Videos
|
National

ଟ୍ୟାଙ୍କର ଉପରେ ଚଢ଼ିଗଲା ବସ୍‌; ୧୮ ମୃତ, ୩୦ରୁ ଅଧିକ ଆହତ

Ritu Das
Browse all articles by Ritu Das
·2 years ago·1 min read
ଟ୍ୟାଙ୍କର ଉପରେ ଚଢ଼ିଗଲା ବସ୍‌; ୧୮ ମୃତ, ୩୦ରୁ ଅଧିକ ଆହତ

ଅର୍ଗସ ବ୍ୟୁରୋ: ବୁଧବାର ସକାଳେ ଉତ୍ତରପ୍ରଦେଶର ଉନ୍ନାଓରେ ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେରେ ଏକ ଡବଲ ଡେକର ବସ୍ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ବସ୍‌ଟି ଏକ ଦୁଗ୍ଧ ଟ୍ୟାଙ୍କର ଚଢ଼ିଯିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ତେବେ ଦୁର୍ଘଟଣାରେ ପ୍ରାୟ ୩୦ରୁ ଅଧିକ ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ଏହି ବସଟି ବିହାରର ମୋତିହାରୀରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା ବୋଲି ଉନ୍ନାଓ ଜିଲ୍ଲା ମାଜିଷ୍ଟ୍ରେଟ ଗୌରାଙ୍ଗ ରାଠୀ କହିଛନ୍ତି। ଏହା ଗରହା ଗ୍ରାମ ନିକଟରେ ଦୁଗ୍ଧ ଟ୍ୟାଙ୍କରକୁ ଧକ୍କା ଦେଇଥିଲା। ଏହାର ପ୍ରଭାବ ଏପରି ଥିଲା ଯେ ବସଟି ଚାଲୁଥିବା ହେଲେ ସେଥିରୁ ଲୋକ ବାହାରକୁ ପଳାଇ ଆସିଥିଲେ।
ଦୁର୍ଘଟଣା ଘଟିବା ପରେ ବସ୍‌ ଭିତରୁ ପୀଡିତାଙ୍କୁ ବାହାର କରିବାକୁ ଏବଂ ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ପୋଲିସ ଏବଂ ଅନ୍ୟ ଜରୁରୀକାଳୀନ କର୍ମଚାରୀମାନେ ଉକ୍ତ ସ୍ଥାନକୁ ଯାଇଥିଲେ। 

ଦୁର୍ଘଟଣାର କାରଣ ଅନୁସନ୍ଧାନ ଚାଲିଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ବସ୍ ଅତ୍ୟଧିକ ଦ୍ରୁତ ଗତିରେ ଆସୁଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ୍ସରେ ଏ ନେଇ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଉକ୍ତ ସ୍ଥାନରେ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: