Videos
|
National

କୋଲକାତା ଦୁଷ୍କର୍ମ ହତ୍ୟା: ଟ୍ରେନି ଡାକ୍ତରଙ୍କ ସାରା ଶରୀରକୁ କାମୁଡିଥିଲା ନୃଶଂସ ସଞ୍ଜୟ ରୟ

Ritu Das
Browse all articles by Ritu Das
·1 year ago
କୋଲକାତା ଦୁଷ୍କର୍ମ ହତ୍ୟା: ଟ୍ରେନି ଡାକ୍ତରଙ୍କ ସାରା ଶରୀରକୁ କାମୁଡିଥିଲା ନୃଶଂସ ସଞ୍ଜୟ ରୟ

ଅର୍ଗସ ବ୍ୟୁରୋ: ଆରଜି କର ହସ୍ପିଟାଲର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି। ସିବିଆଇ ରିପୋର୍ଟନୁସାରେ ସଞ୍ଜୟ ରୟ ହିଁ ବଳାତ୍କାର ମାମଲାର ମୁଖ୍ୟ ଦୋଷୀ ହୋଇଥିବା ଜଣାପଡିଛି। ତେବେ ଏହି ମାମଲାରେ ଆଉ ଏକ ପ୍ରମାଣର ପର୍ଦ୍ଦାଫାଶ ହୋଇଛି। ସୂଚନାନୁସାରେ, ସିବିଆଇକୁ ମୃତ ଡାକ୍ତରଙ୍କ ଶରୀରରେ କାମୁଡିବା ଚିହ୍ନ ମିଳିଛି। ଏହି ଚିହ୍ନ ସଞ୍ଜୟ ରୟର ବୋଲି ଜଣାପଡିଛି।

ସିବିଆଇ ସଞ୍ଜୟଙ୍କ ଦାନ୍ତର ଚିହ୍ନ ପ୍ରମାଣ ହିସାବରେ ନେଇଛି। ଏହାପରେ ଏହି ଦାନ୍ତର ନମୁନାକୁ ସିଏଫଏସଏଲକୁ ପଠାଯିବ। ସୂଚନାନୁସାରେ, ମୃତ ଡାକ୍ତରଙ୍କ ଶରୀର ସାରା କାମୁଡିବାର ବହୁତ ଚିହ୍ନ ଦେଖିବାକୁ ମିଳିଥିଲା। ଏବେ ଫରେନ୍ସିକ ଯାଞ୍ଚରେ ଏହି ଦାନ୍ତର ନମୁନାକୁ ତୁଳନା କରାଯିବ। ଯାହାଦ୍ୱାରା ସ୍ପଷ୍ଟ ହୋଇପାରିବ କି, ସଞ୍ଜୟ ଏହି ମାମଲାରେ ସିଧାସଳଖ ସାମିଲ୍‌ ଅଛନ୍ତି କି ନାହିଁ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The brutal Sanjay | Argus News