Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜନଗଣନାକୁ ନେଇ ଆସିଲା ବଡ଼ ଖବର

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଜନଗଣନାକୁ ନେଇ ଆସିଲା ବଡ଼ ଖବର

Key Points

ଏଥର ହୋଇପାରେ ଜାତିଭିତ୍ତିକ ଜନଗଣନା

୩ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ

ସମ୍ପୂର୍ଣ୍ଣ ପ୍ରକ୍ରିୟା ହେବ ଡିଜିଟାଲ 

୨୦୨୭ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇପାରେ ଜନଗଣନା। ତେବେ ଏହି ଜନଗଣନା ଜାତି ଭିତ୍ତିକ ଜନଗଣନା ହେବ।୧୭ ବର୍ଷ ପରେ ଦେଶରେ ଜାତୀୟ ଜନଗଣନା ହେବାକୁ ଯାଉଛି। ଦୁଇଟି ପର୍ଯ୍ୟାୟରେ ଜନଗଣନା କରାଯିବ ବୋଲି ଜଣାପଡ଼ିଛି।


ଚର୍ଚ୍ଚା ହେଉଛି ସରକାର ଏଥର ଜନଗଣନାକୁ ଦୁଇଟି ଭାଗରେ ବିଭକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ, ଲୋକଙ୍କୁ ସିଧାସଳଖ ଗଣନା କରାଯିବ। ଏଥିରେ, ବୟସ, ଲିଙ୍ଗ, ଶିକ୍ଷା, ନିଯୁକ୍ତି, ବାସସ୍ଥାନ ଇତ୍ୟାଦିର ତଥ୍ୟ ସଂଗ୍ରହ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ, ଜାତି ଗଣନା କରାଯିବ। ଏନେଇ ସରକାର ଏକ ଖସଡା ପ୍ରସ୍ତୁତ କରିଛନ୍ତି। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଡିଜିଟାଲ ହେବ। ୩ ବର୍ଷ ମଧ୍ୟରେ ଏହାକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜନଗଣନା ସମୟରେ ଜାତିଗତ ତଥ୍ୟ ସହିତ ପରିବାରଗୁଡ଼ିକର ଆର୍ଥିକ ଅବସ୍ଥା ଯେପରିକି ଘର ପକ୍କା କି କଚ୍ଚା ସେ ବିଷୟରେ ସୂଚନା ନିଆଯିବ। ତେବେ ଜାତିଭିତ୍ତିକ ଜନଗଣନା କରାଯିବ କି ନାହିଁ, ସେନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।


ଯଦି ଜାତିଭିତ୍ତିକ ଜନଗଣନା କରାଯାଏ ୧୯୪୧ ପରେ ଏହା ହେଉଛି ପ୍ରଥମ ଜାତିଗତ ଜନଗଣନା, ଯାହାର ତଥ୍ୟ ୨୦୨୮ ଶେଷ ସୁଦ୍ଧା ପ୍ରକାଶ ପାଇପାରେ। ଏହା ପୂର୍ବରୁ ୨୦୨୧ରେ ଜନଗଣନା ହେବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ କୋଭିଡ୍‌-୧୯ ମହାମାରୀ ଯୋଗୁଁ ଏହା ସ୍ଥଗିତ ରହିଥିଲା।

Sponsored
The census will be conducted from March 1, 2027 | Argus News