Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜାମ୍ମୁ-କାଶ୍ମୀର: ଆତଙ୍କୀ ମଡ୍ୟୁଲ୍ ମାମଲାରେ CIKର ସର୍ଚ୍ଚ ଅପରେସନ

Banajyotshna Ray
Browse all articles by Banajyotshna Ray
·12 months ago·1 min read
ଜାମ୍ମୁ-କାଶ୍ମୀର: ଆତଙ୍କୀ ମଡ୍ୟୁଲ୍ ମାମଲାରେ CIKର ସର୍ଚ୍ଚ ଅପରେସନ

Key Points

୧୦ଟି ସ୍ଥାନରେ ସର୍ଚ୍ଚ ଅପରେସନ
ଜାମ୍ମୁ-କାଶ୍ମୀରର CIKରେ 10ଟି ସ୍ଥାନରେ ସର୍ଚ୍ଚ ଅପରେସନ
ଆତଙ୍କୀ ମଡ୍ୟୁଲ୍ ମାମଲାରେ CIKର ସର୍ଚ୍ଚ ଅପରେସନ
ଗାନ୍ଦରବଲ, ପୁଲୱାମା, ଶ୍ରୀନଗର, ବଡ଼ଗାମରେ ତଲାସୀ ଅଭିଯାନ

ଜାମ୍ମୁ କାଶ୍ମୀରର 4ଟି ଜିଲ୍ଲାର 10ଟି ଭିନ୍ନ ଭିନ୍ନ ସ୍ଥାନରେ CIKର ସର୍ଚ୍ଚ ଅପରେସନ ଜାରି ରହିଛି । ଜମ୍ମୁ-କାଶ୍ମୀର ପୋଲିସର ଗୁଇନ୍ଦା ବିଭାଗର କାଉଣ୍ଟର ଇଣ୍ଟେଲିଜେନ୍ସ ଟିମ୍ ପକ୍ଷରୁ ଏହି ସର୍ଚ୍ଚ ଅପରେସନ ଚଳାଯାଉଛି। ଆଜି ସକାଳୁ 4ଟି ଜିଲ୍ଲା ଗାନ୍ଦରବଲ, ପୁଲୱାମା, ଶ୍ରୀନଗର, ବଡ଼ଗାମର 10ଟି ସ୍ଥାନରେ ତଲାସୀ ଅଭିଯାନ କରାଯାଉଛି । ଟେରର ମଡ୍ୟୁଲ୍ ଏବଂ ସ୍ଲିପର ଲିଙ୍କ ବାବଦରେ ଏହି ତଦନ୍ତ କରାଯାଉଛି ।


POKରୁ ଅପରେଟ କରୁଥିବା ଜୈସ୍ ଏ ମହମ୍ମଦର ଜଣେ କମାଣ୍ଡର ଅବଦୁଲ୍ଲା ଗାଜିର କେତେ ଜଣ ସ୍ଲିପର ସେଲ୍ ଗିରଫ ହୋଇଥିଲେ। ସେମାନଙ୍କୁ ଜେରାରେ ମିଳିଥିବା ନୂଆ ତଥ୍ୟ ଆଧାରରେ ଏହି ସର୍ଚ୍ଚ ଅପରେସନ କରାଯାଉଛି। କେତେକ ସ୍ଥାନରୁ ହାର୍ଡଡିସ୍କ, ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଜବତ ହୋଇଥିବା ସୂଚନା ମିଳିଛି। ଜମ୍ମୁ-କାଶ୍ମୀରରେ ଆତଙ୍କୀ ନେଟୱର୍କ ଧ୍ବଂସ କରିବାକୁ ଲଗାତାର କାର୍ଯ୍ୟାନୁଷ୍ଠାନ କରୁଛନ୍ତି ସୁରକ୍ଷା ବାହିନୀ। ସେହି କ୍ରମରେ ଜମ୍ମୁ କାଶ୍ମୀର ପୋଲିସ ଗୁଇନ୍ଦା ବିଭାଗର ଏକ ୱିଙ୍ଗ CIK ପକ୍ଷରୁ ଆଜି ଏହି ଚଢ଼ାଉ ଅଭିଯାନ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-cik-searches-are-being-conducted-in-six-locations-in-ganderbal-two-in-budgam-and-one-each-in-pulwama-and-srinagar | Argus News