Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆବେଦନ ଅବଧି ବୃଦ୍ଧି ଘୋଷଣା କଲେ କେନ୍ଦ୍ର ସରକାର

Ritu Das
Browse all articles by Ritu Das
·1 year ago·1 min read
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆବେଦନ ଅବଧି ବୃଦ୍ଧି ଘୋଷଣା କଲେ କେନ୍ଦ୍ର ସରକାର

ଅର୍ଗସ ବ୍ୟୁରୋ: ଚାଷୀଙ୍କ ପାଇଁ ଖୁସି ଖବର । ବଢ଼ିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆବେଦନ ଅବଧି। କେବଳ ଓଡ଼ିଶାର ଚାଷୀଙ୍କ ପାଇଁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ ସମୟ ସୀମା କେନ୍ଦ୍ର ସରକାର ବଢ଼ାଇଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ ଅବଧି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା । ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଷୀ ଏହି ଯୋଜନାରେ ନିଜ ନାମ ପଞ୍ଜୀକରଣ କରିପାରିବେ। 

ଚଳିତ ଖରିଫ ରୁତୁ ଚାଷ ପାଇଁ କଟ ଅଫ ମଧ୍ୟ ବୃଦ୍ଧି କରାଯାଇଛି । ସର୍ବାଧିକ ପଞ୍ଜୀକରଣ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କରେ କେନ୍ଦ୍ର କୃଷି ମନ୍ତ୍ରାଣାଳୟ ପକ୍ଷରୁ ରାଜ୍ୟ ସମବାୟ ଆୟୁକ୍ତଙ୍କ ପାଖକୁ ଚିଠି ଲେଖାଯାଇଛି । ଅଗଷ୍ଟ ୧୦ ତାରିଖ ଯାଏଁ ଚାଷୀମାନେ ନାମ ପଞ୍ଜୀକରଣ କରିବା ପାଇଁ ନ୍ୟାସନାଲ କର୍ପ ଇନସ୍ୟୁରାନ୍ସ ପୋର୍ଟାଲ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored