 


 


 

The broken | Argus News