Videos
|
National

ପୋଲିସ ପାଖରେ ଅଛି କି ଡ୍ରାଇଭିଂ ଲାଇସେନ୍ସ ଜବତ କରିବାର ଅଧିକାର ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପୋଲିସ ପାଖରେ ଅଛି କି ଡ୍ରାଇଭିଂ ଲାଇସେନ୍ସ ଜବତ କରିବାର ଅଧିକାର ?

Key Points

ପୋଲିସ ପାଖରେ ଅଛି କି ଡ୍ରାଇଭିଂ ଲାଇସେନ୍ସ ଜବତ କରିବାର ଅଧିକାର ?
କୋଲକାତା ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି
ଜାଣନ୍ତୁ କୋର୍ଟ କ’ଣ କହିଲେ ?

ବେପରୁଆ ଗାଡ଼ି ଚାଳନା ଯୋଗୁଁ ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଥିସହ ଅନେକଙ୍କ ଜୀବନ ହାନି ଘଟୁଛି। ତେଣୁ ଦୁର୍ଘଟଣା ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ନିଷ୍ପତ୍ତି ନିଆଯାଇଛି। ଟ୍ରାଫିକ ନିୟମ ବା ସଡ଼କ ସୁରକ୍ଷା ଆଇନ ଉଲ୍ଲଙ୍ଘନ କଲେ ସଙ୍ଗେ ସଙ୍ଗେ ପାଖରେ ଥିବା ଟ୍ରାଫିକ ପୋଲିସ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ନେଇଯାଆନ୍ତି। ଏହାସହ ଆଉ କିଛି ଜଣଙ୍କୁ ଥାନାକୁ ପଠେଇଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ପୋଲିସ ପାଖରେ ଅଛି କି ଡ୍ରାଇଭିଂ ଲାଇସେନ୍ସ ଜବତ କରିବାର ଅଧିକାର ? କୋଲକାତା ହାଇକୋର୍ଟ ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ଯେ ଟ୍ରାଫିକ ପୋଲିସଙ୍କ ପାଖରେ କୌଣସି ନାଗରିକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ଜବତ, ନିଲମ୍ବନ କିମ୍ବା ରଦ୍ଦ କରିବାର ଅଧିକାର ନାହିଁ।


କୋର୍ଟ କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ଅସାବଧାନତାର ସହ ଗାଡ଼ି ଚଳାଉଛି, ତେବେ ପୋଲିସ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଭାବେ ତାଙ୍କ ଲାଇସେନ୍ସ ଜବତ କରିପାରେ। କିନ୍ତୁ, ଏହା ପରେ ମାମଲାକୁ ଅଦାଲତକୁ ପଠାଇବା ଆବଶ୍ୟକ। ଅଦାଲତ ଯଦି ସେହି ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରେ, ତେବେ ଲାଇସେନ୍ସ ନିଲମ୍ବନ କିମ୍ବା ରଦ୍ଦ କରିବା ଭଳି ପରବର୍ତୀ ପ୍ରକ୍ରିୟା ଆରମ୍ଭ ହୋଇପାରିବ। ଏହି କାର୍ଯ୍ୟ ପାଇଁ ଜବତ ଲାଇସେନ୍ସକୁ ସମ୍ପୃକ୍ତ ଲାଇସେନ୍ସିଂ ପ୍ରାଧିକାରୀଙ୍କ ପାଖକୁ ପଠାଇବା ଜରୁରୀ। କୋର୍ଟ ଆହୁରି କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ନିଜର ପକ୍ଷ ରଖିବାକୁ ଚେଷ୍ଟା କରୁଛି, ତେବେ ପୋଲିସ ତାଙ୍କ ଉପରେ ଅପରାଧ ମନାଇବା ପାଇଁ ଜୋରଜବରଦସ୍ତୀ କରିପାରିବ ନାହିଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ରାୟ ଏକ ଯାଚିକା ଉପରେ ଆଧାରିତ, ଯେଉଁଥିରେ ଜଣେ ପ୍ରାକ୍ଟିସିଂ ଓକିଲ ଟ୍ରାଫିକ ବିଭାଗରେ କାର୍ଯ୍ୟରତ ଜଣେ ଟ୍ରାଫିକ ହବଲଦାର (ପ୍ରତିବାଦୀ ନମ୍ବର ୧୦)ଙ୍କ କଥିତ କାର୍ଯ୍ୟକୁ ଚ୍ୟାଲେଞ୍ଜ କରିଥିଲେ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଲାଇସେନ୍ସ ଜବତ, ନିଲମ୍ବନ କିମ୍ବା ରଦ୍ଦ କରିବାର ପୂର୍ଣ୍ଣ ଅଧିକାର କେବଳ ସେହି ଲାଇସେନ୍ସିଂ ପ୍ରାଧିକାରୀଙ୍କ ପାଖରେ ରହିଛି, ଯିଏ ସେହି ଲାଇସେନ୍ସ ଜାରି କରିଛନ୍ତି। ଏହି ନିଷ୍ପତ୍ତି ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନକୁ ଅଧିକ ସ୍ପଷ୍ଟ ଏବଂ ନ୍ୟାୟପୂର୍ଣ୍ଣ କରିବାରେ ସହାୟକ ହେବ। ନାଗରିକମାନଙ୍କୁ ଟ୍ରାଫିକ ନିୟମ ମାନିବା ଏବଂ ସୁରକ୍ଷିତ ଭାବେ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି।


ଜଷ୍ଟିସ ପାର୍ଥ ସାରଥୀ ସେନ କରିଛନ୍ତି ଯେ ମୋଟର ଯାନ ଅଧିନିୟମ, ୧୯୮୮ର ଧାରା ୨୦୬ ଅନୁଯାୟୀ, ଲାଇସେନ୍ସ ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ ହେଲେ ଡ୍ରାଇଭିଂ ଲାଇସେନ୍ସ ଜବତ କରିବାର ଅଧିକାର ରହିଛି। ତେବେ, ଚାଳକଙ୍କ କଥିତ ଅପରାଧର ସମ୍ପୃକ୍ତ ମାମଲାକୁ ଅଦାଲତକୁ ପଠାଇବା ଆବଶ୍ୟକ। ଏହାପରେ ହିଁ କୌରସି ନିଷ୍ପତ୍ତି ନିଆଯାଇପାରିବ।


the-calcutta-high-court-has-held-that-the-driving-license-of-a-citizen-cannot-be-impounded-suspended-or-revoked-by-traffic-police-personnel | Argus News