Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉଇକିପିଡିଆରେ ଭୁଲ ତଥ୍ୟ ସ୍ଥାନିତକୁ ନେଇ ନୋଟିସ ଜାରି କରିଛି କେନ୍ଦ୍ର ସରକାର

National

ଉଇକିପିଡିଆରେ ଭୁଲ ତଥ୍ୟ ସ୍ଥାନିତକୁ ନେଇ ନୋଟିସ ଜାରି କରିଛି କେନ୍ଦ୍ର ସରକାର

Rashmita Mishra
Browse all articles by Rashmita Mishra
·1 year ago·1 min read
ଉଇକିପିଡିଆରେ ଭୁଲ ତଥ୍ୟ ସ୍ଥାନିତକୁ ନେଇ ନୋଟିସ ଜାରି କରିଛି କେନ୍ଦ୍ର ସରକାର

ଅର୍ଗସ ବ୍ୟୁରୋ: ଉଇକିପିଡିଆକୁ ନୋଟିସ । ଅନ୍‌ଲାଇନ୍ ଏନସାଇକ୍ଲୋପିଡ଼ିଆ ଭାବରେ ଜଣାଶୁଣା ୱବସାଇଟରେ ଭୁଲ ତଥ୍ୟ ସ୍ଥାନିତ ହେବାକୁ ନେଇ ନୋଟିସ ଜାରି କରିଛନ୍ତି କେନ୍ଦ୍ର ସରକାର । ଉଇକିପିଡ଼ିଆ ଦ୍ବାରା ପ୍ରଦାନ କରାଯାଇଥିବା ସୂଚନା ଏକପାଖିଆ ଏବଂ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି । ବିନା ତଦାରଖରେ ସୂଚନାକୁ ପ୍ରକାଶ କରାଯାଉଥିବାରୁ ତଥ୍ୟକୁ ନେଇ ଅନେକ ସମୟରେ ଅଭିଯୋଗ ହୋଇଛି । ପକ୍ଷପାତିତା ଏବଂ ଭୁଲ ତଥ୍ୟ ଦେଉଥିବା ନେଇ ଉଇକିପିଡ଼ିଆ ବିରୋଧରେ ଅନେକ ଅଭିଯୋଗ ହୋଇଛି। ଏକାଧିକ ଅଭିଯୋଗ ଆସିବା ପରେ ଉଇକିପିଡ଼ିଆ ଉପରେ ବର୍ଷିଛନ୍ତି କେନ୍ଦ୍ର ସରକାର। ଉଇକିପିଡ଼ିଆରେ ପ୍ରକାଶିତ ସୂଚନା ସମ୍ବନ୍ଧରେ ବେଳେବେଳେ ଏଥିରେ ତ୍ରୁଟି ଦେଖାଯାଏ, ଯାହା ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ଏହାକୁ ନେଇ ମଧ୍ୟ ସରକାର ପ୍ରଶ୍ନ ଉଠାଇଛନ୍ତି। ଉଇକିପିଡ଼ିଆ ପାଠକଙ୍କୁ ବିଭିନ୍ନ ବିଷୟ ଉପରେ ପୃଷ୍ଠା ସୃଷ୍ଟି ଏବଂ ସଂପାଦନ କରିବାକୁ ଅନୁମତି ଦେଇଥାଏ। ଫଳ‌ରେ ଯିଏ ଯାହା ଲେଖିଲେ ବି ତାହା ସେଠାରେ ସ୍ଥାନିତ ହୋଇଥାଏ। ୨୦୦୧ରେ ପ୍ରଥମେ ଇଂରାଜୀ ଭାଷାରେ ଆରମ୍ଭ ହୋଇଥିବା  Wikipedia ୨୦୦୩ରେ ହିନ୍ଦୀ  ଓ ଅନ୍ୟାନ୍ୟ ଭାରତୀୟ ଭାଷାରେ ସେବା ଆରମ୍ଭ କରିଥିଲ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The central government has issued a notice regarding the wrong information on Wikipedia | Argus News