Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ଦୁର୍ନୀତିଖୋର୍ ମମତା ସରକାର

National

 ଦୁର୍ନୀତିଖୋର୍ ମମତା ସରକାର

Manini Pattanayak
Browse all articles by Manini Pattanayak
·2 years ago·2 min read
 ଦୁର୍ନୀତିଖୋର୍ ମମତା ସରକାର

ନୂଆଦିଲ୍ଲୀ: ଦୁର୍ନୀତିଖୋର୍ ମମତା ସରକାର । ଅଦାଲତରେ ଖୋଲିଲା ଦିଦିଙ୍କ ପୋଲ୍ । ପଶ୍ଚିମବଂଗ ଶିକ୍ଷକ ନିଯୁକ୍ତି ନେଇ କଲିକତା ହାଇକୋର୍ଟଙ୍କ ବଡ଼ ରାୟ । ୨୫ ହଜାରରୁ ଅଧିକ ଶିକ୍ଷକଙ୍କ ନିଯୁକ୍ତି ବେଆଇନ । ଟଙ୍କା କାରବାର ବଳରେ ହୋଇଥିଲା ଭର୍ତ୍ତି । ଚାରି ସପ୍ତାହ ଭିତରେ ସୁଧ ସହ ଦରମା ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଲେ ଅଦାଲତ । ତିନି ମାସରେ ତଦନ୍ତ କରି ରିପୋର୍ଟ ଦେବ ସିବିଆଇ । ଆରମ୍ଭ ହେବ ନୂଆ ନିଯୁକ୍ତି ପ୍ରକ୍ରିୟା ।  ମମତା ସରକାରଙ୍କୁ ହାଇକୋର୍ଟ ଝଟକା । ପଶ୍ଚିମବଙ୍ଗରେ ଗଲା ୨୩ ହଜାର ୭୫୩ ଶିକ୍ଷକଙ୍କ ଚାକିରି । ୫ରୁ ୧୫ ଲକ୍ଷ ଯାଏଁ ଟଙ୍କା ଦେଇ ଚାକିରି କିଣିଥିବା ଶିକ୍ଷକଙ୍କ ଉପରେ ଆଜି ହାଇକୋର୍ଟଙ୍କ ଚାବୁକ ବାଜିବା ସହ ନିଯୁକ୍ତି ଦିନରୁ ଆଜି ଯାଏଁ ପାଇଥିବା ଦରମାକୁ ସୁଧମୂଳ ସହ ୪ ସପ୍ତାହ ମଧ୍ୟରେ ଫେରାଇବା ପାଇଁ ରାୟ ପ୍ରକାଶ ହୋଇଛି । ଏଥିସହ ହାଇକୋର୍ଟ ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ୍ କମିଶନ ଦ୍ବାରା ଶିକ୍ଷକ ନିଯୁକ୍ତି ପାଇଁ ଗଠିତ ହୋଇଥିବା ପ୍ୟାନେଲକୁ ରଦ୍ଦ କରିଛନ୍ତି । ଏଥିସହ ତିନି ମାସ ମଧ୍ୟରେ ଏହି ମାମଲାରେ ସିବିଆଇକୁ ସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

