Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ

Ritu Das
Browse all articles by Ritu Das
·2 years ago·1 min read
ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ

ଅର୍ଗସ ବ୍ୟୁରୋ: ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଙ୍କ ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ। ରାମଲାଲାଙ୍କ ଆଗମନକୁ ସ୍ବତନ୍ତ୍ର କରିବା ଲାଗି ପଡିଛନ୍ତି ପୁରା ଦେଶବାସୀ। ରାସ୍ତା ଘାଟ, ଦୋକାନ ବଜାର ସବୁଠି ରାମଙ୍କ କଥା ଓ ଚିତ୍ର। ଆଯୋଧ୍ୟାରେ ପହଞ୍ଚି ସମସ୍ତ ବ୍ୟବସ୍ଥାର ସ୍ଥିତି ପରଖିଛି ଅର୍ଗସ ଟିମ୍। ତେବେ ଆସନ୍ତା ଜାନୁୟାରୀ 22ରେ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। 

୨୩ ତାରିଖରୁ ବିଧି ମୁତାବକ ହେବ ପୂଜାର୍ଚ୍ଚନା । ସାଧାରଣ ଲୋକ ମଧ୍ୟ ଦର୍ଶନ କରିବାର ସୁଯୋଗ ପାଇବେ। ଏହା ପୂର୍ବରୁ 30 ତାରିଖରେ ଅଯୋଧ୍ୟା ଶ୍ରୀ ରାମ ବିମାନ ବନ୍ଦର ଏବଂ ରେଳ ଷ୍ଟେସନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ତେବେ ଏହା ପୂର୍ବରୁ ଅଯୋଧ୍ୟାରେ ଆରମ୍ଭ ହୋଇଛି 18 ଦିନିଆ ଅଯୋଧ୍ୟା ମହୋତ୍ସବ। ଏହି ଉତ୍ସବ ଦେଶର ବିଭିନ୍ନ ରାଜ୍ୟରୁ ସାଧୂ ସନ୍ଥ ମାନେ ଏକତ୍ରିତ ହୋଇଛନ୍ତି। ଆଧୁନିକତା ସହିତ ପୌରାଣିକ ଭାବନାର ସମାବେଶ ସମସ୍ତ ସ୍ଥାନରେ ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The city of Ayodhya | Argus News