Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦେଶର ସବୁଠୁ ଶସ୍ତା ଟ୍ରେନ, କିନ୍ତୁ ଭିତରେ ଅଛି ସବୁ ସୁବିଧା...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଦେଶର ସବୁଠୁ ଶସ୍ତା ଟ୍ରେନ, କିନ୍ତୁ ଭିତରେ ଅଛି ସବୁ ସୁବିଧା...

ଦେଶର ସବୁଠୁ ଶସ୍ତା ଟ୍ରେନ
ବନ୍ଦେ ଭାରତକୁ ଟକ୍କର ଦେବ ଏହି ଟ୍ରେନ
ଭିତରେ ରହିଛି ଏସି ବ୍ୟବସ୍ଥା
ଭଡା ଶୁଣିଲେ ଉଡିବ ହୋସ


ଅର୍ଗସ ବ୍ୟୁରୋ : ଏମିତି ଟ୍ରେନ , ଯେଉଁଠି ଆପଣ ପାଇବେ ସବୁ ବ୍ୟବସ୍ଥା । ଯାହା ନିଜର ସର୍ଭିସ କ୍ବାଲିଟିରେ ବନ୍ଦେ ଭାରତ, ରାଜଧାନୀ ଏକ୍ସପ୍ରେସ ଭଳି ଟ୍ରେନକୁ ଟକ୍କର ଦେଉଛି । ସବୁ ବ୍ୟବସ୍ଥା ଥାଇ ମଧ୍ୟ ଟ୍ରେନର ଭଡା ଶୁଣିଲେ ଆପଣଙ୍କ ହୋସ ଉଡିଯିବ ।

ଆମ ଭାରତରେ ସାଧାରଣତଃ ଟ୍ରେନର ଭଡା ସେହି ଟ୍ରେନର ସୁବିଧା ଅନୁଯାୟୀ ହୋଇଥାଏ । ଯଦି ଆପଣ ଏସି ଟ୍ରେନରେ ଯାଉଛନ୍ତି, ତେବେ ଏହାର ଭଡା ଅଧିକ ରହିବ । କିନ୍ତୁ ଜେନେରାଲ ବଗିରେ ଟିକେ ଭଡା କମ ରହିଥାଏ । ଯାହାକୁ ନେଇ ଯାତ୍ରୀମାନେ ନିଜ ନିଜର ବଜେଟ ମୁତାବକ ଟ୍ରେନରେ ଯାତ୍ରା କରିଥାନ୍ତି ।

କିନ୍ତୁ ଭାରତରେ ଏପରି ଟ୍ରେନ ରହିଛି , ଯାହା ସବୁ ସୁବିଧା ଥାଇ ମଧ୍ୟ କମ ମୂଲ୍ୟରେ ଲୋକଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦେଉଛି । ଯାହାକୁ "ଗରିବ ରଥ" ବା "ଗରିବ ଲୋକଙ୍କ ରାଜଧାନୀ ଏକ୍ସପ୍ରେସ" ବୋଲି କୁହାଯାଉଛି । ଏହି ଟ୍ରେନରେ ରହିଛି ଏସି ବ୍ୟବସ୍ଥା । ଏବଂ ଏହାର ସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ରାଜଧାନୀ ଏକ୍ସପ୍ରେସ ସହ ସମାନ ଅଟେ ।

ବନ୍ଦେ ଭାରତ ଟ୍ରେନର ଆଭରେଜ ସ୍ପିଡ ଘଣ୍ଟାପ୍ରତି ୬୬ରୁ ୯୬ କିଲୋମିଟର ରହିଛି । ସେହିପରି ଭାବରେ ଗରିବ ରଥର ଆଭରେଜ ସ୍ପିଡ ଘଣ୍ଟାପ୍ରତି ୭୦ରୁ ୭୫ କିଲୋମିଟର ରହିଛି ।
ଅନ୍ୟ ହାଇ କ୍ଲାସ ଟ୍ରେନ ଭଳି ଏହି ଟ୍ରେନରେ ସମସ୍ତ ସୁବିଧା ରହିଛି । ଯାହାର ଭଡା କିଲୋମିଟର ପିଛା ୬୮ ପଇସା ରହିଛି । ଏହି ଟ୍ରେନ ଚେନ୍ନାଇରୁ ଦିଲ୍ଲୀ ମାତ୍ର ୨୮ ଘଣ୍ଟା ୩୦ ମିନିଟରେ କଭର କରିଥାଏ । ଏବଂ ଏଥିପାଇଁ ଭଡା ମାତ୍ର ୧୫ଶହ ଟଙ୍କା ।ଦୂର ଜାଗାକୁ ଯିବାକୁ ଚାହୁଁଥିବା ଗରିବ ଶ୍ରେଣୀର ଲୋକଙ୍କୁ ଏହା ସବୁ ସୁବିଧାରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ପାରିବ ।
ଏହି ଟ୍ରେନକୁ ୨୦୦୬ ରେ ରେଳମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦଙ୍କ ଦ୍ବାରା ଲଞ୍ଚ କରାଯାଇଥିଲା । କିପରି କମ ମୂଲ୍ୟରେ ଲୋକ ଉଚ୍ଚଶ୍ରେଣୀର ସୁବିଧା ପାଇପାରିବେ ସେହି ଉଦ୍ଦେଶ୍ୟରେ ଏହି ଟ୍ରେନ ଲଞ୍ଚ କରିଥିଲେ ।

ବର୍ତ୍ତମାନ ଏହି ଗରିବ ରଥ ଟ୍ରେନ ଭାରତର ୨୬ ଟି ଭିନ୍ନ ରୁଟରେ ନିଜର କାର୍ଯ୍ୟ କରୁଛି । ଯେପରି ଦିଲ୍ଲୀ-ମୁମ୍ବାଇ, ଚେନ୍ନାଇ-ଦିଲ୍ଲୀ, ପାଟନା-କୋଲକାତା ଆଦି ସହରରେ ଏହା ଚାଲୁ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The cheapest train in the country, but with all the amenities inside | Argus News