Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଲେ କେନ୍ଦ୍ର ସରକାର, ବଢିଲା DA

Ritu Das
Browse all articles by Ritu Das
·1 year ago·1 min read
କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଲେ କେନ୍ଦ୍ର ସରକାର, ବଢିଲା DA

ଅର୍ଗସ ବ୍ୟୁରୋ: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରଙ୍କୁ ବଡ ଭେଟି । 3 ପ୍ରତିଶତ ବଢିଲା ମହଙ୍ଗା ଭତ୍ତା(DA). ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିବା ବେଳେ ମହଙ୍ଗା ଭତ୍ତା ଉପରେ ମୋହର ବାଜିଛି । ଦୀପାବଳି ଉପଲକ୍ଷେ ଉପହାର ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏହା ଦ୍ବାରା 1 କୋଟିରୁ ଉର୍ଦ୍ଧ୍ବ କର୍ମଚାରୀ ଉପକୃତ ହେବେ । ବର୍ତ୍ତମାନ କର୍ମଚାରୀଙ୍କ ଡିଏ ୫୦ ପ୍ରତିଶତ ରହିଥିବା ବେଳେ ଏହି ବୃଦ୍ଧି ଫଳରେ ତାହା ୫୩ ପ୍ରତିଶତରେ ପହଞ୍ଚିଛି ।

ଏହା ଗତ ଜୁଳାଇ 1 ତାରିଖରୁ ଲାଗୁ ହେବ । ସାଧାରଣ ଭାବେ କେନ୍ଦ୍ର ସରକାର ଜାନୁଆରୀ ଓ ଅକ୍ଟୋବରରେ ବର୍ଷକୁ ଦୁଇଥର ଡିଏ ବୃଦ୍ଧି କରିଥାନ୍ତି । ଏହା ପୂର୍ବରୁ ଗତ ମାର୍ଚ୍ଚରେ କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିଥିବା ବେଳେ ଏହା 46ରୁ 50 ପ୍ରତିଶତକୁ ବୃଦ୍ଧି ପାଇଥାଏ । ବର୍ତ୍ତମାନ 3 ପ୍ରତିଶତ ବଢାଇଥିବା ବେଳେ ଏହା 53କୁ ବୃଦ୍ଧି ପାଇଛି । ଏହାଦ୍ବାରା କର୍ମଚାରୀ ଏବଂ ପେନସନ ଭୋଗୀ ଉପକୃତ ହେବେ । ଅକ୍ଟୋବର ମାସର ଦରମାରେ ତିନି ମାସର ଏରିୟର ଏବଂ ଡିଏକୁ ମିଶାଇ ମିଳିବ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The central government has | Argus News