 ତେବେ କଣ ଏହି ଘୋଟାଲା ? କାହିଁକି ଏହା ବିରୋଧରେ ଏତେ ବଡ଼ ରାୟ ଶୁଣାଇଲେ ହାଇକୋର୍ଟ ? ପ୍ରକୃତରେ ଶିକ୍ଷକ ନିଯୁକ୍ତି ଘୋଟାଲା ମମତା ସରକାରର ସର୍ବବୃହତ ଘୋଟାଲା ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି । ଯାହାର ସରଗନା ବା ମାଷ୍ଟରମାଇଣ୍ଡ ଥିଲେ ତତ୍କାଳୀନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ । ସେତେବେଳେ ପାର୍ଥଙ୍କ ଘର ସହ ବାନ୍ଧବୀ ଅର୍ପିତାଙ୍କ ଘରୁ କେମିତି ମୋଟା ଅଙ୍କର ଟଙ୍କା ଜବତ ହୋଇଥିଲା ତାହା ହୁଏତ ସମସ୍ତଙ୍କର ମନେ ଥିବ । ୨୦୧୪ ମସିହାରେ WBSSC ପକ୍ଷରୁ ଶିକ୍ଷକ ଭର୍ତ୍ତି ପାଇଁ ନିଯୁକ୍ତି ପ୍ରକାଶ ପାଇଥିବା ବେଳେ ଷ୍ଟେଟ୍ ଲେଭଲ୍ ସିଲେକ୍ସନ ଟେଷ୍ଟ ବା SLST ମାଧ୍ୟମରେ ଚୟନ ପ୍ରକ୍ରିୟା ସମ୍ପାଦିତ ହେବାର ଥିଲା । ହେଲେ ରେଜଲ୍ଟ ପ୍ରକାଶ ହେବା ପରେ ଚାକିରି ପାଇଥିବା କେଉଁ ପ୍ରାର୍ଥୀଙ୍କ ଓଏମଆର ସିଟ୍ ପୂରା ଖାଲି ଥିଲା ତ ଆଉ କିଏ ପରୀକ୍ଷାରେ ହିଁ ବସି ନ ଥିଲା । ଏମିତିକି ଆବେଦନର ତାରିଖ ସରିବା ପରେ ମଧ୍ୟ କିଛି ପ୍ରାର୍ଥୀ ଆବେଦନ କରି ଚାକିରି ପାଇଥିଲେ ।

WBSSC ଠାରୁ ଆରମ୍ଭ କରି ପାର୍ଥ ଚାଟାର୍ଜୀଙ୍କ ଯାଏଁ ୫ ଲକ୍ଷରୁ ୧୫ ଲକ୍ଷ ଯାଏଁ ଟଙ୍କା କଲେକ୍ସନ କରି ଚାକିରି ବାଣ୍ଟିଥିଲେ । ଫଳରେ ୨୪ ହଜାର ୬୪୦ ପୋଷ୍ଟ ପାଇଁ ୨୩ ଲକ୍ଷ ପିଲା ଆବେଦନ କରିଥିଲେ ବି ଅଯୋଗ୍ୟମାନେ ହିଁ ଚାକିରି ପାଇଥିଲେ । ପରେ କୋର୍ଟ ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଜୁଲାଇ ୨୦୨୨ରେ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା ସିବିଆଇ । ତେଣୁ ଆଜିର ଅଦାଲତଙ୍କ ରାୟ ମମତା ସରକାରଙ୍କ ପାଇଁ ସବୁଠୁ ବଡ଼ ଝଟକା ବୋଲି କୁହାଯାଉଛି । ବିଜେପି ମଧ୍ୟ ଏହି ମାମଲାରେ ଆଜି ଖଡ୍ଗହସ୍ତ ହୋଇଛି ।  ଏହି ମାମଲାରେ ଆର୍ଥିକ ଅନିୟମିତତାକୁ ନେଇ ଇଡି ଖୋଳତାଡ଼ କରୁଥିବା ବେଳେ ଏଯାଏଁ ୩୬୫ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିସାରିଲାଣି । ତେଣୁ ଯେଉଁ ସରକାର ଶିକ୍ଷକ ନିଯୁକ୍ତିରେ ଏତେ ବଡ଼ ଘୋଟାଲା କରିପାରେ, ଶହଶହ ପିଲାଙ୍କ ଭବିଷ୍ୟତ ସହ ଖେଳିପାରେ, ସେହି ସରକାର ରାଜ୍ୟରେ କେମିତି ଲୋକଙ୍କ ବିକାଶ କଥା ଚିନ୍ତା କରୁଥିବ, ତାହା ଏଇଥିରୁ ହିଁ ଜଳଜଳ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Calcutta High Court has cancelled the 2016 teacher recruitment panel formed by the Bengal Commission. | Argus News