Videos
|
National

 ବଢିଲା ସମୟସୀମା, ଫ୍ରୀରେ ଆଧାର ଅପଡେଟ୍‌ କରାନ୍ତୁ

Manini Pattanayak
Browse all articles by Manini Pattanayak
·2 years ago·1 min read
 ବଢିଲା ସମୟସୀମା, ଫ୍ରୀରେ ଆଧାର ଅପଡେଟ୍‌ କରାନ୍ତୁ

ନୂଆଦିଲ୍ଲୀ:  ବଢିଲା ଆଧାର କାର୍ଡ ଅପଡେଟ୍‌ କରିବାର ସମୟସୀମା।  ଯଦି ଆପଣ ଆଧାର କାର୍ଡର ଅପଡେଟ୍‌ କରିନାହାଁନ୍ତି  ତେବେ ତୁରନ୍ତ କରାଇନିଅନ୍ତୁ।  କାରଣ ପୁଣି  ଡେଡଲାଇନ୍‌ ପୁଣି ବଢାଇଛନ୍ତି  କେନ୍ଦ୍ର ସରକାର ।   ତାହା ପୁଣି ସମ୍ପୂର୍ଣ୍ଣ ଫ୍ରୀରେ ଆପଣ ଆଧାର ଅପଡେଟ୍‌  କରିପାରିବେ।   ଆଧାର ଅପଡେଟ୍‌ କରିବାର  ମାର୍ଚ୍ଚ ୧୪ ତାରିଖ ହିଁ ଶେଷ ତାରିଖ ଥିଲା କିନ୍ତୁ ଏହାକୁ ୧୪ ଜୁନ ପର୍ଯ୍ୟନ୍ତ  ବଢାଇ ଦିଆଯାଇଛି।

ତେବେ ଏହି ତିନି ମାସ ପର୍ଯ୍ୟନ୍ତ  ସମ୍ପୂର୍ଣ୍ଣ ଫ୍ରୀରେ  ଆପଣ ଆପଣଙ୍କ  ଆଧାର ଅପଡେଟ୍‌  କରିପାରିବେ। ଯଦି ତିନି ମାସ ପରେ  ଆପଣ ଆଧାର ଅପଡେଟ୍‌ କରାଅନ୍ତି ତେବେ ପଇସା ଦେବାକୁ ପଡିବ।  ତେବେ ଆଉ ଡେରି କରନ୍ତୁ ନାହିଁ ଶୀଘ୍ର ଫ୍ରୀରେ କରାଇନିଅନ୍ତୁ ଆଧାର ଅପଡେଟ୍‌।  ତେବେ ଏଠି ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ କଥା ଆମେ କହିଦେଉଛୁ ଯେ,  ଆଧାର ଅପଡେଟ୍‌ ସେହି ବ୍ୟକ୍ତିମାନଙ୍କ ପାଇଁ ଯେଉଁମାନେ ୧୦ ବର୍ଷରୁ ଉର୍ଦ୍ଧ ସମୟ ପୂର୍ବରୁ  ଆଧାର କାର୍ଡ ବନେଇଥିଲେ ଏବଂ ଏଥିରେ କୌଣସି ତଥ୍ୟ ନାହିଁ ସେମାନେ ହିଁ ଫ୍ରୀରେ  ଆଧାର ଅପଡେଟ୍‌ କରିପାରିବେ। 

ଅଧିକ ପଢନ୍ତୁ  ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: