ଅଟୋକୁ ପିଟିଲା ବସ୍
·1 year ago

ଅର୍ଗସ ବ୍ୟୁରୋ: ଭୟଙ୍କର ସଡ଼କ ଦୁର୍ଘଟଣା। ଅଟୋକୁ ପିଟିଦେଲା ବସ୍। ଫଳରେ ଚାଲିଗଲା ୧୧ ଜଣଙ୍କ ଜୀବନ। ରାଜସ୍ଥାନର ଧୌଲପୁରରେ ଘଟିଛି ଦୁର୍ଘଟଣା । କରୌଲି-ଧୌଲପୁର ଜାତୀୟ ରାଜପଥର ଏନ୍ଏଚ୍-୧୧(ବି) ସ୍ଥିତ ସୁନିପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ସ୍ଲିପର କୋଚ୍ ବସ୍ ଦ୍ରୁତ ଗତିରେ ଆସି ଏକ ଅଟୋକୁ ଧକ୍କା ଦେଇଛି। ଫଳରେ ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୮ ଜଣ ଛୋଟ ପିଲା ଅଛନ୍ତି। ସେହିପରି ଦୁଇ ଜଣ ମହିଳା ଓ ଜଣେ ପୁରୁଷ ମଧ୍ୟ ଅଛନ୍ତି।ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲକୁ ପଠାଇଛି।
ଅଧିକ ପଢ଼ନ୍ତୁ ଦେଶ ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: